• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା......

ବିଲେଇକୁ ବାଘ କହିଦେଲେ ସେ ଯେମିତି ବାଘ ହୋଇଯାଏ ନାହିଁ, କାହାକୁ ଚରିତ୍ରହୀନ କହିଦେଲେ ସେ ମଧ୍ୟ ସେମିତି ଚରିତ୍ରହୀନ ହୋଇଯାଏ ନାହିଁ । ସେଥିପାଇଁ କାହାର ଗାଳିରେ ମନ ଦୁଃଖ କରିବା ଉଚିତ୍ ନୁହେଁ ବରଂ ଖୁସି ହେବା କଥା ଯେ, ଯିଏ ଗାଳି ଦେଉଛି ତାହାର ପଶ୍ଚାତ୍ ରୂପ ଆମ ସାମ୍ନାକୁ ଚାଲି ଆସିଲା ।

  1. ଡିଜିଟାଲ ମିଡିଆଗୁଡିକ​‌ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ସୀମା ୨୬% ନିର୍ଦ୍ଧାରଣ କରାଯାଇଛି ଫଳରେ ଚାଇନା ନ୍ୟୁଜ୍ଆପ୍ଉପରେ ସରକାରୀ ନିୟନ୍ତ୍ରଣ କଡାକଡି ହୋଇଯିବ
  2. ଓଡ଼ିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ଗତମାସ ୨୮ରୁ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ଜରିଆରେ ରେଡିଓରେ ପାଠପଢା ଚାଲିଛି ପୂର୍ବାହ୍ନ ୧୦ ଟାରୁ ୧୦.୧୫ ପର୍ଯ୍ୟନ୍ତ ପ୍ରସାରଣ ହେଇଥିଲା ତେବେ ଏହି କାର୍ଯ୍ୟକ୍ରମର ଗ୍ରହଣୀୟତା ବଢୁଥିବାରୁ ପାଠପଢା ଅବଧିକୁ ୧୫ ମିନିଟରୁ ୩୦ ମିନିଟକୁ ବୃଦ୍ଧି କରାଯାଇଛି
  3. ଭାରତୀୟଙ୍କ ହାରାହାରି ଆୟୁଷ ପ୍ରାୟ ୧୦ ବର୍ଷ ବୃଦ୍ଧି ପାଇଛି ୧୯୯୦ରେ ଭାରତୀୟଙ୍କ ହାରାହାରି ଆୟୁଷ ୫୯. ବର୍ଷ ଥିଲାବେଳେ ୨୦୧୯କୁ ଏହା ୭୦. ବର୍ଷରେ ପହଞ୍ଚିଛି ପ୍ରଖ୍ୟାତ ସ୍ୱାସ୍ଥ୍ୟ ପତ୍ରିକାଦି ଲାନସେଟ୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି 
  4. ବିଶେଷ କରିରକ୍ତଗ୍ରୁପ୍ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଅନ୍ୟ ରକ୍ତଗ୍ରୁପ୍ଲୋକଙ୍କ କ୍ଷେତ୍ରରେ କରୋନାଭୂତାଣୁ ସଂକ୍ରମଣ ଅଧିକ ବୋଲି ଏକ ଗବେଷଣାରୁ ଜଣାଯାଇଛି
  5. ସମଗ୍ର ବିଶ୍ବ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଭାରତ ପ୍ରାୟ ୩୦ କୋଟି ପ୍ରାଥମିକ ଟିକା ହିତାଧିକାରୀଙ୍କୁ ଚିହ୍ନଟ କରୁଛି ସ୍ବାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ପୁଲିସ, ସଫେଇ କର୍ମଚାରୀ, ବୟସ୍କଙ୍କ ସମେତ ଅଧିକ ବିପଦରେ ଥିବା ଲୋକଙ୍କୁ ପ୍ରଥମେ ଟିକା ମିଳିବ ପ୍ରାଥମିକ ପର୍ଯ୍ୟାୟରେ ୬୦ କୋଟି ଟିଜା ଡୋଜ୍ଦେବାପାଇଁ ଆକଳନ କରାଯାଇଛି
  6. ସଂସଦର ୫ଟି ବିଭିନ୍ନ କମିଟିରେ ସଦସ୍ୟ ରୂପେ ଓଡିଶାର ୬ଜଣ ଲୋକସଭା ସାଂସଦ - ସଂସଦୀୟ ସବଅର୍ଡିନେଟ ଲେଜିସଲେସନ କମିଟିର ସଦସ୍ୟ ପିନାକୀ ମିଶ୍ର ବିଜେପି ସାଂସଦ ସୁରେଶ ପୂଜାରୀ, ପେପର୍ ଉପସ୍ଥାପନ କମିଟିର ସଦସ୍ୟ ରୂପେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଗଭର୍ଣ୍ଣମେଣ୍ଟ ଆସୁରାନ୍ସ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରିଭିଲେଜ୍ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ଏଥିକ୍ସ କମିଟିର ସଦସ୍ୟ ରୂପେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ମନୋନୀତ କରିଥିବାର ଲୋକସଭା ସଚିବାଳୟର ବୁଲେଟିନରୁ ଜଣାପଡିଛି
  7. ଭାରତରେ ଖୁବ୍ଶୀଘ୍ରସ୍ପୁଟନିକ୍‌-ଭିପରୀକ୍ଷଣ, ନଭେମ୍ବର ସୁଦ୍ଧା ଆମେରିକାରେ ମିଳିଯିବ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.