• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା ......

ଯିଏ ରାଗରେ ଭୁଲ୍ କରନ୍ତି ସିଏ ବଦଳି ଯାଆନ୍ତି ହେଲେ ଯିଏ ଆତ୍ମଗର୍ବରେ ଭୁଲ୍ କରନ୍ତି ସିଏ କେବେ ବଦଳନ୍ତି ନାହିଁ ।

  1. ଅନ୍ତରୀକ୍ଷରେ ରହିଥିବା ରହସ୍ୟମୟ କୃଷ୍ଣଗର୍ତ୍ତ ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିଥିବା ତିନି ଜଣ ବିଶିଷ୍ଟ ବୈଜ୍ଞାନିକ ପଦାର୍ଥବିଜ୍ଞାନରେ ଚଳିତବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ସେମାନେ ହେଲେ ୟୁକେର ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ରୋଜର ପେନ୍ରୋଜ୍‌, ଜର୍ମାନୀର ଗାର୍ଚିଂ ସ୍ଥିତ ମାକ୍ସ ପ୍ଲାଙ୍କ ଇନ୍ଷ୍ଟିଚ୍ୟୁଟ୍ଫର୍ଏକ୍ସଟ୍ରାଟେରେଷ୍ଟ୍ରିଆଲ୍ଫିଜିକ୍ସର ରେନ୍ହାର୍ଡ ଗେଞ୍ଜେଲ୍ଏବଂ ଆମେରିକାର ବର୍କଲେ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବ ବିଦ୍ୟାଳୟର ଆଣ୍ଡ୍ରି ଘେଜ୍
  2. ଶ୍ରବଣ ବାଧିତ ଛାତ୍ରଛାତ୍ରୀମାନଙ୍କୁ ସହଜ ଶିକ୍ଷାଗତ ସାମଗ୍ରୀ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ଭାରତୀୟ ସାଙ୍କେତିକ ଭାଷା ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ଏବଂ ନ୍ୟାସନାଲ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି 
  3. ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ୍ମଙ୍ଗଳବାର ନୂଆଦିଲ୍ଲୀରେ ୧୨ଟି ଭିନ୍ନ ଭିନ୍ନ କ୍ଷେତ୍ରକୁ ପ୍ରଥମ ଜାତୀୟ ଷ୍ଟାର୍ଟ ଅପ୍ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି ସେଗୁଡ଼ିକ ମଧ୍ୟରେ କୃଷି, ଶିକ୍ଷା, ଉଦ୍ୟୋଗ ବୈଷୟିକ ଜ୍ଞାନ, ଶକ୍ତି, ଅର୍ଥ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିଳ୍ପ ସହରାଞ୍ଚଳ ସେବା ରହିଛି 
  4. ହାଥରସ୍ଗଣଦୁଷ୍କର୍ମ ହତ୍ୟା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ସୁପ୍ରିମକୋର୍ଟ ଆଜି ହାଥରାସ୍ମାମଲାର ଶୁଣାଣି କରି ଏହି ମାମଲାକୁ ଅତି ଭୟାନକ ଏବଂ ବିସ୍ମୟଜନକ ବୋଲି କହିଛନ୍ତି
  5. ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ଟିକସ ଓ ଅଣଟିକସ ରାଜସ୍ବ ବାବଦରେ ୭୯୫.୧୮ କୋଟି ଟଙ୍କା ହରାଇଛନ୍ତି ।
  6. ୨୦୨୧ ଏପ୍ରିଲ୍ ସୁଦ୍ଧା ଓଡ଼ିଶାର ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ  ।
  7. ଜାତୀୟ ପଦକ ବିଜେତା ନୟାଗଡ଼ ଜିଲାର ମହିଳା ରଗ୍ବୀ ଖେଳାଳି ସୁଜାତା ପ୍ରଧାନ ଯାଜୁପର ଜିଲା ସୁକିନ୍ଦା ବ୍ଲକ ଦୁଧଯୋରୀ ପଞ୍ଚାୟତର ମହିଳା ଫୁଟବଲ ଖେଳାଳି ଲକ୍ଷ୍ମୀ ମୁଣ୍ଡାଙ୍କୁ କିସ୍ରେ ନିଯୁକ୍ତି ପ୍ରଦାନ କରାଯାଇଛି 
  8. ପ୍ରସାର ଭାରତୀ ଏବଂ ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍, ଇଫକୋ ମଧ୍ୟରେ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ଏବଂ କୃଷି ସହ ଜଡିତ ନୂତନ ଉଦ୍ଭାବନ ବିଷୟରେ ସୂଚନା ଦେବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି 
  9. -‘ଆୟୁଷ-୬୪ ଔଷଧ ସେବନ ପାଇଁ ଆୟୁଷ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳି ଜାରି । ପ୍ରତିଦିନ ଅଶ୍ବଗନ୍ଧା ଚୂର୍ଣ୍ଣ ୧-୩ ଗ୍ରାମ କିମ୍ବା ଏହାର ୫୦୦ ଏମ୍‌ଜି ବଟିକା ସେବନ କରିବାକୁ ହେବ। ଏହା ବ୍ୟତୀତ ଗରମ ପାଣି କିମ୍ବା ଖିର ସହିତ ପ୍ରତିଦିନ ୧୦ ଗ୍ରାମ ଚ୍ୟବନପ୍ରାସ ଖାଇବାକୁ କୁହାଯାଇଛି।
  10.  ରାଜ୍ୟ ଅକ୍ଷୟ ଶକ୍ତି ନୀତି ଅନୁଯାୟୀ ୨୦୨୨ ସୁଦ୍ଧା ୨୭୫୦ ମେଗାୱାଟ୍କ୍ଷମତାର ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କିନ୍ତୁ ୨୦୧୮ ଶେଷ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.