• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (ଏଆଇ) ମଣିଷର କ୍ଷମତା ବାହାର କାମ ସମ୍ଭବ କରାଇପାରୁଛି। ତେବେ ‘ଏଆଇ’ ତ୍ରୁଟିର ପରିଣାମ ମଧ୍ୟ ଭୟଙ୍କର ହୋଇପାରେ। ରୁଷିଆର ଆଲେକ୍‌ଜାଣ୍ଡାର ସ୍ବେତକୋଭ୍‌ ନାମକ ଜଣେ ବୈଜ୍ଞାନିକ ‘ଏଆଇ’ ଯୋଗୁଁ ବିନା ଦୋଷରେ ଦୀର୍ଘ ୧୦ ମାସ କାରାଗାରରେ ବିତାଇଛନ୍ତି।

  2. ଲୋକସଭାରେ ଗତକାଲି ବଡ଼ ଧରଣର ସୁରକ୍ଷା ଭଙ୍ଗ ମାମଲାରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ବରିଷ୍ଠ ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିବା ସହ ତଦନ୍ତ ପାଇଁ ଗଠିତ କମିଟି ସଂପର୍କରେ ମଧ୍ୟ ଅବଗତ ହୋଇଛନ୍ତି।

  3. ଜମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ ବିଲ୍‌) ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍‌ ଇତିମଧ୍ୟରେ ରାଜ୍ୟସଭାରେ ଗୃହୀତ ହୋଇଛି।

  4. ଅସ୍ତ୍ରବିରତି ପାଇଁ ଅନ୍ତର୍ଜାତୀୟ ଚାପ ବଢ଼ୁଥିବା ଏବଂ ଜାତିସଂଘ ସାଧାରଣ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଥିବା ସତ୍ତ୍ୱେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତାଙ୍କ ସେନା ଗାଜାରେ ଲଢ଼େଇ ଜାରି ରଖିବ।

  5. ଲଦାଖକୁ କେନ୍ଦ୍ରଶାସିତ ଅଂଚଳ ଭାବେ ରଖିବା ସପକ୍ଷରେ ରାୟ ଆସିବା ପରେ ଚୀନ୍‌ ପ୍ରତିକ୍ରିୟା ରଖିଛି। ଲଦାଖକୁ ଆମେ ଭାରତୀୟ ଅଞ୍ଚଳ ଭାବେ ମାନ୍ୟତା ଦେବୁନାହିଁ।

  6. ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ ମନି ଲଣ୍ଡରିଂ ମାମଲାରେ ମିଳିଥିବା ଅନ୍ତରୀଣ ଜାମିନର ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ଜାନୁଆରି ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  7. ୨୦୨୨-୨୩ରେ ବିଜୁ ଜନତା ଦଳ (ବିଜେଡି)ର ଆୟ ଓ ବ୍ୟୟ କମିଛି। ୨୦୨୨-୨୩ରେ ବିଜେଡିର ସମୁଦାୟ ଆୟ ୧୮୧ କୋଟି ୫ ଲକ୍ଷ ୩୧ ହଜାର ୬୧୯ ଟଙ୍କା ରହିଥିବା ବେଳେ ୨୦୨୧-୨୨ରେ ଆୟ ଥିଲା ୩୦୭ କୋଟି ୨୮ ଲକ୍ଷ ୮୬ ହଜାର ୫୫୧ ଟଙ୍କା।

  8. ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

  9. ଲୋକସଭା ସଚିବାଳୟ ୮ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରିଥିବା କଥା ନିଉଜ୍ ଏଜେନ୍‌ସି ‘ପିଟିଆଇ’ ରିପୋର୍ଟ କରିଛି।

  10. ଗୁଗୁଲ୍ ଘୋଷଣା କରିଛି ଯେ ଜାନୁଆରି ମାସ ପରଠାରୁ ପ୍ଲେ ମୁଭିଜ୍‌ ଏବଂ ଟିଭିକୁ ବନ୍ଦ କରି ଦିଆଯାଉଛି।

  11. ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ୨ଜଣ ମୁସଲମାନ କାରିଗର ଅଯୋଧ୍ୟା ରାମମନ୍ଦିର ପାଇଁ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ମହମ୍ମଦ ଜମାଲୁଦ୍ଦିନ ଓ ତାଙ୍କ ପୁଅ ଦୀର୍ଘଦିନ ଧରି ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିଲେ।

  12. କଂଗ୍ରେସ ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବତନ ବିଧାୟକ ବିନୟ ଜୟସ୍ବାଲ ଏବଂ ବୃହସ୍ପତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି।

  13. କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସଂଶୋଧନ ପରେ ସଂସଦରେ ‘ଭାରତୀୟ ଜୁଡିସିଆଲ କୋଡ’ ଅର୍ଥାତ ବିଏନଏସର ନୂତନ ଡ୍ରାଫ୍ଟ ଉପସ୍ଥାପନ କରିଛନ୍ତି। ଲୋକସଭାରେ ଉପସ୍ଥାପିତ ହୋଇଥିବା ବିଏନଏସ (ଦ୍ୱିତୀୟ) ବିଲ, ୨୦୨୩ ର ନୂତନ ସଂସ୍କରଣ, ସଂସଦୀୟ କମିଟିର ସୁପାରିଶକୁ ଅଣଦେଖା କରି ଅପ୍ରାକୃତିକ ଯୌନ ସମ୍ପର୍କ ଆଉ ବିବାହ ନାରେ ବଳାତ୍କାର ଅପରାଧ ନୁହେଁ ବୋଲି ଏଥିରେ କୁହାଯାଇଛି।

  14. ଭାରତ ମହାକାଶକୁ ମହିଳା ରୋବଟ୍‌ ‘ବ୍ୟୋମମିତ୍ର’ ପଠାଇବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

  15. ବିଜୟ ହଜାରେ ଟ୍ରଫି ୨୦୨୩ର ପ୍ରଥମ ଫାଇନାଲିଷ୍ଟ ହୋଇଛି ହରିୟାଣା। ଘରୋଇ କ୍ରିକେଟରେ ଖେଳାଯାଇଥିବା ୫୦ ଓଭର ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିର ଫାଇନାଲ ପାଇଁ ହରିୟାଣା ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.