- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି।
- ଦେଶରେ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୪ରୁ ୨୦୧୮ ମଧ୍ୟରେ ୮୨ ହଜାର ୫୭୫ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି।
- କେନ୍ଦ୍ର ସରକାର କଳାହାଣ୍ଡିରେ ଏକ ନୂଆ ମେଡିକାଲ୍ କଲେଜ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କଳାହାଣ୍ଡିର ବିଜେପି ଲୋକସଭା ସଦସ୍ୟ ବସନ୍ତ ପଣ୍ଡାଙ୍କୁ ଚିଠି ଲେଖି ଜଣାଇଛନ୍ତି।
- ପ୍ରସାରଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ତଥା କବି, ପ୍ରାବନ୍ଧିକ, ସମାଲୋଚକ ଅଭୟ ପାଢୀ(୭୧)ଙ୍କ ସକାଳ ୧୦.୩୦ରେ ବରଗଡ଼ ବିକାଶସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।
- କଂପାନିଗୁଡ଼ିକ ଲାଗି ବ୍ୟବସାୟ ବାତାବରଣକୁ ଆହୁରି ସହଜ କରିବା ପାଇଁ କଂପାନି ନିୟମରେ ରହିଥିବା ବିଭିନ୍ନ ଅପରାଧିକ ଧାରାକୁ ସରକାର ହଟାଇଛନ୍ତି ଓ ଆଉ କିଛି ଧାରାରେ ରହିଥିବା ଦଣ୍ଡ ବ୍ୟବସ୍ଥାକୁ କୋହଳ କରିଛନ୍ତି। ପ୍ରାୟ ୪୮ଟି ଅପରାଧିକ ଧାରାରେ ପରିବର୍ତ୍ତନ କରାଯାଇଛି।ସଂଶୋଧିତ କଂପାନି ବିଲ୍ ଲୋକସଭାରେ ଗୃହୀତ ହୋଇଛି।
- ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ କେନ୍ଦ୍ର ସରକାର ସୀମା ସୁରକ୍ଷା ବଳର (ବିଏସ୍ଏଫ୍) ଇନ୍ସ୍ପେକ୍ଟର୍ ଜେନେରାଲ୍ ଭାବେ ନିଯୁକ୍ତ କରିଛନ୍ତି।
- ଭାରତୀୟ ନୌସେନା ହେଲିକପ୍ଟର୍ରେ ‘ଅବ୍ଜର୍ଭର୍’ ବା ‘ଏୟାର୍ବୋର୍ଣ୍ଣ ଟ୍ୟାକ୍ଟିସିଆନ୍’ ଭାବେ ଯୋଗ ଦେବାକୁ ପ୍ରଥମ ଥର ପାଇଁ ଦୁଇଜଣ ମହିଳା ଅଧିକାରୀଙ୍କୁ ମନୋନୀତ କରାଯାଇଛି। ଏହା ଫଳରେ ଫ୍ରଣ୍ଟ୍ଲାଇନ୍ ଯୁଦ୍ଧପୋତମାନଙ୍କରେ ମହିଳାମାନଙ୍କୁ ନିଯୁକ୍ତି ମିଳିବାର ପଥ ପ୍ରସ୍ତୁତ ହୋଇପାରିଛି।
- ଯୁଦ୍ଧପୋତର ଡେକ୍ ଉପରୁ ହେଲିକପ୍ଟର୍ ଚଳାଇବାକୁ ଥିବା ଭାରତର ପ୍ରଥମ ମହିଳା ‘ଏୟାର୍ବୋର୍ଣ୍ଣ ଟ୍ୟାକ୍ଟିସିଆନ୍’ ଦୁହେଁ ହେଉଛନ୍ତି ସବ୍ ଲେଫ୍ଟନାଣ୍ଟ୍ କୁମୁଦିନୀ ତ୍ୟାଗୀ ଏବଂ ସବ୍ ଲେଫ୍ଟନାଣ୍ଟ୍ ରୀତି ସିଂହ।
- . ରିଜର୍ଭ ବ୍ୟାଙ୍କ ତଥ୍ୟ; ବର୍ଷକରେ ଏକ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍ ଗାଏବ ।
- ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର ।
ଶିଶୁମାନେ ଖୁସିରେ ରହିଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ । ଏକୁଟିଆ ରହିବା ଛୁଆମାନଙ୍କ ପାଇଁ ଏକ ପ୍ରକାର ଦଣ୍ଡ ବିଧାନ । କାରଣ ସେ ପରିବାର ଲୋକଙ୍କ ସହିତ ସବୁବେଳେ ରହିବାକୁ ଚାହାନ୍ତି । ତେଣୁ ପିଲାଙ୍କୁ ଘର ଭିତରେ ଖେଳିବା ଶିଖାଇବା ଦରକାର ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.