• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରବିବାର ଦିନ ଲୋହିତ ସାଗରରେ ଆମେରିକାର ଗୋଟାଏ ଯୁଦ୍ଧପୋତ ଓ ୩ଟି ପଣ୍ୟବାହୀ ପୋତ ଉପରେ ଆକ୍ରମଣ କରାଯାଇଥିବା କଥା ‘ପେଣ୍ଟାଗନ୍‌’ କହିଛି।

  2. ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍‌ଆପ୍ ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ରେକର୍ଡ ୭୫ ଲକ୍ଷ ୪୮ ହଜାର ଆକା‌ଉଣ୍ଟ ନିଷିଦ୍ଧ କରିଛି

  3. କୋରାପୁଟ ଜିଲ୍ଲାରେ ଉତ୍ପାଦିତ ଆରବିକା କଫି ସ୍ବାଦ ପାଇଁ ବଡ଼ ବଜାର ସୃଷ୍ଟି କରି ସାରିଲାଣି। ଯାହା ଚାଷୀଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ଏହାର ସଂପୂର୍ଣ୍ଣ ଶ୍ରେୟ କିନ୍ତୁ ଆନ୍ଧ୍ର ନେଉଛି। ଏପରିକି କୋରାପୁଟ ଜିଲ୍ଲାରେ ଉତ୍ପାଦନ ହେଉଥିବା କଫିକୁ ନିଜର ବୋଲି ଦର୍ଶାଇ ଜିଆଇ ଟ୍ୟାଗ୍‌ (ଭୌଗୋଳିକ ସଂକେତ) ହାସଲ କରିସାରିଛି।

  4. ମାର୍କଫେଡ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ବର୍ଷ ମଧ୍ୟରେ ୩୫.୯୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ୨୦୨୩ ଆର୍ଥିକ ବର୍ଷରେ ଏହାର ବିଭିନ୍ନ କାର୍ଯ୍ୟ ପାଇଁ ୧୮.୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମାର୍କଫେଡ୍‌ରେ ରାଜ୍ୟ ସରକାରଙ୍କ ୨୦୫ କୋଟିର ଅଂଶଧନ ରହିଛି।

  5. ରାଜସ୍ଥାନ, ମଧ୍ୟପ୍ରଦେଶ,ଓ ଛତିଶଗଡ଼ରେ ପଦ୍ମର ବିଜୟ ଯାତ୍ରା, କଂଗ୍ରେସ ହାତରେ ରହିଲା ତେଲେଙ୍ଗାନା।

  6. ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠୁ ଅଧିକ ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ୬୫ ଆସନ ମିଳିଥିବାବେଳେ ବିଆର୍‌ଏସ୍‌ ୩୯ଟି ଆସନରେ ସୀମିତ ରହିଯାଇଛି।

  7. ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ରବିବାର ସକାଳେ କଂଗ୍ରେସ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡାକିଛି।

  8. ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡିଭାଇଡରରେ ପିଟି ହୋଇ ଅପରପାର୍ଶ୍ୱରେ ବସ୍‌କୁ ଧକ୍କାଦେଲା କାର୍‌, ଜଣେ ମୃତ, ୩ ଗୁରୁତର।

  9. ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ତେଲେଙ୍ଗାନା ଡିଜିପି ନିଲମ୍ବିତ ହୋଇଛନ୍ତି। ଡିଜିପି ଅଞ୍ଜନୀ କୁମାରଙ୍କୁ ନିର୍ବାଚନ ଆୟୋଗ ଚାକିରୀରୁ ନିଲମ୍ବନ କରିଛନ୍ତି।

  10. ୫ ତାରିଖ ଅପରାହ୍ଶରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଚ୍ଛଲିପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଚାଉଙ୍ଗ’।

  11. ଦେଶର ଉଭୟ ଷ୍ଟକ ବଜାର ୪ ଟ୍ରିଲିଅନ (ଲକ୍ଷ କୋଟି) ଡଲାର କ୍ଲବ୍‌ରେ ସାମିଲ ହୋଇଛନ୍ତି। ଗତ ବୁଧବାର ବମ୍ବେ ଷ୍ଟକ ବଜାର (ବିଏସ୍‌ଇ) ଏହି କ୍ଲବ୍‌ରେ ସାମିଲ ହୋଇଥିଲା। ଗତ ଶୁକ୍ରବାର ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍ଏସ୍‌ଇ) ଏହି ସଫଳତା ହାସଲ କରିଛି।

  12. 'ମିଚାଉଙ୍ଗ’ ପାଇଁ ୫୪ ଟ୍ରେନ୍ ବାତିଲ୍, ଭୁବନେଶ୍ବରରୁ ବାହାରୁଥିବା ୧୨ଟି ଓ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍ ବାତିଲ।

  13. ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି।

  14. ଲୋକସଭା ନା ବିଧାନସଭା : ନିର୍ବାଚନ ଜିତିଥିବା ବିଜେପି ସାଂସଦଙ୍କୁ ୧୪ ଦିନ ମଧ୍ୟରେ ନେବାକୁ ହେବ ନିଷ୍ପତ୍ତି।

  15. ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଊର୍ଧ୍ବ ରନ୍‌ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍‌ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍‌ କରି ମଧ୍ୟ ହାରିଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.