• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେରଳର କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଦଳାଚକଟା କାରଣରୁ ୪ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି।

  2. ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଏବେ ସିବିଆଇ ଏହି ମାମଲାରେ ଏକ ପିଇ ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

  3. ବେଙ୍ଗାଲୁରୁ ହାଲ୍ ଏୟାରବେସରୁ ତେଜସରେ ଉଡ଼ାଣ ଭରିଲେ ମୋଦି । ଉଡ଼ାଣ ପରେ ହାଲ୍, DRDO ଏବଂ ବାୟୁସେନାକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

  4. ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ପ୍ରବେଶ ସାମୟିକ ସ୍ଥଗିତ ରଖାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପ ନିର୍ଦ୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡା ଶନିବାର ସନ୍ଧ୍ୟାରେ ପ୍ରେସ ବିବୃତ୍ତି ଜରିଆରେ ଜଣାଇଛନ୍ତି ।

  5. ଜଣେ ଯୁବତୀଙ୍କୁ ମାରିଦେବା ପରେ ପ୍ରମାଣ ନଷ୍ଟ କରିବାକୁ ୩୨ ଖଣ୍ଡ କରି କାଟି ପୋତିଦେଇଛି ଅଭିଯୁକ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ।

  6. ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି।

  7. ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  NAAC  A++ ମାନ୍ୟତା ମିଳିଛି।

  8. ରାୟଗଡା ଜିଲ୍ଲାରେ ଗଡିଲା ଲକ୍ଷ୍ମୀ ବସ୍। ୩୯ଟି ରୁଟରେ ଏହି ସେବା ଯୋଗାଇବ ୫୨ଟି ଲକ୍ଷ୍ମୀ ବସ। ଏହାଦ୍ବାରା ଜିଲ୍ଲାର ୧୮୨ଟି ପଞ୍ଚାୟତର ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ।

  9. ରାଜସ୍ଥାନର ୨୦୦ ବିଧାନସଭା ଆସନରୁ ୧୯୯ ଆସନରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ୭୦ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି।

  10. ୨୦୦୮ରେ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ୍‌ଙ୍କୁ ଦିଲ୍ଲୀରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦିଲ୍ଲୀର ଏକ କୋର୍ଟ ଗତମାସ ୧୮ ତାରିଖରେ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି।

  11. କୋରିଅର୍-ବାହକ ଅସୀମ ଦାସ ଏବେ ତାଙ୍କ ବୟାନ ବଦଳାଇ ଦାବି କରିଛନ୍ତି ଯେ ସେ କେବେ ବି ରାଜନେତାଙ୍କୁ ନଗଦ ଟଙ୍କା ପହଞ୍ଚାଇ ନାହାନ୍ତି ଏବଂ ତାଙ୍କୁ ଫସାଇ ଦିଆଯାଇଛି। ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୪ ଦିନ ପୂର୍ବରୁ ନଭେମ୍ବର ୩ ତାରିଖରେ ଦାସଙ୍କୁ ନଗଦ ୫ କୋଟିରୁ ଅଧିକ ଟଙ୍କା ସହ ଗିରଫ କରାଯାଇଥିଲା।

  12. ଇସ୍ରାଏଲ ସୈନ୍ୟମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ପାଲେଷ୍ଟାଇନ ଗୋଷ୍ଠୀ ପଶ୍ଚିମ ତଟରେ ୩ ଜଣଙ୍କୁ ହତ୍ୟା କରିଛନ୍ତି।

  13. ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁସାରେ ଓଡ଼ିଶାରେ ଗତ ଅଗଷ୍ଟ ୩୧ ସୁଦ୍ଧା ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩.୩୬ କୋଟିରେ ପହଞ୍ଚିଛି। ଏହାବ୍ୟତୀତ ଲ୍ୟାଣ୍ଡଲାଇନ୍‌ ଏବଂ ଇଣ୍ଟରନେଟ୍‌ ସେବା ଗ୍ରହଣକାରୀ ଗ୍ରାହକ ମଧ୍ୟ ରହିଛନ୍ତି। 

