• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ଫଳ ପ୍ରକାଶ ପାଇଛି। ୭୮୭ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

  2. ଚଳିତ ବର୍ଷ ଚାରୁକଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଚିତ୍ରଶିଳ୍ପୀ ସୋଫିୟା ସ୍ଥିନ୍ , ଦିନେଶ ମୁଦୁଲି , ବିକ୍ରମ କେଶରୀ , ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା , ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ , କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ , ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କଳାରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳି ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର – ୨୦୨୩ରେ ପୁରସ୍କୃତ କରାଯାଇଥିଲା ।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା ବସିଥିବା ଚଳିତ ବର୍ଷର ଶେଷ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ବର୍ଷର ଶେଷ କ୍ୟାବିନେଟ ବୈଠକରେ ୧୦ ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି।

  4. ପୁଲିସ ଡିଜି ସୁନୀଲ ବଂଶଲ ଆସନ୍ତାକାଲି ଅବସର ନେଉଥିବା ବେଳେ ତାଙ୍କ ସ୍ଥାନରେ ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

  5. ବିଏମସିର ସବୁ କର୍ମଚାରୀମାନେ କାର୍ଯ୍ୟାଳୟରେ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମିନିଟ ଭିତରେ ପହଞ୍ଚିବା ଲାଗି ହୋଇଛି ନିର୍ଦ୍ଦେଶ । ସକାଳ ୧୦ଟା ୩୦ପରେ ଅଫିସରେ ପହଞ୍ଚିଲେ ବନ୍ଦ ହେବ ଦରମା ।

  6. ଗ୍ୟାଙ୍ଗଷ୍ଟର ଲଖବୀର ସିଂହ ଲାଣ୍ଡାକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛି । କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରି ଏହି ଘୋଷଣା କରିଛନ୍ତି । ୨୦୨୧ରେ ଲାଣ୍ଡା ବିରୋଧରେ କେନ୍ଦ୍ର ସରକାର ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ ।

  7. ଡ. ମନୋରମା ମହାନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ. ମହାନ୍ତିଙ୍କୁ (ବୈଜ୍ଞାନିକ-ଏଫ୍‌‌) ଗ୍ରେଡ୍‌‌କୁ ପଦନ୍ନୋତି ସହ ଏହି ନୂତନ ନିଯୁକ୍ତି ମିଳିଛି।

  8. ୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ ବୋଲି ଗୁରୁବାର ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

  9. ରାଜସ୍ଥାନରେ ଭଜନଲାଲ ଶର୍ମାଙ୍କ କ୍ୟାବିନେଟ୍‌ର ସମ୍ପ୍ରସାରଣ ହୋଇଛି। ମୋଟ ୨୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଭଜନଲାଲ ଶର୍ମାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ନୂଆ ଚେହେରାଙ୍କ ସହ ପୁରୁଣା ଚେହେରାଙ୍କୁ ବି ସୁଯୋଗ ମିଳିଛି।

  10. ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନ ଅଞ୍ଚଳର ଉତ୍ତରରେ ଥିବା ନିଜ ଘରଠାରୁ ଅନେକ ମାଇଲ ଦୂରରେ ଦକ୍ଷିଣ ଗାଜାର ଏକ ଡାକ୍ତରଖାନାରେ ଇମାନ ଅଲ୍ ମାସ୍ରି ନାମ୍ନୀ ଗାଜାର ଜଣେ ମହିଳା ୪ଟି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

  11. ଆମେରିକାର ମାସାଚୁସେଟ୍ସ ରାଜ୍ୟରେ ଜଣେ ଧନୀ ଭାରତୀୟ ବଂଶୋଦ୍ଭବ ଦମ୍ପତି ଏବଂ ସେମାନଙ୍କ ଝିଅର ମୃତଦେହ ଉଦ୍ଧାର କରାଯାଇଛି।

  12. ଭାରତରେ ଏବେ ଧୂଳି ପ୍ରଦୂଷଣ ଉଦ୍‌ବେଗଜନକ ହେଲାଣି। ଧୂଳି ଯୋଗୁଁ ଅଧିକରୁ ଅଧିକ ସଂଖ୍ୟକ ଲୋକ ପ୍ରତିବର୍ଷା ରୋଗାକ୍ରାନ୍ତ ହେଉଛନ୍ତି। ଆଇଆଇଟି ଦିଲ୍ଲୀ ଓ କାନପୁର ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି।

