ଆଜିର ଅନୁଚିନ୍ତା ......
ଉତ୍ତମ ପୁରୁଷ ଓ ଉତ୍ତମ ପୁସ୍ତକ କୁ ଜାଣିବା କଷ୍ଟକର,ଏମାନଙ୍କୁ ଜାଣିବାକୁ ହେଲେ ଗଭୀର ଅଧ୍ୟୟନ ନିତାନ୍ତ ଆବଶ୍ୟକ ।
- ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ଶିମଲାଙ୍କ ବାସଭବନରେ ଝୁଲୁଥିବାବେଳେ ପୁଲିସ ଜବତ କରିଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।
- ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଉତ୍ତର ପ୍ରଦେଶର ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟ ରହିଛି। ଦିଲ୍ଲୀରେ ୭ଟି ଓ ପଶ୍ଚିମବଙ୍ଗରେ ୨ଟି ନକଲି ବିଶ୍ବବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି ବୋଲି ୟୁଜିିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଓଡ଼ିଶାର ରାଉରକେଲା ନବଭାରତ ଶିକ୍ଷା ପରିଷଦ ବିଶ୍ବବିଦ୍ୟାଳୟ ଏବଂ ବାରିପଦା ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ନକଲି ବିଶ୍ବବିଦ୍ୟାଳୟ ଭାବେ ୟୁଜିସି ପକ୍ଷରୁ ଚିହ୍ନଟ ତାଲିକାରେ ସ୍ଥାନ ପାଇଛି .
- ବର୍ତ୍ତମାନ ମହାମାରୀ ହେତୁ୨୦୨୧ ସୁଦ୍ଧା ୧୫ ମିଲିୟନ (୧୫୦ ନିୟୁତ) ଲୋକ ଅତ୍ୟଧିକ ଦାରିଦ୍ର୍ୟରେ ପଡ଼ିବେ ବୋଲି ବିଶ୍ଵ ବ୍ୟାଙ୍କ ଆକଳନ କରିଛି।
- ରେଳ ବୋର୍ଡ ୩୯ଟି ନୂଆ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ରେଳ ମଣ୍ଡଳ ଚୟନ ପ୍ରକ୍ରିୟାକୁ ଅନୁମୋଦନ କରିଛି।
- 5. ୱିଗର ମୁସଲମାନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ମିଳିତ ଜାତିସଂଘର ଦେଶ ସମୂହ ଚୀନକୁ ନିନ୍ଦା କରିଛନ୍ତି । ୩୯ ଦେଶ ଚୀନ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଣିଛନ୍ତି । ଚୀନ୍ ଜିନଜିଆଙ୍ଗରେ ପ୍ରାୟ ୨ ନିୟୁତ ଉଇଗର ମୁସଲମାନଙ୍କୁ ଅଟକ ରଖି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି।
- ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ। ଶ୍ରୀ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନଥିବ’ ନିମନ୍ତେ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।
- ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ଏଥର ୨ ମହିଳା ବୈଜ୍ଞାନିକ ଇମାନୁଏଲ୍ ଚାର୍ପେଣ୍ଟର ଏବଂ ଜେନିଫର ଏ. ଦୌଡ଼ନାଙ୍କୁ ମିଳିବ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର। ଜିନ୍ ଏଡିଟିଂ ମେଥଡ୍ ନେଇ ଉଭୟଙ୍କୁ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନ ଦିଆଯାଇଛି।
- ପୂର୍ବଭଳି ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ପାଞ୍ଚ ମିନିଟ ପୂର୍ବରୁ ମଧ୍ୟ ସଂରକ୍ଷିତ ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଇଛି।
- କରୋନା ମହାମାରୀ ଯୋଗୁଁ ବହୁ ସଂଖ୍ୟାରେ ଆମେରିକୀୟ ଚାକିରି ହରାଇବା କାରଣରୁ ଟ୍ରମ୍ପ୍ ପ୍ରଶାସନ ଏବେ ଏଚ୍-୧ବି ଭିସା ନେଇ ଅଧିକ କଟକଣା ଜାରି କରିଛି। ଆମେରିକାର ହୋମ୍ଲ୍ୟାଣ୍ଡ ସିକ୍ୟୁରିଟି ଏବଂ ଶ୍ରମ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏଚ୍-୧ବି ଭିସାକୁ ଅଧିକ କଠୋର କରାଯାଇ
- ଓଡ଼ିଶାର ଗ୍ରାମୀଣ ଓ ସହରାଞ୍ଚଳର ୧୫ ରୁ ୫୯ ବୟସର ମହିଳାମାନେ ପ୍ରତ୍ୟେକ ଦିନ ୩୧୦ ମିନିଟ ଅର୍ଥାତ ୫ ଘଣ୍ଟା ୧୦ ମିନିଟ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ୧୫ ରୁ ୨୯ ବୟସର ମହିଳାମାନେ ୨୬୬ ମିନିଟ୍ ଓ ୬ ବର୍ଷରୁ ଉର୍ଦ୍ଧ୍ବ ମହିଳାମାନେ ପ୍ରତ୍ୟେକ ଦିନ ୨୬୦ ମିନିଟ୍ ବିନା ପାରିଶ୍ରମିକରେ ଗୃହକାର୍ଯ୍ୟ କରୁଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ‘ଟାଇମ୍ ୟୁଜ୍’ ବା ସମୟ ଉପଯୋଗ ସର୍ଭେ ରିପୋର୍ଟରୁ ଏହିଭଳି ରୋଚକ ତଥ୍ୟ ମିଳିଛି
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.