  14. ଦେଶରେ ଗତ ୫ ବର୍ଷରେ ବ୍ୟାଙ୍କ ଠକେଇ ଦୁଇଗୁଣା ବୃଦ୍ଧି ଘଟିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କ ଠକେଇ ସଂଖ୍ୟା ୬୮୦୦ ରହିଥିଲା। କିନ୍ତୁ ୨୦୨୨-୨୩ରେ ଉକ୍ତ ସଂଖ୍ୟା ୧୩,୫୩୦ରେ ପହଞ୍ଚିଛି।

  15. ଚଳିତବର୍ଷ ଶେଷ ସୁଦ୍ଧା ଏକ୍ସକୁ ବିଜ୍ଞାପନ ରାଜସ୍ବ ବାବଦରେ ୭୫ ନିୟୁତ ଡଲାର ହରାଇବାକୁ ପଡ଼ିପାରେ ବୋଲି ନ୍ୟୁୟର୍କ ପୋଷ୍ଟ କହିଛି। ଅର୍ଥାତ ଭାରତୀୟ ମୁଦ୍ରାରେ ଏହି ରାଜସ୍ବ ହାନି ରାଶି ୬୨୨ କୋଟି ଟଙ୍କାରୁ ଅଧିକ ହେବ।

  16. ବିଶ୍ବର ବିଶିଷ୍ଟ ନିବେଶକ ପେଟିଏମ୍‌ର ମୂଳ କମ୍ପାନି ୱାନ ୯୭ କମ୍ୟୁନି‌କେସନ୍ସ ଲିମିଟେଡରେ ନିବେଶ କରିଥିବା ସବୁ ଅଂଶଧନକୁ ବିକ୍ରି କରିଦେଇଛନ୍ତି। ଅର୍ଥାତ୍‌ ସେ ଏହି କମ୍ପାନିରୁ ବାହାରି ଯାଇଛନ୍ତି। ବଫେଙ୍କ କମ୍ପାନି ବର୍କସାୟର ହାଥୱେ ଖୋଲା ବଜାର ଜରିଆରେ ତାଙ୍କର ଅଂଶଧନକୁ ପ୍ରାୟ ୧୩୭୦ କୋଟି ଟଙ୍କାରେ ବିକ୍ରି କରିଦେଇଛନ୍ତି।

  17. ଭାରତ-ବ୍ରିଟେନର ଅର୍ଥନୈତିକ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ବିକାଶ ପାଇଁ ବିଶିଷ୍ଟ ଓଡ଼ିଆ ନିବେଶକ ତଥା ଉଦ୍ୟୋଗୀ ଡ ବିଶ୍ବନାଥ ପଟ୍ଟନାୟକ ଏବଂ ଅରୁଣ କର ବିଟ୍ରେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଏକ ହାଇପ୍ରୋଫାଇଲ ନୈଶଭୋଜିରେ ସାକ୍ଷାତ କରିଛନ୍ତି

  18. ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ତେଣୁ ଏହି ଗ୍ରାମୀଣ ଉତ୍ପାଦକୁ ରାଜ୍ୟ ସରକାର ବିଶେଷ ପ୍ରୋତ୍ସାହନ ଦେଉଛନ୍ତି।

  19. ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ର ଦ୍ବିତୀୟ ସଂସ୍କରଣ ପାଇଁ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ଖେଳାଳି ନିଲାମ କରାଯିବ। ଏଥି ପାଇଁ ସମସ୍ତ ୫ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଦଳଭୁକ୍ତ ଖେଳାଳି ତାଲିକା ପ୍ରକାଶ କରିଛନ୍ତି।

  20. ଭାରତର ଏକ ନମ୍ବର ପୁରୁଷ ଯୁଗଳ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଏଠାରେ ଚାଲିଥିବା ଚାଇନା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.