• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା ....

ଜୀବନରେ ଲୋକଙ୍କ କଥାକୁ ଶୁଣି କେବେ କିଛି ଭାବିବନି କାରଣ ସେମାନେ ତ ଅମୃତ ଭଣ୍ଡା କିଣିଲାବେଳେ ମଧ୍ୟ୍ୟ ପଚାରି ଦିଅନ୍ତି ମିଠା ଅଛି କି ନାହିଁ କିନ୍ତୁ ତାପରେ ଲୁଣ ଲଗେଇ ଖାଆନ୍ତି।

  1. ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗାମ(ଡବ୍ଲ୍ୟୁଏଫପି)କୁ ଏହି ସମ୍ମାନ ମିଳିବ ବିଶ୍ୱରେ କ୍ଷୁଧା ମୁକ୍ତି ପାଇଁ ଲଢ଼େଇ କ୍ଷୁଧା ବିରୋଧୀରେ କାର୍ଯ୍ୟ କରୁଥିବାରୁ ଡବ୍ଲ୍ୟୁଏଫପିକୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି ଯେଉଁ ସବୁ ଅଞ୍ଚଳରେ କ୍ଷୁଧା ପାଇଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ ଏହା ଶାନ୍ତିଦୂତ ଭାବରେ କାର୍ଯ୍ୟ କରିଆସିଛି
  2. କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ଵାନଙ୍କ ପରଲୋକ ​‌ରେ ତାଙ୍କ ବିଭାଗ ଖାଦ୍ୟ ସାଧାରଣ ବଣ୍ଟନ ବିଭାଗର ଦାୟିତ୍ତବ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପ୍ରଦାନ କରାଯାଇଛି ପୀୟୂଷ ଏବେ ରେଳ ମନ୍ତ୍ରଣାଳୟ ସହିତ ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରଣାଳୟର କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି
  3.  ଭାରତକୁ ସହାୟତା ଦେବା ନିମନ୍ତେ ବିଶ୍ଵର ସବୁଠୁ ମାରାତ୍ମକ ବୁଡ଼ାଜାହାଜ ପଠାଇଲା ଆମେରିକା ।
  4. . ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭ କଲା ପ୍ରଥମ ମାଗଣା ‘କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥ। ।
  5. ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ରେଡିଏସନ୍‌ କ୍ଷେପଣାସ୍ତ୍ର ‘ରୁଦ୍ରମ୍‌ର ସଫଳ ପରୀକ୍ଷଣ ହୋଇଛି।
  6. . ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।
  7. ଭାରତ ସ୍ୱିସ୍ ବ୍ୟାଙ୍କ ଜମା କଳାଧନ ସମ୍ପର୍କରେ ଭାରତକୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ତାଲିକା ଏଥିରେ ୩୧ ଲକ୍ଷ ଆକାଉଣ୍ଟର ସୂଚନା ରହିଛି ସ୍ୱିଜରଲ୍ୟାଣ୍ଡ ସହିତ ସ୍ୱୟଂଚାଳିତ ବିନିମୟ ସୂଚନା  ଚୁକ୍ତି ଅନୁସାରେ ଏହି ତଥ୍ୟ ଭାରତକୁ ମିଳିଛି  
  8. ଆସନ୍ତା ଡିସେମ୍ବରରୁ ଲୋକମାେନ ୨୪ ଘଣ୍ଟିଆ ଆରଟିଜିଏସ୍‌ (ରିଅଲ୍ ଟାଇମ୍ ଗ୍ରସ ସେଟେଲ୍‌‌ମେଣ୍ଟ୍‌) ସୁବିଧା ପାଇପାରିବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି
  9. ଚୀନର ମୋବାଇଲଭିଡିଓ ଆପ୍ଟିକ୍ଟକ୍କୁ ଶେଷରେ ଏହାର ବନ୍ଧୁ ରାଷ୍ଟ୍ର ପାକିସ୍ତାନ ମଧ୍ୟ ନିଷିଦ୍ଧ କରିଛି ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଉକ୍ତ ଆପ୍କୁ ନିଷିଦ୍ଧ ଘୋଷଣା କରିଛନ୍ତି 
  10. ଘର ଏବଂ ଅଟୋମୋବାଇଲ୍ ଋଣର ସୁଧହାର  ଅପରିବର୍ତ୍ତିତ ରହିଥିବାରୁ ଏହାର ଇଏମଆଇ  ନିକଟ ଭବିଷ୍ୟତରେ ହ୍ରାସ ହେବାର ସମ୍ଭାବନା ନାହିଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଏହାର ଦ୍ବି-ମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍ ରିଭର୍ସ ରେପୋ ରେଟକୁ  ଅପରିବର୍ତ୍ତିତ ରଖିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.