• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିଛି ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ରସାୟନିକ ବିଜ୍ଞାନ କ୍ଷେତ୍ରରେ ଜ୍ୟୋତିର୍ମୟୀ ଦାଶ ପାଇଛନ୍ତିଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିଛି 
  2. ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଂସଦରେ ଗୃହୀତ ହୋଇଥିବା ଜାମ୍ମୁ କାଶ୍ମୀର ସରକାରୀ ଭାଷା ବିଧେୟକ୨୦୨୦କୁ ଆଜି ଅନୁମୋଦନ ଦେଇଛନ୍ତି ଏହି ବିଧେୟକ ଅନୁଯାୟୀ କାଶ୍ମୀରୀ, ଡୋଗ୍ରି, ହିନ୍ଦୀ, ଇଂରାଜୀ ଏବଂ ଉର୍ଦ୍ଦୁ ଏବେ ଠାରୁ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ଭାଷା ହେବ ପୂର୍ବରୁ କେବଳ ଉର୍ଦ୍ଦୁ ଏବଂ ଇଂରାଜୀ ସେହି ଅଞ୍ଚଳ ପାଇଁ ସରକାରୀ ଭାଷା ଥିଲା
  3. ହର୍ଡ ଇମ୍ୟୁନିଟି ଠାରୁ ବହୁ ଦୂରରେ ଭାରତ: ଦ୍ୱିତୀୟ ସେରୋ ସର୍ଭେରେ ଦେଶରେ ମୋଟ ସଂକ୍ରମଣ ହାର ଲୋକସଂଖ୍ୟା ତୁଳନାରେ ନଗଣ୍ୟ; କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଲେ କେବଳ ଶ୍ୱାସତନ୍ତ୍ର ନୁହେଁ ଶରୀରର ବିଭିନ୍ନ ଅଙ୍ଗକୁ କରୁଛି ପ୍ରଭାବିତ
  4. ଶାରଜାରେ ଆଇପିଏଲର ରୋମାଂଚ: ହାଇସ୍କୋରିଂ ମ୍ୟାଚରେ ପଂଜାବ ହାତରୁ ମ୍ୟାଚକୁ ଛଡ଼ାଇନେଲା ରାଜସ୍ଥାନ; ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚର ମୋଡ ବଦଳାଇ ଦେଲେ ତେୱାଟିଆ
  5. ଆତ୍ମା ଭିତ୍ତିଭୂମି ଉପଯୋଗ କରାଯାଇ ୫ଲକ୍ଷ ଭାଗଚାଷୀଙ୍କୁ ନେଇ ୧ଲକ୍ଷ ମିଳିତ ଦେୟ ଗୋଷ୍ଠୀ ଗଠନ କରାଯିବ ଏହା ମାଧ୍ୟମରେ ଭାଗଚାଷୀ ଭୂମିହୀନ ଚାଷୀମାନେ ବିଭିନ୍ନ ବ୍ୟାଙ୍କରୁ ଫସଲ ଋଣ ପାଇପାରିବେ ବୋଲି କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ମାର୍ଗଦର୍ଶିକାରୁ ଜଣାଯାଇଛି
  6. ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଚାରୋଟି ଯାକ ଶ୍ରମ ସଂହିତାକୁ କାର୍ଯ୍ୟକାରୀ କରାଯିବବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ସୂଚନାଯୋଗ୍ୟ ନିକଟରେ କେନ୍ଦ୍ର ସରକାର ଏହି ସମସ୍ତ ଶ୍ରମ ସଂହିତା ବିଧେୟକକୁ ସଂସଦରେ ମଞ୍ଜୁରି ପ୍ରଦାନ କରିଥିଲେ 
  7. ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍ଏକାଦଶ ପଞ୍ଜାବ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହେବେ ସାରଜାରେ ଏହି ମ୍ୟାଚ ଖେଳାଯିବ
  8. ବିଶ୍ୱରେ ୧୦ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଶୀର୍ଷରେ ଆମେରିକା ଭାରତରେ ସୁସ୍ଥତା ହାର ସବୁଠାରୁ ଅଧିକ
  9. ସାମଗ୍ରୀ ବିକ୍ରି କ୍ଷେତ୍ରରେ ଆମାଜନ, ଫ୍ଲିପକାର୍ଟ ଭଳି -କମର୍ସ କମ୍ପାନିଙ୍କୁ ଅଧିକ ସୁବିଧା ସୁଯୋଗ ମିଳୁଛି ତେଣୁ ଏହା ବିରୋଧରେ ବାରମ୍ବାର ବିଦ୍ରୋହ କରି ଆସୁଥିବା ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଶେଷ‌ରେ ନିଜର ଏକ ଇ-କମର୍ସ ପୋର୍ଟାଲ ଖୋଲିବା ପାଇଁ ଘୋଷଣା କରିଛି। ଆସନ୍ତାମାସରେ ଖୋଲାଯିବାକୁ ଥିବା ଏହି ପୋର୍ଟାଲର ନାମ ଭାରତଇମାର୍କେଟ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ (ଡିପିଆଇଆଇଟି) ସହଯୋଗରେ ସିଏଆଇଟି ଏହି ପ୍ଲାଟଫର୍ମ ଆରମ୍ଭ କରିବ।
  10. ବିଏସଏନଏଲ ନୂଆ ବ୍ରଡବ୍ୟାଣ୍ଡ ପ୍ଲାନ୍ ଲଞ୍ଚ୍ କରିଛି । କମ୍ପାନି ୪ଟି ନୂଆ ପ୍ଲାନ୍ ଲଞ୍ଚ କରିଛି ଯାହା ଜିଓ ଏବଂ ଏୟାରଟେଲକୁ ଟକ୍କର ଦେବ ବୋଲି କୁହାଯାଉଛି। ଏହି ୪ଟି ପ୍ଲାନ୍ ଯଥାକ୍ରମେ ୪୪୯, ୭୯୯, ୯୯୯, ୧୪୯୯ ଟଙ୍କାର ରହିଛି। ଏହିସବୁ ପ୍ଲାନରେ କମ୍ପାନି ଉପଭୋକ୍ତାଙ୍କୁ କଲିଂ, ହାଇ ସ୍ପିଡ୍ ଡାଟା ଓ ଡିସନି ପ୍ଲସ୍ ହଟଷ୍ଟାରର ସଦସ୍ୟତା ମଧ୍ୟ ପ୍ରଦାନ କରିବ ବୋଲି ଦାବି କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.