• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ମିଜୋରାମ ବିଧାନସଭା ନିର୍ବାଚନରେ ଜେଡ୍‌ପିଏମ୍‌ ଦଳର ବିଜୟ ପରେ ଏହାର ମୁଖ୍ୟ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ୭୩ ବର୍ଷୀୟ ଲାଲଦୁହୋମାଙ୍କ ରାଜନୈତିକ ଯାତ୍ରା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ।

  2. ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଜିଭିଏଲ୍ ନରସିଂହ ରାଓଙ୍କ ପ୍ରସ୍ତାବ ଉପରେ ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି।

  3. ତେଲେଙ୍ଗାନାର କାମାରେଡ୍ଡୀ ଆସନରେ ବିଜେପିର କେ ଭେଙ୍କଟ ରମଣ ରେଡ୍ଡୀ ୬୬,୬୫୨ ଭୋଟ ପାଇ ବିଆର୍‌ଏସ୍‌ର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ପରାସ୍ତ କରିଛନ୍ତି

  4. ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଦ୍ବାରା ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡିର ରାଜ୍ୟସଭା ନେତା ଡ. ସସ୍ମିତ ପାତ୍ରଙ୍କୁ ପୁନଃମନୋନୀତ କରାଯାଇଛି।

  5. ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବଡ଼ ବିଜୟ ପରେ ଗତକାଲି କଂଗ୍ରେସ ପକ୍ଷରୁ ଡିସେମ୍ବର ୬ ତାରିଖ ବୁଧବାର ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡକାଯାଇଥିଲା

  6. ମଣିପୁରର ଟେଙ୍ଗନୌପାଲ ଜିଲ୍ଲାର ଦୁଇ ଗୋଷ୍ଠୀର ସନ୍ତ୍ରାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି।

  7. ଦେଶର ଦୁଇ ପ୍ରମୁଖ ଷ୍ଟକ ବଜାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ରେ ନିବେଶକମାନେ ମନଖୋଲା କାରବାର କରିବାରୁ ଉଭୟ ବଜାରର ସୂଚୀ ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ଆଜି ୧୩୮୩.୯୩ ପଏଣ୍ଟ୍‌ ବୃଦ୍ଧି ପାଇ ୬୮,୮୬୫ ପଏଣ୍ଟ୍‌ରେ ବନ୍ଦ ହୋଇଛି।

  8. ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନିଜ ସଂସ୍ଥାକୁ ଉଦ୍ଧାର କରିବା ଲାଗି ବାଇଜୁସ୍‌ର ମୁଖ୍ୟ ବାଇଜୁ ରବିନ୍ଦ୍ରନ ନିଜ ଓ ପରିବାରବର୍ଗଙ୍କ ନାମରେ ଥିବା ଘର ବନ୍ଧକ ରଖିଛନ୍ତି। ବେଙ୍ଗାଲୁରୁରେ ଥିବା ଦୁଇଟି ଘରକୁ ବନ୍ଧକ ରଖି ସେ ୧୨ ନିୟୁତ ଡଲାର ( ପ୍ରାୟ ୧୦୦ କୋଟି ଟଙ୍କା) ଋଣ ଆଣିଛନ୍ତି।

  9. ବିଶ୍ବର ଚର୍ଚ୍ଚିତ ଭର୍ଚୁଆଲ ମୁଦ୍ରା ବିଟ୍‌କଏନ୍ ଦାମରେ ପୁଣି ଥରେ ବୃଦ୍ଧିର ଧାରା ଆରମ୍ଭ ହୋଇଛି। ଗୋଟିଏ ବିଟ୍‌କଏନ୍‌ର ଦାମ୍ ୪୦,୦୦୦ ଡଲାରରୁ ଅଧିକ ହୋଇଯାଇଛି।

