• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁନେସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜକୁ ‘ରାଷ୍ଟ୍ରପତି କଲର’ ପ୍ରଦାନ କରିଛନ୍ତି। ସେ ଆର୍ମଡ୍ ଫୋର୍ସ ସେଣ୍ଟର ଫର କମ୍ପ୍ୟୁଟେସନାଲ ମେଡିସିନ ‘ପ୍ରଜ୍ଞା’କୁ ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଥିଲେ।

  2. ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ ଭାରତ ଏବଂ ଇଟାଲୀ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଖୋଜୁଛନ୍ତି।

  3. ଭଣ୍ଡବାବା ନିତ୍ୟାନନ୍ଦଙ୍କ ନକଲି ଦେଶ ‘କୈଳାସ’ ସହ ଏକ ଚୁକ୍ତି ସ୍ବାକ୍ଷର କରିବା ପରେ ପାରାଗୁଏର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ସପ୍ତାହରେ ଚାକିରିରୁ ବହିଷ୍କାର କରାଯାଇଛି।

  4. ଇସ୍ରାଏଲ ଓ ହମାସ ମଧ୍ୟରେ ସପ୍ତାହେ ଧରି ଚାଲିଥିବା ଯୁଦ୍ଧବିରତି ଶେଷ ହେବା ପରେ ଶୁକ୍ରବାରଠାରୁ ଗାଜାରେ ପୁଣି ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏହାର କିଛି ମିନିଟ୍ ପରେ ପ୍ରଥମ ମୃତ୍ୟୁ ଘଟିଛି ବୋଲି ପାଲେଷ୍ଟାଇନ୍ ଅଞ୍ଚଳର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

  5. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ' ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି ।

  6. ‘ୟୁଟ୍ୟୁବ୍‌ ଚାନେଲ୍‌’ରେ ଇଂରାଜୀ ଶିକ୍ଷା ଦେଇ ଉତ୍ତର ପ୍ରଦେଶ ରାଜ୍ୟର ଜଣେ ଗାଉଁଲି ମହିଳା ମାସକୁ ପ୍ରାୟ ୨୫ ହଜାର ଟଙ୍କା ଆୟ କରୁଥିବା କଥା କେତେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  7. ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

  8. ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ନଭେମ୍ବରରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟିଛି। ନଭେମ୍ବର ୨୦୨୪ରେ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇ ୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

  9. ଜଣେ ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପୁନଃ ଗୃହୀତ ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

  10. ସ୍ଥାନୀୟ ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରୁ ୫ ବର୍ଷ ହେଲା ବିଦ୍ୟୁତ୍‌ ସଂଯୋଗ କାଟିଦିଆଯାଇଛି।ଏହାସତ୍ତ୍ୱେ ସେଠାରେ ଶୁକ୍ରବାର ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ ଖେଳାଯାଇଛି।

  11. ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଦାଖଲ କରାଯାଇଥିବା ଯାଚିକାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି।

  12. ବିଭିନ୍ନ ଉତ୍ସରୁ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ପ୍ରତିବର୍ଷ ୨୧.୮ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରଦୂଷଣ ମୃତ୍ୟୁରେ ଚାଇନା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବିଏମ୍‌ଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି।

  13. ୨୦୨୪ରେ CBSE ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୂତ ହେଉଥିବା ଛାତ୍ରୀଛାତ୍ରମାନଙ୍କୁ ଡିଭିଜନ, ର଼୍ୟାଙ୍କ କିମ୍ବା ଏଗ୍ରିଗେଟ ମାର୍କ ଦିଆଯିବ ନାହିଁ। ନୂତନ ଶିକ୍ଷା ନୀତି ୨୦୨୦କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ଜଗତରେ ଅନେକ ପରିବର୍ତ୍ତନ କରାଯାଉଛି ।

  14. ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସକ (ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକ)ରେ ଦେଶର ଆର୍ଥିକ ଅଭିବୃଦ୍ଧି (ଜିଡିପି) ୭.୬% ରହିଛି।

  15. ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଯୁବ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳା ବିଜୟୀ ହୋଇଛି। ଶୁକ୍ରବାର ରାୟପୁରରେ ଖେଳାଯାଇଥିବା ୪ର୍ଥ ମ୍ୟାଚରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.