• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତର ଆଦିତ୍ୟ-ଏଲ୍୧ ଉପଗ୍ରହରେ ଥିବା ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ୍ ଏକ୍ସପେରିମେଣ୍ଟ (ଏଏସ୍‌ପିଇଏକ୍ସ) ପେଲୋଡ୍ ଏହାର କାର୍ଯ୍ୟ ଆରମ୍ଭ କରିଛି। ଇସ୍ରୋ ଅନୁଯାୟୀ, ଏଏସ୍‌ପିଇଏକ୍ସରେ ଦୁଇଟି ଉପକରଣ ରହିଛି- ସୋଲାର ୱିଣ୍ଡ ଆୟନ ସ୍ପେକ୍ଟ୍ରୋମିଟର (ସ୍ୱିସ୍) ଏବଂ ସୁପରଥର୍ମାଲ ଆଣ୍ଡ୍ ଏନର୍ଜେଟିଭ ପାର୍ଟିକଲ ସ୍ପେକ୍ଟ୍ରୋମିଟର (ଷ୍ଟେପ୍ସ), ଯାହା ଏବେ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛି।

  2. ୨୦୩୦ ସୁଦ୍ଧା ବିଶ୍ୱର ଅକ୍ଷୟ ଶକ୍ତିକୁ ତିନି ଗୁଣ କରିବାକୁ ଶନିବାର ସିଓପି-୨୮ ଜଳବାୟୁ ଶିଖର ସମ୍ମିଳନୀରେ ୧୧୦ରୁ ଅଧିକ ଦେଶର ସମର୍ଥନ ମିଳିବାକୁ ଯାଉଛି ଏବଂ ଜାତିସଂଘର ପରିବେଶ ସମ୍ମିଳନୀ ଶେଷ ସୁଦ୍ଧା ଏହି ଚୁକ୍ତିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଚାଲିଛି।

  3. ସଂସଦର ଶୀତ ଅଧିବେଶନ ଆସନ୍ତା ୪ ତାରିଖ (ସୋମବାର)ରୁ ଆରମ୍ଭ ହେବ ।  ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ସବୁ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ଅଛନ୍ତି।

  4. ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇମାସ ପୂରିବାକୁ ବସିଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶର ଶୀର୍ଷ ଗୁପ୍ତଚର ଏଜେନ୍ସିମାନଙ୍କୁ କେବଳ ଗାଜାଷ୍ଟ୍ରିପ୍‌ରେ ନୁହେଁ ବରଂ ସମଗ୍ର ବିଶ୍ୱରେ ହମାସ ନେତାଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  5. ହମାସ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କରି ଇସ୍ରାଏଲ ଶନିବାର ସକାଳେ ଗାଜାପଟିରେ ପ୍ରଚଣ୍ଡ ଆକ୍ରମଣ କରି ଶତାଧିକ କୋଠା ମାଟିରେ ମିଶାଇ ଦେଇଛି। ଦିନକରେ ଗାଜାରେ ୧୭୮ ଜଣଙ୍କର ମୃତ୍ୟୁ ହୋଇଛି।

  6. ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଗତ ୩୦ ତାରିଖରେ ଶେଷ ହୋଇଥିବା ବେଳେ ଆଜି ୪ଟି ରାଜ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନା ଭୋଟ୍‌ ଗଣତି ହେବ।

  7. ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଏକ ଫଟୋଚିତ୍ର ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାର ଆଜାଦୀ କେ ଦୀୱାନେ ସଂଗ୍ରହାଳୟରେ ପ୍ରାୟ ଦୁଇ ଦଶନ୍ଧି ପରେ ପୁନଃସ୍ଥାପନ କରାଯାଇଛି I

