• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏଥର ଆତ୍ମସମର୍ପଣ କର ବୋଲି ରବିବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ହମାସ୍‌ ଆତଙ୍କବାଦୀମାନଙ୍କୁ ଚେତାବନୀ ଶୁଣାଇଛନ୍ତି।

  2. ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ରକ୍‌ରେ ଏସି କ୍ୟ‌ାବିନକୁ ବାଧ୍ୟତାମୂଳକ କରାଯାଇଛି। ୨୦୨୫ ଅକ୍ଟୋବରରୁ ତାହା ଲାଗୁ ହେବ।

  3. ଛତିଶଗଡ଼ ବିଜେପିର ପୂର୍ବତନ ସଭାପତି ତଥା ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

  4. ରାଷ୍ଟ୍ରୀୟ ରାଜପୁତ କରନୀ ସେନା ମୁଖ୍ୟ ସୁଖଦେବ ସିଂହ ଗୋଗାମେଡ଼ିଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣ ସୁଟର ଏବଂ ଜଣେ ସହଯୋଗୀଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ରାଜସ୍ଥାନ ପୁଲିସର ମିଳିତ ଅପରେସନରେ ଚଣ୍ଡୀଗଡ଼ରୁ ଗିରଫ କରାଯାଇଛି।

  5. ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ମନୋନୀତ କରିଛନ୍ତି। ୨୦୧୯ରେ ମାୟାବତୀଙ୍କ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପ୍ରମୁଖ ଚେହେରା ଆକାଶ ଆନନ୍ଦ ଦଳର ରାଷ୍ଟ୍ରୀୟ ସଂଯୋଜକ ଅଛନ୍ତି।

  6. ରାଜସ୍ଥାନର ଜୟପୁର ସହରର ଏକ ଘରୋଇ ସ୍କୁଲର ଜଣେ ୮ ବର୍ଷୀୟା ଛାତ୍ରୀକୁ ପିକନିକ୍ ସମୟରେ ଏକ ହୋଟେଲରେ ନିଶା ଦେଇ ସ୍କୁଲ ଭ୍ୟାନ୍ ଡ୍ରାଇଭର ଓ ତା’ ସାଙ୍ଗମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

  7. ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦ ପାଇଁ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେଙ୍କୁ ବଛାଯାଇଛି। ୩୦୦୦ ପ୍ରାର୍ଥୀଙ୍କର ସାକ୍ଷାତ୍‌କାର ନିଆଯାଇ ସେମାନଙ୍କ ମଧ୍ୟରୁ ପ୍ରଥମେ ୫୦ ଜଣଙ୍କୁ ବଛାଯାଇଥିଲା।

  8. ବାଗେଶ୍ବର ଧାମର ମୁଖ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ମଧ୍ୟପ୍ରଦେଶର ଛତରପୁର ପୁଲିସ ଗିରଫ କରିଛି। ଇଣ୍ଟରପୋଲ ସହାୟତାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

  9. କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଆଜି ଘୋଷଣା କରିଛନ୍ତି ଯେ ଆସନ୍ତା ମଙ୍ଗଳବାର (ଡିସେମ୍ବର ୧୯) ରେ ଇଣ୍ଡିଆ ମେଣ୍ଟର ଚତୁର୍ଥ ବୈଠକ ଅନୁଷ୍ଠିତ ହେବ।

  10. ଛତିଶଗଡ଼କୁ ମିଳିବ ୨ଉପମୁଖ୍ୟମନ୍ତ୍ରୀ। ବିଷ୍ଣୁ ଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବା ପରେ ଏବେ ଅରୁଣ ସାଓ ଓ ବିଜୟ ଶର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି।

  11. ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ୧,୧୪,୩୩୩ ଜାଲ ଜବ୍‌ କାର୍ଡକୁ ହଟାଇ ଦିଆଯାଇଛି ଯାହା ହେଉଛି ଦେଶରେ ଦ୍ବିତୀୟ ସର୍ବାଧିକ। ୨୦୨୧-୨୨ରେ ଓଡ଼ିଶାରେ ୫୦,୮୧୭ ନକଲି ଜବ୍‌ କାର୍ଡକୁ ବାଦ ଦିଆଯାଇଥିଲା। ଅର୍ଥାତ ବର୍ଷକ ଭିତରେ ଜାଲ ଜବ୍‌ କାର୍ଡ ସଂଖ୍ୟାରେ ରାଜ୍ୟରେ ଦୁଇ ଗୁଣାରୁ ଅଧିକ ବୃଦ୍ଧି ହୋଇଥିଲା।

  12. ପ୍ରତିବର୍ଷ ସନ୍ତାନ ପ୍ରସବ ପରେ ଅନୂ୍ୟନ ୪ କୋଟି ମହିଳା ବିଭିନ୍ନ ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଭୋଗୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଲାନ୍‌ସେଟ୍‌ ଗ୍ଲୋବାଲ ହେଲ୍‌ଥ ପତ୍ରିକାରେ ଉକ୍ତ ଅଧ୍ୟୟନ ପ୍ରକାଶ ପାଇଛି।

  13. କର୍ନାଟକରେ ହାଇକୋର୍ଟରେ ଛାଡପତ୍ର ମାମଲା ବିଚାରାଧୀନ ଥିବାବେଳେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। ହାଇକୋର୍ଟ ଏହି ମାମଲାରେ ସ୍ତ୍ରୀଙ୍କୁ ଝଟକା ଦେବା ଭଳି ରାୟ ଦେଇଥିଲେ। କୋର୍ଟ ଭରଣପୋଷଣ ଭତ୍ତା ଆବେଦନକୁ ରଦ୍ଦ କରିଛନ୍ତି।

  14. ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯଦି ଜଣେ ବ୍ୟକ୍ତି ଡିଏନଏ ରିପୋର୍ଟରେ ଜୈବିକ ପିତା ଘୋଷିତ ନ ହେଲେ ମଧ୍ୟ ତାଙ୍କୁ ଜନ୍ମ ହୋଇଥିବା ସନ୍ତାନର ଲାଳନପାଳନ ଦାୟିତ୍ୱରୁ ମୁକ୍ତି ମିଳିବ ନାହିଁ।

  15. କେନ୍ଦ୍ର ସରକାର କରିଥିବା ନିୟମାନୁସାରେ ଆଧାର କାର୍ଡରେ ଜନ୍ମ ତାରିଖ, ନାମ, ଏବଂ ଠିକଣାରେ କୌଣସି ତ୍ରୁଟି ଥିଲେ ପରବର୍ତ୍ତୀ ସମୟରେ ଏହାକୁ ସଂଶୋଧନ କରିପାରିବେ।UIDAI ଅନୁଯାୟୀ, ଆଧାର କାର୍ଡଧାରୀ, ଆଧାର କାର୍ଡରେ କେବଳ ଦୁଇଥର ନାମ ପରିବର୍ତ୍ତନ କରିପାରିବେ। କିନ୍ତୁ ଜନ୍ମ ତାରିଖ (DOB) ଓ ଲିଙ୍ଗ ବିବରଣୀ କେବଳ ଥରେ ସଂଶୋଧନ କରିପାରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.