  13. ୨୦୨୩ରେ ସୁପ୍ରିମକୋର୍ଟଙ୍କ ୩୨ଟି ଐତିହାସିକ ରାୟ ତାଲିକାରେ ଓଡ଼ିଶାର ଦୁଇଟି ରାୟ ସ୍ଥାନ ପାଇଛି। ସୁପ୍ରିମକୋର୍ଟଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ଇଣ୍ଡିଆନ ଜୁଡିସିଆରି-ବାର୍ଷିକ ରିପୋର୍ଟ ୨୦୨୨-୨୩ର ଲ୍ୟାଣ୍ଡମାର୍କ ଜଜ୍‌ମେଣ୍ଟ ଶୀର୍ଷକରେ ମୋଟ ୩୨ଟି ରାୟକୁ ଉଲ୍ଲେଖ କରାଯାଇଛି।

  14. ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗାଟ୍ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବିରୋଧ କରି ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି।

  15. ବିଳମ୍ବିତ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଡିସେମ୍ବର ୩୧। ଆୟକର ବିଭାଗ ପକ୍ଷରୁ ଏ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ରିଟର୍ଣ୍ଣ ଦାଖଲ କରି ନଥିବା ବ୍ୟକ୍ତିମାନଙ୍କୁ ସୂଚନା ଦିଆଯାଇଛି।

  16. ଷ୍ଟକ୍‌ ବଜାର ନିବେଶକମାନଙ୍କ ଲାଗି ୨୦୨୩ ଏକ ସ୍ମରଣୀୟ ବର୍ଷ ସାବ୍ୟସ୍ତ ହୋଇଛି। ଗୋଟିଏ ବର୍ଷ‌ରେ ନିବେଶକମାନଙ୍କ ସମ୍ପତ୍ତିରେ ରେକର୍ଡ ୮୦.୬୨ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

  17. ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ସୃଷ୍ଟି ହୋଇଥିବା ଏଲ୍‍- ନିନୋ ଆସନ୍ତାବର୍ଷ ଏପ୍ରିଲ ମାସ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି।

  18. ସ୍ମାର୍ଟଫୋନ ଆସିବା ସହିତ ୟୁଜରଙ୍କୁ ନୂତନ ବୈଶିଷ୍ଟ୍ୟ ମଧ୍ୟ ମିଳିଛି। ଟ୍ରୁକଲରର ଏପରି ଏକ ବୈଶିଷ୍ଟ୍ୟ ଅଛି ଯେଉଁଥିରେ ଉପଭୋକ୍ତା ଫୋନ ନମ୍ବର ସହିତ କଲରଙ୍କ ନାମ ଦେଖିଥାନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥିରେ, କଲିଂ ବ୍ୟବହାରକାରୀଙ୍କ ନାମ କାହାକୁ ଦୃଶ୍ୟମାନ ହେବ ନାହିଁ। ସରକାର ଏହାର ନୂତନ ଟେଲି ଯୋଗାଯୋଗ ବିଲରେ ଏହି ନିଷ୍ପତ୍ତି ନେଇଛନ୍ତି।

  19. ଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନଃ ବିକଶିତ ଅଯୋଧ୍ୟା ରେଳ ଷ୍ଟେଶନର ଉଦ୍‌ଘାଟନ କରିଛନ୍ତି। ଦୁଇଟି ନୂଆ ଅମୃତ ଭାରତ ଏବଂ ୬ଟି ନୂତନ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ସବୁଜ ପତାକା ଦେଖାଇଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଅନ୍ୟାନ୍ୟ ରେଳ ପ୍ରକଳ୍ପକୁ ମଧ୍ୟ ଉତ୍ସର୍ଗ କରିଛନ୍ତି।

  20. ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ସମର୍ପଣ ପୂର୍ବରୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି ଭଗବାନ ଶ୍ରୀରାମ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଶ୍ୱର ସମସ୍ତ ଲୋକଙ୍କର ଅଟନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.