• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୪ ମସିହା ଜାନୁଆରି ୨୨ ସୋମବାର । ପୌଷ ଶୁକ୍ଳ କୁର୍ମ ଦ୍ୱାଦଶୀର ପବିତ୍ର ତିଥିରେ ଅଯୋଧ୍ୟାରେ ନବନିର୍ମିତ ଭବ୍ୟ-ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ହେବ ।

  2. ଆଜି ଅପରାହ୍ଣ ୧.୦୪ ମିନିଟ୍‌ରେ ‘ଏଲ୍‌. ବି. ଷ୍ଟାଡିୟମ୍‌ରେ ଆୟୋଜନ ହେବାକୁ ଥିବା ସମାରୋହରେ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୫୬ ବର୍ଷିୟ ଅନୁମୁଲା ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିବେ।

  3. ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଭାରତର ଚାରି ଜଣଙ୍କ ନାମ ରହିଥିବା ବେଳେ ସେଥି ମଧ୍ୟରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ସୋମା ମଣ୍ଡଳଙ୍କ ନାମ ରହିଛି। ତାଲିକାର ୩୨ତମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଛନ୍ତି ।

  4. ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି ।

  5. ସରକାର ୭ଟି ପିଏମ ମେଗା ଇଣ୍ଟିଗ୍ରେଟେଡ଼ ରିଜିଅନ ଆଣ୍ଡ ଏପାରେଲ ପାର୍କ ସ୍ଥାପନ ପାଇଁ ଅନୁମତି ଦେଇଛନ୍ତି।ତାମିଲନାଡୁ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଏହି ପାର୍କ ସ୍ଥାପନ ହେବ। ପ୍ରସ୍ତାବିତ ୫୪ଟି ଇଣ୍ଟିଗ୍ରେଟେଡ଼ ଟେକ୍ସଟାଇଲ ପାର୍କ ମଧ୍ୟରୁ ୩୦ଟିର କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୨ଟିର କାର୍ଯ୍ୟ ଜାରି ରହିଛି।

  6. ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ଫଳାଫଳ ପରେ ସେଠାରେ ନବ ନିର୍ବାଚିତ ୨୩୦ ବିଧାୟକଙ୍କ ମଧ୍ୟରୁ ୯୦ ଜଣ ବିଧାୟକଙ୍କର ଅପରାଧିକ ପୃଷ୍ଠଭୂମି ଥିବା ଜଣାପଡିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

  7. ମିଜୋରାମ ବିଧାନସଭା ନିର୍ବାଚନରେ ବହୁମତ ସହ ଜିତିବା ପରେ ଜୋରାମ ପିପୁଲ୍ସ ମୁଭମେଣ୍ଟ(ଜେଡ୍‌ପିଏମ୍‌) ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଡୁହୋମା ବୁଧବାର ରାଜ୍ୟପାଳ ହରି ବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ରାଜଭବନ ସୂତ୍ରରୁ ପ୍ରକାଶ ଯେ, ଲାଲଡୁହୋମା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

  8. ୨୦୨୪ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ବିଜେପିର ୧୦ ଜଣ ସାଂସଦ। ସେହି ସାଂସଦମାନେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

  9. ଇସ୍ରାଏଲ-ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁଁ ଗାଜାର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଉଦ୍‌ବେଗ ପ୍ରକାଶ କରିଛି। ଇସ୍ରାଏଲ ସେନା ଏବେ ଗାଜାର ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରୁଛି।

  10. ଡାକ୍ତରମାନେ ଏବେ ରାଜନୀତିରେ ଆଗ୍ରହ ପ୍ରକାଶ କରୁଛନ୍ତି। ଶେଷ ହୋଇଥିବା ତେଲଙ୍ଗାନା ବିଧାନସଭା ନିର୍ବାଚନରେ ୧୫ଜଣ ଡାକ୍ତର ନିର୍ବାଚିତ ହୋଇଛନ୍ତି।

  11. ଓଟିଏମ୍‌‌ର ୫୨୨ଏକର ଜମି ଉପରେ ଏକ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠାପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଦେଶର ସୁପ୍ରତିଷ୍ଠିତ ୱେଲସ୍ପନ୍‌‌ କମ୍ପାନୀ ୩ହଜାର କୋଟି ଟଙ୍କା ବ୍ୟୟରେ ସମନ୍ୱିତ ବୟନ ଶିଳ୍ପ ପ୍ରତିଷ୍ଠା କରିବବୋଲି ନିଷ୍ପତ୍ତି ନିଆ ଯାଇଛି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ‘ସାଇବର ସୁରକ୍ଷିତ ଭାରତ’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

  13. ରାଷ୍ଟ୍ରୀୟ ରାଜପୁତ କରନୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡ଼ିଙ୍କୁ ଗତକାଲି ଜୟପୁରରେ ତାଙ୍କ ବାସଭବନରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ପୁଲିସ ଆଜି ଦୁଇ ହତ୍ୟାକାରୀଙ୍କୁ ଚିହ୍ନଟ କରିଛି।

  14. ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୩ ଉପସ୍ଥାପନ କରି ସୂଚନା ଦେଇଛନ୍ତି ଯେ କଶ୍ମୀର ଉପତ୍ୟକାରେ ଗୋଟିଏ ବିଧାନସଭା ଆସନ ବୃଦ୍ଧି କରାଯାଉଛି।

  15. ଉତ୍ତରପ୍ରଦେଶର ରାଏବରେଲିରେ ରେଳବାଇରେ କାର୍ଯ୍ୟରତ ଜଣେ ଡାକ୍ତର ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ଘଟଣା ରେଳବାଇ କଲୋନିରେ ଶୋକର ଛାୟା ଖେଳାଇଦେଇଛି।

  16. ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ୨୦୧୮ରୁ ଦେଶରେ ସେପ୍ଟିକ୍ ଟାଙ୍କି ଓ ନର୍ଦ୍ଦମା ସଫା କରିବା ସମୟରେ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

  17. ଭାରତ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଘଟିଛି। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୫ ଡଲାରକୁ ଖସି ଆସିଛି। ବ୍ରେଣ୍ଟ କ୍ରୁଡ ଅଏଲ ଦର ୧.୦୬ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୭୬.୫୧ ଡଲାରରେ ପହଞ୍ଚିଛି।

  18. ଆମେରିକାର ମିସିସିପିରେ ରହୁଥିବା ଗେନ୍ନା ଟାଟୁ ନାମ୍ନୀ ୨୬ ବର୍ଷୀୟା ଯୁବତୀ ନିଜ ହାତରେ ଏପରି ଦାମୀ ଖେଳନା ବୁଣି ସେଗୁଡ଼ିକୁ ବିକ୍ରି କରୁଛନ୍ତି। ତେବେ ଏଥିରୁ ସେ ବାର୍ଷିକ ୬୬ ଲକ୍ଷ ଟଙ୍କା ଆୟକରିଛନ୍ତି।

  19. ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଅନେକ ନାବାଳିକା ଏବଂ ମହିଳାଙ୍କୁ ଅପହରଣ କରି ନେଇଥିଲେ। ଏବେ ସେମାନଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଓ ଯୌନ ହିଂସା ଖବର ମିଳିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାର ଦୃଢ଼ ନିନ୍ଦା କରିବା ସହ ଏଭଳି ଆଚରଣକୁ ସାରା ବିଶ୍ବ ନିନ୍ଦା କରିବାକୁ ଆହ୍ୱାନ ଦେଇଛନ୍ତି।

  20. ଯୁବ ଭାରତୀୟ ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇ ବୁଧବାର ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.