  8. ମାଛ ଚାଷ ନିମନ୍ତେ ଟାଙ୍କି ନିର୍ମାଣ ପାଇଁ କୃଷକମାନଙ୍କୁ କିଷାନ କ୍ରେଡିଟ୍‌ କାର୍ଡ (କେସିସି) ଜରିଆରେ ଋଣ ମଞ୍ଜୁର କରିବାରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର 6ଟି ସ୍ଥାନରେ ଚଢ଼ାଉ କରିଛି।

  9. ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ପାଇଁ ୨୦୨୧ ମସିହାର ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ମାତ୍ର ୭୮୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୨ର ଉପରୋକ୍ତ ସମୟ ମଧ୍ୟରେ ଏମାନଙ୍କ ସଂଖ୍ୟା ୧୦୩୪୬ ଥିବାବେଳେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଉକ୍ତ ସଂଖ୍ୟା ପ୍ରାୟ ୩୦ ହଜାର ( ୨୯୯୮୬)ରେ ପହଞ୍ଚିଛି। ୨୦୨୨ର ପ୍ରଥମ ୯ ମାସ ତୁଳନାରେ ୨୦୨୩ରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ୧୯୦ ପ୍ରତିଶତ ବୃଦ୍ଧି ଘଟିଛି।

  10. ସତ୍ୟମ କମ୍ପ୍ୟୁଟର ସର୍ଭିସେସ୍‌ ଦୁର୍ନୀତି ମାମଲାରେ ଏହାର ପ୍ରତିଷ୍ଠାତା ବି ରାମଲିଙ୍ଗା ରାଜୁ, ଅନ୍ୟ ୪ ଜଣ ବ୍ୟକ୍ତି ଓ ଗୋଟିଏ ସଂସ୍ଥା ୧୭୪୭ କୋଟି ଟଙ୍କା ଦାଖଲ କରିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିର୍ଦ୍ଦେଶ ଦେଇଛି।

  11. ଚଳିତବର୍ଷ ଅକ୍ଟୋବର ମାସରେ ଦେଶରେ ୧୮୨.୮୪ ନିୟୁତ କିଗ୍ରା ଚା’ ଉତ୍ପାଦନ ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚା’ ଉତ୍ପାଦନ ୧୨.୦୬ ପ୍ରତିଶତ ବୃଦ୍ଧି ଘଟିଛି। ଚା’ ବୋର୍ଡର ତଥ୍ୟ ଅନୁଯାୟୀ ଅକ୍ଟୋବରରେ ପଶ୍ଚିମବଙ୍ଗରେ ୫୪.୯୮ ନିୟୁତ କିଗ୍ରା ଚା’ ଉତ୍ପାଦନ ହୋଇଛି ଯାହାକି ଗତବର୍ଷ ଅକ୍ଟୋବରରେ ୪୯.୭୫ ନିୟୁତ କ୍ରିଗା ଥିଲା।

  12. ଗ୍ରାହକଙ୍କ ସୁରକ୍ଷା ପାଇଁ ଇ-କମର୍ସ ପ୍ଲାଟଫର୍ମରେ ସରକାର ‘ଡାର୍କ ପାଟର୍ନସ’ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲଗାଯିବ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି।

  14. ଅନଲାଇନ ବେଟିଂର ବେଆଇନ ବ୍ୟବସାୟ ସହ ଜଡିତ ପ୍ଲାଟଫର୍ମ ଏବଂ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।

  15. ଯଦି ଆପଣଙ୍କର ପିଲା ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଫେସବୁକ, ରିଲ୍ସ, ସଟର୍‌ସ, ସ୍ନାପ ଚାଟ କିମ୍ବା କୌଣସି ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରୁଛନ୍ତି ତେବେ ତେବେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ। ପିଲାମାନଙ୍କ ସହ ଜଡିତ ଆୟର ନିୟମାବଳୀ ଆୟକର ଅଧିନିୟମର ଧାରା ୬୪(୧ଏ) ରେ ବର୍ଣ୍ଣନା କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଶିଶୁର ରୋଜଗାର କାହା ସହିତ ସଂଯୁକ୍ତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.