ଆଜିର ଅନୁଚିନ୍ତା ......
ଜୀବନରେ ପ୍ରତ୍ୟେକଟି ସମୟକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କର କିଏ ଜାଣେ ଆମେ ଚିନ୍ତା କରୁଥିବା ଭବିଷ୍ୟତ ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇଯାଇଥିବା
- ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।
- ଚଳିତ ବର୍ଷ କୋରନା ଯୋଗୁଁ ମୋଟର୍ ଯାନ ରାଜସ୍ବ ୪୨% କମିଛି, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
- ୩୬ ପାହାଚ ଚଢ଼ି ଚାଇନିଜ୍ ଆକ୍ରୋବାଟ୍ ଲି ଲଙ୍ଗ୍ଲଙ୍ଗ୍ ନିଜ ଗିନିଜ୍ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ହାତ କି ଗୋଡରେ ପାହାଚକୁ ଆଦୌ ସ୍ପର୍ଶ ନ କରି କେବଳ ମୁଣ୍ଡରେ ଏଭଳି କାରନାମା କରି ଦେଖାଇଛନ୍ତି ।
- ପୋର୍ଟବ୍ଲେୟାରରେ ଅସ୍ତ୍ରଶସ୍ତ୍ର ବୋଝେଇ ମାର୍କିନ ପି-୮ ବିମାନ; ଚୀନ ଉଦବିଗ୍ନ।ଲସ୍ ।
- ୭୦ ବର୍ଷ ପରେ କୃଷିକ୍ଷେତ୍ରକୁ ସ୍ୱାଧୀନତା ମିଳିଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ଚଳିତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ମୋରାଟୋରିଅମ୍ ଅବଧିରେ ଗ୍ରାହକମାନଙ୍କୁ ସୁଧ ଉପର ସୁଧ ଛାଡ଼ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି।
- ବିଶ୍ବର ସବୁଠୁ ଚର୍ଚ୍ଚିତ ତଥା ଆମେରିକାର ଲୋକପ୍ରିୟ ଇଲେକ୍ଟ୍ରିକ୍ କାର୍ କଂପାନି ଟେସ୍ଲା ଆସନ୍ତା ବର୍ଷ ଭାରତ ଆସିବ। କଂପାନିର ସିଇଓ ଏଲନ୍ ମସ୍କ ଏହି ସଙ୍କେତ ଦେଇଛନ୍ତି।
- ଆମେରିକା ଏବଂ ବ୍ରାଜିଲ୍ ପରେ ବିଶ୍ବରେ ତୃତୀୟ ରାଷ୍ଟ୍ର ଭାବେ ଭାରତର କରୋନା ମୃତ୍ୟୁ ୧ ଲକ୍ଷ ଟପିଯାଇଛି। ଗତକାଲି ୧,୦୭୬ ଜଣଙ୍କର ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨ରେ ପହଞ୍ଚିଛି।
- ଆଜନ୍ମରୁ ଦଳିତ, ନିଷ୍ପେଷିତ, ଉପେକ୍ଷିତ ଜନତାଙ୍କ ସେବାରେ ସମର୍ପିତ ‘ସମାଜ’ ଆଜି ଶହେ ବର୍ଷ ଅତିକ୍ରମ କରି ୧୦୧ ବର୍ଷରେ ପଦାର୍ପଣ କରିଛି।
- ଅଗ୍ରଣୀ ଇ-କମର୍ସ କଂପାନି ଫ୍ଲିପ୍କାର୍ଟର ସର୍ବବୃହତ ସପିଙ୍ଗ୍ ଉତ୍ସବ ‘ବିଗ୍ ବିଲିଅନ୍ ଡେଜ୍’ ଚଳିତ ମାସ ୧୬ରୁ ଆରମ୍ଭ ହୋଇ ୨୧ ପର୍ଯ୍ୟନ୍ତ ଚାଲିବ। ଏହି ଛଅ ଦିନିଆ ସପିଙ୍ଗ୍ ଉତ୍ସବରେ ଫ୍ଲିପ୍କାର୍ଟ ନୂଆ ଓ ପୁରୁଣା ଗ୍ରାହକମାନଙ୍କୁ ଶ୍ରେଷ୍ଠ ମୂଲ୍ୟରେ ବିଭିନ୍ନ ପ୍ରକାର ଉତ୍ପାଦ ଯୋଗାଇବ
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.