ଆଜିର ଅନୁଚିନ୍ତା ......
ଜୀବନରେ ପ୍ରତ୍ୟେକଟି ସମୟକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କର କିଏ ଜାଣେ ଆମେ ଚିନ୍ତା କରୁଥିବା ଭବିଷ୍ୟତ ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ଅତୀତ ହୋଇଯାଇଥିବା
- ୨୦୨୦ ଲାଗି ହାର୍ଭେରି ଜେ ଆଲ୍ଟର୍, ମାଇକେଲ୍ ହଫ୍ଟନ୍ ଏବଂ ଚାର୍ଲସ୍ ଏମ୍ ରାଇସ୍ଙ୍କୁ ମେଡିସିନରେ ନୋବେଲ ପୁରସ୍କାର
- ଚଳିତ ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ ପ୍ରିଜାଇଡିଂ ଅଫିସରର ଦାୟିତ୍ବ ଦିଆଯାଇଛି। ଭାରତରେ ଏହା ପ୍ରଥମ ଥର ଘଟିବାକୁ ଯାଉଛି।
- ୟୁରୋପୀୟ ନିୟାମକ ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପିଏଲସିର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଉଥିବା କୋଭିଡ୍-୧୯ ଭ୍ୟାକସିନର ତ୍ଵରିତ ସମୀକ୍ଷା ଆରମ୍ଭ କରିଛି ।
- ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ୪ନମ୍ବର ଲଞ୍ଚ୍ପ୍ୟାଡରୁ ଆଜି କେ-୪ ଏସ୍ଏମ୍ବିଏମ୍(ବୁଡ଼ାଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର) ଉତ୍କ୍ଷେପଣ କରାଯିବ । ଗତକାଲି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସୌର୍ଯ୍ୟ ବା କେ-୧୫ର ସଫଳ ଭାବରେ ପରିକ୍ଷଣ ହୋଇଛି।
- ଆସନ୍ତା ୦୯ ତାରିଖ ବେଳକୁ ଥାଇଲାଣ୍ଡ ଉପକୂଳ ଆଣ୍ଡମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
- . ନୂଆଦିଲ୍ଲୀ : ଅକ୍ଟୋବର ୧ରୁ ଦେଶରେ ଅନ୍ଲକ୍ ୫ ଆରମ୍ଭ ହୋଇଯାଇଛି । ଏହି ଅନ୍ଲକ ପର୍ଯ୍ୟାୟରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଆସନ୍ତା ଅକ୍ଟୋବର ୧୫ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିପାରିବେ ।
- ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଆଧିପତ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ମୁକାବିଲା କରିବାକୁ ଏଣିକି ଏକାଠି ଲଢ଼ିବେ ଭାରତର ସ୍ଥଳ, ବାୟୁସେନା ।
- ୱାଟସନ୍ ଓ ଡୁପ୍ଲେସିଙ୍କ ଧୂଆଁଧାର ବ୍ୟାଟିଂ : ଗତକାଲି ୧୦ ୱିକେଟରେ ଜିତିଲା ଚେନ୍ନଇ ।
- ୪୯୩ ଦିନ ପରେ ବେଲଜିୟମ ନୂତନ PM ପାଇଲା: ସାତୋଟି ରାଜନୈତିକ ଦଳ ଲିବରାଲ୍ ନେତା ଆଲେକ୍ସଜାଣ୍ଡ୍ରେ ଡି କ୍ରୁଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କଲେ, ବର୍ତ୍ତମାନ ସେ ଦେଶର ଅର୍ଥମନ୍ତ୍ରୀ କହିଛନ୍ତି।
- ଚାନ୍ଦିପୁର ସ୍ଥିତ ଅବଦୁଲ କଲାମ ଦ୍ଵୀପର ୪ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ସୋମବାର ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ ମିସାଇଲ ଆସିଷ୍ଟେଡ୍ ରିଲିଜ ଅଫ ଟରପିଡୋ(ସ୍ମାର୍ଟ)ର ସଫଳ ପରୀକ୍ଷଣ ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.