• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ହ୍ରାସ ପାଉଥିବା ଜନ୍ମହାର ମୁକାବିଲା କରିବା ଲାଗି ଅଧିକ ସନ୍ତାନସନ୍ତତି ଜନ୍ମ କରିବା ଲାଗି ନାରୀମାନଙ୍କୁ ନିବେଦନ କରିବା ବେ‌ଳେ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କାନ୍ଦି ପକାଇ ଥିବା କଥା କ‌େତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  2. ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ଆତତାୟୀ ଅପରାହ୍ନରେ ସିଂହଙ୍କୁ ତାଙ୍କ ବାସଭବନରେ ଅତି ନିକଟରୁ ଗୁଳି ମାରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

  3. ଦେଶରେ ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭) ଅଧୀନରେ ମାମଲା ସଂଖ୍ୟା ୨୦୨୧ ତୁଳନାରେ ୨୦୨୨ରେ ୨୩ ପ୍ରତିଶତ ବୃଦ୍ଧି ପାଇଛି ।

  4. ଏ ରେବାନ୍ତ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି।

  5. ୨୦୧୧-୨୦୨୦ ହେଉଛି ବିଶ୍ବର ସବୁଠୁ ଉତ୍ତପ୍ତ ଦଶନ୍ଧି। ବିଶ୍ବ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ମଙ୍ଗଳବାର ଏହା କୁହାଯାଇଛି।

  6. ମିଲେଟ (ପୁଷ୍ଟିଶସ୍ୟ) ଗ୍ରହଣୀୟତା ବଢ଼ିବା ପରେ ଏହାର ଚାହିଦା ଓ ଯୋଗାଣରେ ତାରତମ୍ୟ ଦେଖାଦେଇଛି। ଯୋଗାଣଠାରୁ ଚାହିଦା ଅଧିକ ଥିବାରୁ ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଦାମ୍‌ରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି।

  7. ଦେଶରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି। ୨୦୨୨ ମସିହାରେ ଦେଶରେ ୧.୭ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍ ଦିନକୁ ୪୬୮ ଜଣ ।

  8. ଇଡି ଜବତ କରିଥିବା ୧୫,୧୮୬ କୋଟି ଟଙ୍କା ସରକାରୀ ବ୍ୟାଙ୍କଗୁଡ଼ିକୁ ଫେରାଇ ଦିଆଯାଇଛି ‌ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

  9. ଭାରତ ୨୦୩୦ ସୁଦ୍ଧା ବିଶ୍ବର ତୃତୀୟ ବଡ଼ ଅର୍ଥନୀତିରେ ପରିଣତ ହେବ। ୨୦୨୩ରୁ ୨୦୨୬ ମଧ୍ୟରେ ଦେଶର ଅଭିବୃଦ୍ଧି ହାର ୬.୪ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ ଆକଳନ କରିଛି।

  10. ନିବେଶକମାନେ ବିଭିନ୍ନ କଂପାନିର ସେୟାର କିଣିବାରୁ ସେନ୍‌ସେକ୍ସ ପ୍ରଥମ ଥର ଲାଗି ୬୯,୦୦୦ ପଏଣ୍ଟ ସ୍ତର ଅତିକ୍ରମ କରିଛି। ଗତକାଲିର ବନ୍ଦ ତୁଳନାରେ ସେନ୍‌ସେକ୍ସ ୪୩୧ ପଏଣ୍ଟ ବୃଦ୍ଧିପାଇ ୬୯,୨୯୬ ପଏଣ୍ଟରେ ବନ୍ଦ ହୋଇଛି।

  11. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୱେଲ୍‌ସ୍ପନ୍ ଗ୍ରୁପ୍‌ର ୬,୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି।

  12. କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ଇଣ୍ଡୋନେସିଆ ସମେତ ଚାରିଟି ଦେଶ ଗସ୍ତ କରିବେ। ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ସେ ବିଦେଶ ଗସ୍ତ କରିବେ।

  13. ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିର୍ପୋଟରେ ଲଗାଯାଇଥିବା ଅଭିଯୋଗ ପ୍ରାସଙ୍ଗିକ ନୁହେଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଆମେରିକା ସରକାର।

  14. ଦେଶରେ ସବୁଠାରୁ ସୁରକ୍ଷିତ ସହର କେଉଁଟି? ଆପଣ ଜାଣନ୍ତି କି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି।

  15. ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବା ବିଶ୍ୱର ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ଭାରତର ୩ବଡ କମ୍ପାନୀ ଏଣ୍ଟ୍ରି କରିଛନ୍ତି। ରିପୋର୍ଟ ଅନୁସାରେ, ଭାରତର ଏହି ୩ବଡ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକାଲ(ଏଚଏଏଲ), ଭାରତ ଇଲୋକ୍ଟ୍ରନିକ୍ସ(ବିଇଏଲ) ଓ ମଜାଗୋନ ଡକ୍ସ(ଏମଡିଏଲ) ବିଶ୍ୱର ଅସ୍ତ୍ରଶସ୍ତ୍ର ତିଆରି କରିବା ଭୂମିକାରେ ପ୍ରମୁଖ ଯୋଗଦାନ ଦେଇଛନ୍ତି।

  16. ନବରତ୍ନ ରାଷ୍ଟ୍ରୀୟ ଉଦ୍ୟୋଗ ନାଲ୍‌କୋର ଦାମନଯୋଡିସ୍ଥିତ ଆଲୁମିନା ରିଫାଇନାରି ପ୍ଲାଣ୍ଟ,ବ୍ୟବସାୟ ଉତ୍କର୍ଷ ଅଭ୍ୟାସ ପାଇଁ ସର୍ବୋଚ୍ଚ ସମ୍ମାନ ‘ସିଆଇଆଇ ଏକ୍ସିମ୍‌ ବ୍ୟାଙ୍କ ବିଜ୍‌ନେସ୍‌ ଏକ୍ସିଲେନ୍ସ ପୁରସ୍କାର -୨୦୨୩’ ହାସଲ କରିଛି।

  17. ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।

  18. ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି।

  19. ଭୀଷଣ ବାତ୍ୟା ‘ମିଗଜୋମ୍‌’ ଆନ୍ଧ୍ର ଉପକୂଳରେ ମାଡ଼ ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନେଲୋର ଓ ମଚ୍ଛଲିପଟନମ୍‌ ମଧ୍ୟରେ ବାପାଟଲା ନିକଟରେ ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିଛି।

  20. ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ଡିସେମ୍ବର ୧୦ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ସହିତ ଏହି ମ୍ୟାଚ ଆରମ୍ଭ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.