1 ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ୟଜି-ପିଜି ଶ୍ରେଣୀ ପାଇଁ ସେମିଷ୍ଟାର ଓ ବାର୍ଷିକ ପରୀକ୍ଷା ଚଳିତମାସ ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ତାରିଖ ମଧ୍ୟରେ ଶେଷ ହେବ।
2. ରାଜ୍ୟରେ ନୌକା-ବିହାର ପର୍ଯ୍ୟଟନ ( ରିଭର କ୍ରୁଇସ୍ ) ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଆଜି ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଛନ୍ତି।
3. ଆଉ ଛପା ହେବନି ସରକାରୀ କ୍ୟାଲେଣ୍ଡର, ଡାଏରୀ – କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶନାମା।
4. ୧୫-ମୁମ୍ବାଇ ବିମାନବନ୍ଦରର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଏୟାରପୋର୍ଟସ୍ ।
5. ଏଥରର ମୌସୁମୀ ଅଧିବେଶନରେ ପ୍ରଶ୍ନୋତ୍ତର ବଦଳରେ ମିଳିବ ଲିଖିତ ଉତ୍ତର । ଆସନ୍ତା ୧୪ ତାରିଖରୁ ଅକ୍ଟୋବର ୧ ଯାଏ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ।
6. ଏଣିକି ଆନ୍ତଃ ରାଜ୍ୟ ବସ୍ ପରିବହନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ(RTO) ସ୍ବତନ୍ତ୍ର ଅନୁମତି (ସ୍ପେଶାଲ ପର୍ମିଟ୍) ଦେବେ। ଆଗରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STO) ଦେଉଥିଲେ ।
7. ଫର୍ଚ୍ୟୁନ୍ ପତ୍ରିକାର ୪୦ ବର୍ଷରୁ କମ୍ ବୟସରେ ବିଶ୍ୱର ୪୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇଲେ ଇଶା ଓ ଆକାଶ ଅମ୍ବାନୀ ।
8. କରୋନା ସତ୍ତ୍ବେ ନିବେଶକଙ୍କ ପସନ୍ଦ ଓଡ଼ିଶା: ପୁଞ୍ଜି ନିବେଶ ୭୮୫% ବୃଦ୍ଧି।
9. ସେପ୍ଟେମ୍ବର ୩୦ ସୁଦ୍ଧା ବସିବ ବିଧାନସଭା ମୌସୁମୀ ଅଧିବେଶନ।
10 ନେପାଳ-ଭାରତ ସୀମା ଲିପୁଲେଖଠାରୁ ୧୨ କିଲୋମିଟର ଦୂରରେ ସୈନ୍ୟ ଘାଟି ନିର୍ମାଣ କରୁଛି ଚୀନ, ସେନା ସତର୍କ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.