• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫.୪ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ନିମନ୍ତେ ଅଷ୍ଟମ ବେତନ କମିସନ ଗଠନ କରିବାକୁ ସରକାର ଯୋଜନା କରି ନ ଥିବା କଥା ଗୁରୁବାର ଦିନ ଅର୍ଥ ସଚିବ ଟି. ଭି. ସୋମନାଥନ କହିଛନ୍ତି।
  2. କେନ୍ଦ୍ର ସରକାର ଆଜି ଜାରି କରିଥିବା ଅର୍ଥନୈତିକ ଅଭିବୃଦ୍ଧି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ତିନି ମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ମାତ୍ର ୧.୨ ପ୍ରତିଶତ ରହିଛି ଯାହା ତାହାର ତିନି ମାସ ପୂର୍ବରୁ ଅର୍ଥାତ୍‌ ଜାନୁଆରିରୁ ମାର୍ଚ୍ଚ ଭିତରେ ୩.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା।
  3. ବଲିଉଡ଼ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ, କାଜଲ, ଆଲିଆ ଭଟ୍ଟ ଆଦି ଅଭିନେତ୍ରୀଙ୍କ ଡିପଫେକ୍‌ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି।
  4. ଆମେରିକାର ପୂର୍ବତନ ବିଦେଶ ସଚିବ, ବିଶିଷ୍ଟ କୂଟନୀତିଜ୍ଞ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ହେନରି କିସିଞ୍ଜରଙ୍କ ଆଜି ‌ପରଲୋକ ହୋଇଛି। ତାଙ୍କୁ ୧୦୦ ବର୍ଷ ହୋଇଥିଲା।
  5. ୩୪ତମ ବିଶ୍ବ ଐତିହ୍ୟ ପର୍ଯ୍ୟଟନସ୍ଥଳୀ କୋଣାର୍କ ମହୋତ୍ସବ ଆରମ୍ଭ ହେବ l ଏହାସହ ବିଶିଷ୍ଟ ବାଲୁକା ଶିଳ୍ପୀମାନଙ୍କୁ ନେଇ ୧୩ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଆୟୋଜନ ହେବ।
  6. ସିମକାର୍ଡ କ୍ରୟ ବିକ୍ରୟ ପାଇଁ ଆଜିଠୁ ଲାଗିଲା ନୂଆ ନିୟମ । ଏଣିକି ସିମ୍ ଡିଲର କରିବେ ପୋଲିସ ଓ ବାୟୋମେଟ୍ରିକ ଯାଞ୍ଚ ଓ ପଞ୍ଜିକରଣ ।
  7. ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା l ୪ ସକାଳେ ଉପକୂଳ ଛୁଇଁପାରେ l ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା l
  8. ମାନବ ସମାଜ ଇତିହାସରେ ୨୦୨୩ ହେବ ସବୁଠୁ ଉତ୍ତପ୍ତ ବର୍ଷ, ଜଳବାୟୁ ପରିବର୍ତ୍ତନ ନେଇ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ l
  9. ନାକ୍ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା A+ ମାନ୍ୟତା l ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ୧୦୦ ଭିତରେ ୪ ବର୍ଷ ହେଲାଣି ରହି ଆସିଛି ।
  10. ଆଜି ରିଲିଜ ହେବ ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ, ‘ଆନିମଲ’ ଏବଂ ‘ସାମ୍‌ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍‌ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି।
  11. ପୁଣି ବଢିଲା ଗ୍ୟାସ୍‌ ଦର, ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରରେ ୨୧ ଟଙ୍କା ହେଲା ବୃଦ୍ଧି । ଆଜିଠାରୁ ଏହି ଦର ହେବ ଲାଗୁ।
  12. ସବୁଠାରୁ ଲମ୍ବା କେଶ ପାଇଁ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଉତ୍ତରପ୍ରଦେଶର ବାସିନ୍ଦା ୪୬ ବର୍ଷୀୟ ସ୍ମିତା ଶ୍ରୀବାସ୍ତବ l ସେ୧୪ ବର୍ଷ ବୟସରୁ କେଶ ବଢାଉଛନ୍ତି ଏବଂ ସେବେଠାରୁ ଏହାର ଲମ୍ବ ୭ଫୁଟ ୯ ଇଞ୍ଚରେ ପହଞ୍ଚିଛି।
  13. ଯୁଦ୍ଧ ବିରତି ମଧ୍ୟରେ ଇସ୍ରାଏଲର ନୂଆ ପଦକ୍ଷେପ । ଗାଜା ପଟିରେ ପଶି ଔଫିର କଲୋନୀର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ l
  14. ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବଡ଼ ନିଷ୍ପତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ  ମଂଜୁରୀ ମିଳିଲା l
  15. ବାରାଣସୀରେ ଦୁଇ ଭଉଣୀ ଗତ ଏକ ବର୍ଷ ହେବ ନିଜ ମା’ଙ୍କ ମୃତଦେହ ସହ ରହୁଥିବା ଦେଖିବାକୁ ମିଳିଛି। ବୁଧବାର ଲଙ୍କା ଥାନାର ଏକ ଟିମ୍ ଘରେ ପଶି ପଲ୍ଲବୀ (୨୭) ଓ ତାଙ୍କ ଭଉଣୀ ବୈଶ୍ବିକୀ (୧୮)ଙ୍କୁ ସେମାନଙ୍କ ମା’ ଉଷା ତିୱାରୀ(୫୨)ଙ୍କ ମୃତଦେହ ସହ ପାଇଥିଲେ।
  16. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ପ୍ରାର୍ଥୀମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗରେ ନିଯୁକ୍ତି ମିଳିଛି।
  17. ଅଦାନି ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ବିଶ୍ୱର ୨୦ ଜଣ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଆଦାନୀ ଗ୍ରୁପ୍ ସେୟାରରେ ଜବରଦସ୍ତ ବୃଦ୍ଧି ପରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୬.୫ ବିଲିୟନ ଡଲାର ବୃଦ୍ଧି ପାଇଛି।
  18. ଆଇଡିଏଫ୍‌ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍‌ବିଜନେ୍‌ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌।
  19. ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ତୀବ୍ର ଅବପାତ ପାଲଟି ଡିସେମ୍ବର ୩ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି।ଏହାପରେ, ଉକ୍ତ ସାମୁଦ୍ରିକ ଝଡ଼ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତି କରି ଡିସେମ୍ବର ୪ ତାରିଖ ସନ୍ଧ୍ୟା ଆଡ଼କୁ ଚେନ୍ନାଇ ଓ ମଛିଲପଟନମ୍‌ ବାଟେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲ୍‌ନାଡୁ ଉପକୂଳ ଅତିକ୍ରମ କରିବ।
  20. ଭାରତୀୟ କ୍ରିକେଟ ଦଳ ଡିସେମ୍ବର-ଜାନୁଆରୀରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦, ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଡିସେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.