• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସ୍ରୁଷ୍ଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏଥି ସହିତ ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୨୦ ବ୍ୟାଚର ଆଇଏଏସ ଅଫିସର ଚଭନ କୁନାଲ ମୋତିରାମଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

  2. ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଅଭିଯାନକୁ ଆଶାତୀତ ସଫଳତା ମିଳିଛି। ଚଳିତ ବର୍ଷ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ସଂଗ୍ରହ ହୋଇଛି ‘୧’ ଲକ୍ଷ ୟୁନିଟ ରକ୍ତ। 

  3. ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଛନ୍ତି ।

  4. ଭୁବନେଶ୍ବରର ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ। ହସ୍ପିଟାଲ ପରିସରରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।

  5. ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତକୁ ବଡ଼ ଦଣ୍ଡ  ଦେଇଛି ଆଇସିସି।  ଭାରତୀୟ ଦଳକୁ ମ୍ୟାଚ୍ ଫି ର ୧୦ ପ୍ରତିଶତ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ୨ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇବାକୁ ପଡିଛି। ସେଞ୍ଚୁରିଅନରେ ପ୍ରଥମ ଟେଷ୍ଟରେ ଭାରତ ଗୋଟେ ଇନିଂସ ଏବଂ ୩୨ ରନରେ ପରାଜୟର ସମ୍ମୁଖୀନ ହୋଇଥିଲା।

  6. ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଭିନ୍ନ ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯିବ। ସେହି ତାଲିକା ଭିତ୍ତିରେ ବିଦ୍ୟାଳୟଗୁଡ଼ିକରେ ଖୁବ୍‌‌ଶିଘ ନିଯୁକ୍ତି ଦିଆଯିବ। ନିଯୁକ୍ତି ଅପେକ୍ଷାରେ ଥିବା ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।

  7. ଇଂରାଜୀ ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଥିବା ବେଳେ ୯ଟି ସେକ୍ଟରରେ କରାଯିବ।

  8. ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଛି। ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି ।

  9. BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ,ଏହାସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍‌ପିଟାଲ ଗୁଡିକରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍‌ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

  10. ରାଜ୍ୟରେ ପୁଣି ଡରାଇବା ଆରମ୍ଭ କଲାଣି କରୋନା। କୋଭିଡର ନୂଆ ଭାରିଏଣ୍ଟ ‘ଜେଏନ ୧’ ସଂକ୍ରମଣ ମାମଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ୨୪ଘଣ୍ଟା ମଧ୍ୟରେ ଆଉ ୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି।

  11. ୨୨ ଜାନୁଆରିରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସୋନିଆ ଯୋଗଦେବା ସମ୍ଭାବନା ରହିଛି।

  12. ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ବୋଲି ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍‌ ପିଟ୍ରୋଡ଼ା ନିକଟରେ ଦେଇଥିବା ମନ୍ତବ୍ୟ ଠାରୁ କଂଗ୍ରେସ ଦଳ ନିଜକୁ ଦୂରେଇ ନେଇଛି।

  13. ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌। କିଭ୍‌, ଲଭିବ୍‌, ଓଡେଶା, ନିପ୍ରୋ, ଖାରଖିଭ୍‌, ଜାପୋରିଝିଆ ସମେତ ବିଭିନ୍ନ ସହରରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଭୟାନକ ଆକ୍ରମଣ ଜାରି ରହିଛି। ଆଜି ସକାଳ ସୁଦ୍ଧା ରୁଷ୍‌ ୧୨୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି ।

  14. ଆସାମର ଉଗ୍ରବାଦୀ ସଂଗଠନ ୟୁନାଇଟେଡ଼ ଲିବରେସନ ଫ୍ରଣ୍ଟ୍‌ ଅଫ୍‌ ଆସାମ (ଉଲ୍‌ଫା), ଆସାମ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି ।

  15. ଓଡ଼ିଶା ମଧ୍ୟ ଦେଇ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ।

  16. ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ମଣିଷଙ୍କ ଚାକିରି ଖାଇବା ଆରମ୍ଭ କରିଛି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ । କିଛି ଦିନ ତଳେ ଖବର ଆସିଥିଲା ଯେ ଏଆଇ ଲାଗୁ କରିବା ଯୋଗୁଁ ପେଟିଏମ୍ ପ୍ରାୟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ।

  17. ଲଗାତାର ତିନି ବର୍ଷ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିବାବେ‌ଳେ ଏଥର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି।

  18. ପ୍ରସାଧାନ ସାମଗ୍ରୀ ବ୍ରାଣ୍ଡ୍‌ ଲୋରିଅଲ୍ ଏସ୍‌ଏର ଉପାଧ୍ୟକ୍ଷା ଫ୍ରାଙ୍କୋଇସ୍‌ ବେଟେନ୍‌କୋର୍ଟ ମେୟର୍ସ ବିଶ୍ବର ସବୁଠୁ ବଡ଼ ଧନୀ ମହିଳା ଭାବେ ଉଭା ହୋଇଛନ୍ତି। ସେ ହେଉଛନ୍ତି ଦୁନିଆର ପ୍ରଥମ ମହିଳା ଯିଏ ୧୦,୦୦୦ କୋଟି ଡଲାର ସମ୍ପତ୍ତିର ମାଲିକାଣୀ।

  19. ନୂଆବର୍ଷରୁ ଦେଶରେ କେ‌ତେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍‌ ଇଣ୍ଡିଆ (ଏନ୍‌ସିପିଆଇ) ପକ୍ଷରୁ ନିଷ୍କ୍ରିୟ ୟୁପିଆଇ ଆଇଡିଗୁଡ଼ିକୁ ଅଚଳ କରାଯିବ।

  20. ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ବଳ୍ପ ସଞ୍ଚୟ ସ୍କିମ୍‌ ପାଇଁ ନୂଆ ସୁଧ ଘୋଷଣା କରାଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାର ସୁଧକୁ ୮ ପ୍ରତିଶତରୁ ବୃଦ୍ଧି ପାଇ ୮.୨ ପ୍ରତିଶତ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.