• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା କମ୍ ରହିଛି। ଜାତୀୟ ହାର ତୁଳନାରେ ଓଡ଼ିଶା ପଛରେ ଅଛି। ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶିତ ତ୍ରୟମାସିକ ରିପୋର୍ଟରୁ ଏହା ଜଣାଯାଇଛି। ଜୁନ ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ପ୍ରତି ୧୦୦ ଜଣରେ ହାରାହାରି ପ୍ରାୟ ୫୨ ଜଣ (୫୧.୫୬) ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। 
  2. ୨୦୨୫ ମସିହା ଶେଷ ସୁଦ୍ଧା ଭାରତ ୫ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ ହେବ। ଉତ୍ତରାଖଣ୍ଡ ବିଶ୍ବ ନିବେଶକ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଆଜି ଉଦ୍‌ବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। 
  3. ଅନଲାଇନ ବ୍ରୋକରେଜ୍‌ ସଂସ୍ଥା ଜିରୋଧାର ଦୁଇ ପ୍ରତିଷ୍ଠାତା ତଥା କାମାଥ ଭ୍ରାତା ୨୦୨୨-୨୩ ଆର୍ଥିକବର୍ଷରେ ୧୯୫.୪ କୋଟି ଟଙ୍କା ବେତନ ନେଇଛନ୍ତି। 
  4. ଭାରତ ସ୍ଥିରତା ଓ ପ୍ରଗତିର ପ୍ରତୀକ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଫିନ୍‌ଟେକ୍‌ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ପ୍ଲାଟଫର୍ମ ଇନ୍‌ଫିନିଟି ଫୋରମ୍‌ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରି କହିଛନ୍ତି।
  5. ବିଏସ୍‌ପି ନେତା ତଥା ସାଂସଦ ଦାନିସ ଅଲ୍ଲୀ ଆଜି ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ଦାନିସଙ୍କୁ ଦଳରୁ ନିଲମ୍ବନ କରିଛନ୍ତି।
  6. ଦୁଇମାସ ତଳେ ହମାସର ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ସେନା ହମାସକୁ ଧ୍ୱଂସ କରିବା ପାଇଁ ନିରନ୍ତର ଆକ୍ରମଣ ଜାରି ରଖିଥିବା ବେଳେ ଶୁକ୍ରବାର ଗାଜାରେ ଅସ୍ତ୍ରବିରତି ଡାକରା ଦେବା ପାଇଁ ଜାତିସଂଘର ପ୍ରୟାସକୁ ଆମେରିକା ଅଟକାଇ ଦେଇଛି। 
  7. ସଦ୍ୟ ସମାପ୍ତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ୧୧ ଜଣ ସାଂସଦ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୩୦୦ରୁ ୨୮୯କୁ ହ୍ରାସ ପାଇଛି। 
  8. ଦେଶର ଫାଷ୍ଟ-ଟ୍ରାକ୍‌ ସ୍ପେଶାଲ କୋର୍ଟ (ଏଫ୍‌ଟିଏସ୍‌ସି)ଗୁଡ଼ିକରେ ଚଳିତ ବର୍ଷ ଜାନୁୟାରୀ ୩୧ ସୁଦ୍ଧା ୨.୪୩ ଲକ୍ଷରୁ ଊର୍ଦ୍ଧ୍ୱ ପୋକ୍ସୋ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି। ଏକ ଏନ୍‌ଜିଓ ପକ୍ଷରୁ ପ୍ରକାଶିତ ଗବେଷଣା ସନ୍ଦର୍ଭରୁ ଏହା ଜଣାପଡ଼ିଛି। ଓଡ଼ିଶାରେ ବିଚାରାଧୀନ ଥିବା ପୋକ୍ସୋ ମାମଲା ସଂଖ୍ୟା ୧୧,୯୪୦ ଥିବାବେଳେ ଏହା ତାଲିକାର ୧୫ତମ ସ୍ଥାନରେ ରହିଛି।
  9. ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀଙ୍କ ବୟସ ୧୮ ବର୍ଷରୁ ଅଧିକ ତେବେ ବୈବାହିକ ବଳାତ୍କାରକୁ ଭାରତୀୟ ଦଣ୍ଡବିଧି (ଆଇପିସି) ଅନୁଯାୟୀ ଅପରାଧ ଭାବେ ବିବେଚନା କରାଯାଇପାରିବ ନାହିଁ।
  10. କଲିକତା ହାଇକୋର୍ଟ କହିଛନ୍ତି ବିବାହିତା ମହିଳାମାନେ ମଧ୍ୟ ତାଙ୍କ ପିତୃ ପରିବାରର ସଦସ୍ୟ ହୋଇ ଅନୁକମ୍ପାମୂଳକ ରାଜ୍ୟ ସରକାରଙ୍କ ଚାକିରି ପାଇବାକୁ ହକଦାର ହେବେ।
  11. ବିଇଡି ଡିଗ୍ରୀଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ପାଟନା ହାଇକୋର୍ଟ କହିଛନ୍ତି।
  12. ଗତ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଜାତୀୟ ସ୍ତରରେ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଦେଶରେ ୩୭ ହଜାର ଓ୍ବେବସାଇଟ ବ୍ଲକ କରିଛନ୍ତି। 
  13. ଲକ୍ଷ୍ନୌ ହାଇକୋର୍ଟ ଚାକିରିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ଗୋଟିଏ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି କରିବା ମାମଲାରେ ଏକ ପିଟିଶନ କୋର୍ଟରେ ଦାଖଲ କରାଯାଇଥିଲା। ଜଷ୍ଟିସ ପ୍ରକାଶ ଶୁକ୍ଲାଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି।
  14. ଇରାକର ଏକ ୟୁନିଭର୍ସିଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଘଟଣା ଶନିବାର ସାମ୍ନାକୁ ଆସିଛି। ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏର୍‌‌ବିଲ୍‌‌ ସ୍ଥିତ ୟୁନିଭର୍ସିଟିର ହଷ୍ଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। 
  15. ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.