• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ, ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ।

  2. ମୋହନ ଯାଦବ ବୁଧବାରଦିନ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ଯେଉଁ ଆଦେଶ ଜାରି କରିଛନ୍ତି ତାହା ହେଉଛି, ଧାର୍ମିକ ସ୍ଥଳରେ ଉଚ୍ଚ ସ୍ବରରେ ଲାଉଡସ୍ପିକର ବାଜିପାରିବ ନାହିଁ ।

  3. ସଂସଦଭବନରେ ସୁରକ୍ଷା ଭଙ୍ଗ ନେଇ ବିରୋଧୀ ଦଳମାନେ ଆଜି ଏନ୍‌ଡିଏ ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଲୋକସଭାରେ ଆଜି ଦୁଇ ଅନୁପ୍ରବେଶକାରୀଙ୍କ ଗ୍ୟାସ୍‌ ସ୍ପ୍ରେ ଘଟଣା ନେଇ ଆଜି ଅପରାହ୍ନରେ ଏକ ଘଣ୍ଟା ଧରି କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ନିର୍ଦ୍ଧାରିତ ସମୟ ଅପରାହ୍ଣ ୨ଟାରେ ଲୋକସଭା କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା।

  4. ମହାଦେବ ଅନଲାଇନ୍ ବେଟିଂ ଆପ୍‌ର ଦୁଇ ମୁଖ୍ୟଙ୍କ ମଧ୍ୟରୁ ଅନ୍ୟତମ ରବି ଉପ୍ପଲଙ୍କୁ ଇଡିର ନିର୍ଦ୍ଦେଶକ୍ରମେ ଇଣ୍ଟରପୋଲ୍ ଜାରି କରିଥିବା ରେଡ୍ କର୍ଣ୍ଣର ନୋଟିସ୍ ଆଧାରରେ ସ୍ଥାନୀୟ ପୁଲିସ ଦୁବାଇରେ ଗିରଫ କରିଛି।

  5. ଭାରତ-କାନାଡ଼ା ବିବାଦ ଭିତରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ହରଦୀପ ସିଂ ନିଜାର ହତ୍ୟା ଘଟଣାରେ ସେ ଭାରତ ବିରୋଧରେ ସାର୍ବଜନୀନ ଅଭିଯୋଗ ଆଣିଛନ୍ତି। ଭାରତରେ ଯାହା ରିପୋର୍ଟ କରାଯାଉଥିଲା ତାହା ଉପରେ ଅଙ୍କୁଶ ଲଗାଇବା ଜରୁରୀ ଥିଲା।

  6. ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି। ବୁଧବାର ପ୍ଲାଟଫର୍ମରେ ଏକ ବଡ ପାଣି ଟାଙ୍କି ଖସିପଡି ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି।

  7. ଆଇଟି ନିୟମ ୨୦୦୦ର ଧାରା ୬୯ଏ ଅନୁସାରେ ଦେଶରେ ୫୮୧ ଆପ୍‌କୁ ନିଷିଦ୍ଧ କରାଯାଇଛି। ସେଥିରୁ ୧୭୪ଟି ବେଟିଂ ଓ ଜୁଆ ଆପ୍ ହୋଇଥିବା ବେଳେ ୮୭ଟି ‌ହେଉଛି ୮୭ ଋଣ ଆପ୍। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଏହି ସୂଚନା ଦେଇଛନ୍ତି।

  8. ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଓଡ଼ିଶାର ଶକ୍ତିକାନ୍ତ ଦାସ। ନିଜ ବିଚକ୍ଷଣ ଆର୍ଥିକ ପରିଚାଳନା ସାମର୍ଥ୍ୟ ଜରିଆରେ ସେ ଅସ୍ଥିର ରିଜର୍ଭ ବ୍ୟାଙ୍କରେ ସ୍ଥିରତା ଫେରାଇଆଣିପାରିଛନ୍ତି। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ସେ ପାଞ୍ଚ ବର୍ଷ ପୂରଣ କରିଛନ୍ତି।