  10. ସପ୍ତାହକ ଭିତରେ ଶିଳ୍ପପତି ଗୌତମ ଆଦାନିଙ୍କ ସମ୍ପତ୍ତିରେ ୫୬୦ କୋଟି ଡଲାର (ପ୍ରାୟ ୪୬,୬୦୦ କୋଟି ଟଙ୍କା)ର ବୃଦ୍ଧି ଘଟିଛି।

  11. ଦେଶରେ ବହୁ ସଂଖ୍ୟାରେ ନୂତନ କଂପାନି ଗଠନ ହେଉଛି। ଅଧିକାଂଶ କଂପାନି ସେବା କ୍ଷେତ୍ରରେ ସ୍ଥାପନ କରାଯାଉଛି। ମାନୁଫାକ୍‌ଚରିଂ କ୍ଷେତ୍ରରେ ମଧ୍ୟ ନୂଆ କଂପାନି ଗଠନ ସଂଖ୍ୟା ଉଲ୍ଲେଖନୀୟ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ନୂତନ କଂପାନି ଗଠନ କରାଯାଇଛି।

  12. ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ ବିମାନବନ୍ଦରର ରନୱେ ଜଳମଗ୍ନ ହୋଇଯାଇଛି।

  13. ଦେଶରେ ମହିଳା ମାନଙ୍କ ପ୍ରତି ୨୦୨୨ରେ ୪ ପ୍ରତିଶତ ବୃଦ୍ଧି ପାଇଛି ଅପରାଧ।

  14. ସୋମବାର ତେଲଙ୍ଗାନାରେ ଏକ ବାୟୁସେନା ଟ୍ରେନିର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି।

  15. ଦେଶରେ ସର୍ବୋତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି  ପାଇଁ କିଟ୍‍ ଓ କିସ୍‍କୁ ପ୍ରଥମ ସିଆଇଆଇ ସ୍ପୋର୍ଟସ ବିଜିନେସ୍‍ ପୁରସ୍କାର।

  16. କଲେଜ କ୍ୟାମ୍ପସରେ ହେବ ମୋଦୀଙ୍କ ସେଲଫି ପଏଣ୍ଟ୍ । କଲେଜ ଓ ବିଶ୍ୱବିଦ୍ୟାଳୟକୁ ୟୁଜିସିର ଚିଠି । ଫୋକସରେ ଯୁବ ଭୋଟର।

  17. ପୁରୀ:ଉତ୍କଳୀୟ କଳା, ସଂସ୍କୃତି ଓ ଐତିହ୍ୟ ଛାପରେ ଝଲସିବ ମଠ ଓ ମନ୍ଦିର ; ଶ୍ରୀଜଗନ୍ନାଥ ସଂସ୍କୃତିର କଳା ସ୍ଥାପତ୍ୟ ବି ଏଥିରେ ସ୍ଥାନିତ ହେବ।

  18. ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ଆଡକୁ ମାଡି ଆସୁଛି। ଘଣ୍ଟାପ୍ରତି ୧୦କି.ମି. ବେଗରେ ଆଗକୁ ମାଡୁଛି। 

  19. ପ୍ରଥମ ଦିନରେ ଲୋକସଭାରେ ଅଧିବକ୍ତା (ସଂଶୋଧନ) ବିଧେୟକ ୨୦୨୩ ଓ ରାଜ୍ୟସଭାରେ ଡାକଘର ବିଧେୟକ ୨୦୨୩କୁ ମଞ୍ଜୁରୀ ମିଳିଛି। ବିଧେୟକ ମଞ୍ଜୁରୀ ଲାଭ ପରେ ଆସନ୍ତାକାଲି କଲି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ସ୍ଥଗିତ ରହିଛି।

  20. ନୌସେନା ଦିବସରେ ମହାରାଷ୍ଟ୍ରର ସିନ୍ଧୁଦର୍ଗ ଜିଲ୍ଲାର ତାରକାରଲି ବେଳାଭୂମିରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ନୌସେନାର ପଦବୀକୁ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନୂତନ ନାମ ଦିଆଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.