  9. ସୁଲଭ ମୂଲ୍ୟରେ ଲୋକଙ୍କୁ ରହିବା ପାଇଁ ବ୍ୟବସ୍ଥା କରୁଥିବା ‘ଓୟୋ ରୁମ୍‌ସ’ର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବୁଧବାର ରାୟଗଡ଼ା ଗସ୍ତରେ ପହଞ୍ଚିଛନ୍ତି। ମା' ମଝିଘରିଆଣି ମନ୍ଦିର ଯାଇଥିଲେ। ମା'ଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ।

  10. ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

  11. ନୂଆବର୍ଷରେ ପୁରୀରେ  ଭକ୍ତ ପାଇବେ ନୂଆ ଅନୁଭୂତି, ଏସି ସେଡ୍ ପାଥ୍ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ ଆଇଜି।

  12. ଯଦି ବ୍ରେକଅପ୍ କାରଣରୁ ଜଣେ ପୁରୁଷ କିମ୍ବା ମହିଳା ଆତ୍ମହତ୍ୟା କରନ୍ତି, ତେବେ ତାଙ୍କ ପାର୍ଟନରଙ୍କୁ ମୃତ୍ୟୁ ପାଇଁ ଦାୟୀ ହୋଇପାରିବ ନାହିଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି।

  13. ଅନେକ ଦିନ ଧରି ମହିଳା ମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ନାଁ କହିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ।

  14. ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି)ମାନଙ୍କ ନିଯୁକ୍ତି ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ଆଗତ ବିଲ୍‌ ଧ୍ୱନିମତରେ ଗୃହୀତ ହୋଇଯାଇଛି।

  15. ଦିଲ୍ଲୀ-ଏନ୍‌ସିଆର୍‌ରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନେଇ ବୁଧବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରଦୂଷଣ ରୋକିବା ପାଇଁ ନଡ଼ାମୂଳି ପୋଡ଼ିବା ବନ୍ଦ କରାଯିବା ଜରୁରୀ।

  16. ପୁରୀରେ ବୁଲା କୁକୁର କାମୁଡାରେ ଶିଶୁ ମୃତ୍ୟୁ ମାମଲା,୧୦ଲକ୍ଷ କ୍ଷତିପୂରଣ ପାଇଁ ପୌରପାଳିକାଙ୍କୁ ନିର୍ଦ୍ଦେଶ।

  17. ନନ୍ଦନକାନନ ଚିଲ ,ଛଞ୍ଚାଣ ଅନ୍ୟ ପକ୍ଷୀଙ୍କୁ ଖାଇ ଦେଉଥିବା ଅଭିଯୋଗ – ବିହଙ୍ଗ ସାରଣୀ ଜାଲ ଛିଣ୍ଡି ଗଲାଣି।

  18. ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟରେ ଅବକାରୀ ବିଭାଗର ଏଣ୍ଟ୍ରି, ରଦ୍ଦ ହୋଇପାରେ ଡିଷ୍ଟିଲାରୀ ଲିମିଟେଡର ଲାଇସେନସ।

  19. ଶିମିଳିପାଳ ଅଭୟାରଣ୍ୟରେ ୩ ଡିଗ୍ରୀ କୁ ଖସିଲା ପାରଦ, ଘଣ୍ଟା ଘଣ୍ଟା ଧରି ନିଆଁ ଜାଳି ବସି ରହୁଛନ୍ତି ଲୋକେ।

  20. ଭାରତୀୟ କ୍ରୀଡା ଜଗତର ଭବିଷ୍ୟତ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ତୀରନ୍ଦାଜ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଟାଟା ଷ୍ଟିଲ ସହିତ ହାତ ମିଶାଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବୁଧବାର ଓଡିଶା ଏବଂ ଟାଟା ଷ୍ଟିଲ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.