• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା  ......

ଅପ୍ରିୟ କିନ୍ତୁ ସତ, ଦୁନିଆରେ ସବୁ ଜିନିଷ ଅତି ସହଜରେ ମିଳିଯାଏ ହେଲେ ଯାହା ଖୋଜିଲେ ବି ମିଳେନି ତା ହେଉଛି ନିଜର "ଦୋଷ" !

  1.  ରିଜର୍ଭ ବ୍ୟାଙ୍କ କହିଛି ସୁଧ ଉପରେ ସୁଧ ଛାଡ ପାଇଁ ଯେକୌଣସି ନିର୍ଦ୍ଦେଶ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ 
  2. . ଦୁବାଇ ରେ ଚଳିତ ଆଇପିଏଲର ଶନିବାର ଅନୁଷ୍ଠିତ ୨ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିନାୟକ ବିରାଟ କୋହଲିଙ୍କ ଦର୍ଶନୀୟ ଅପରାଜିତ ୯୦ ବଳରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନଇ ସୁପର କିଙ୍ଗ୍ସକୁ ୩୭ ରନରେ ଆର୍ସିବି ପରାସ୍ତ କରିଛି ।
  3. . ଖବ୍‌ଶୀଘ୍ର YouTubeରୁ କରିପାରିବେ ସପିଂ ! ଫ୍ଲିପ୍‌କାର୍ଟ ଓ ଆମାଜନ୍‌କୁ ଦେବ ଟକ୍କର ।
  4. . ଗୁଆହାଟୀ ର ଆସାମରେ ଶାସକ ଭାଜପା ସରକାରଙ୍କ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ରାଜ୍ୟରେ ସମସ୍ତ ସରକାରୀ ମଦ୍ରାସା ବନ୍ଦ କରାଯିବ ।
  5. . ଉତ୍ତରାଖଣ୍ଡ ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ‘ସୌଭାଗ୍ୟବତୀ ଯୋଜନା ରଖିଛନ୍ତି।
  6. ପୂର୍ବରୁ ଜୁଲାଇରେ ସିବିଏସ୍ଇ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ଘୋଷଣା କରିଥିଲେ ଆଇସିଏସ୍ଇ ମଧ୍ୟ ସମାନ ପଦକ୍ଷେପ ନେଇଥିଲା ଏବେ ଏହାକୁ ୫୦ ପ୍ରତିଶତ କରିବା ପାଇଁ ଯୋଜନା ଚାଲିଛି ସେହିଭଳି ବାର୍ଷିକ ପରୀକ୍ଷାକୁ ୪୫ରୁ ୬୦ ଦିନ ବିଳମ୍ବିତ କରିବା ପାଇଁ ଚିନ୍ତା କରାଯାଉଛି
  7. ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ ସରକାରୀ ଡାକ୍ତରଖାନାର ରକ୍ତଭଣ୍ଡାରରେ ଶନିବାର ବିରଳ ବମ୍ବେ ଫେନୋଟାଇପ୍ ବ୍ଲଡ୍ ଗ୍ରୁପ୍ର ରକ୍ତ ସଂଗ୍ରହ କରାଯାଇଛି ଦୁର୍ଲଭ କୁମାର ସାହୁ ମାନସ ରଞ୍ଜନ ପ୍ରଧାନ ଭୁବନେଶ୍ୱରରୁ ଏଠାକୁ ଆସି ସସ୍ମିତା ସାମଲ ନାମକ ଜଣେ ଅସହାୟ ମହିଳାଙ୍କୁ ଏହି ରକ୍ତଦାନ କରିଥିବା ଜଣାପଡ଼ିଛି 
  8. ଏକ ଆମେରିକୀୟ ଆଇଟି କମ୍ପାନୀ ଭାରତରେ .୪୮ ଲକ୍ଷ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି ଏହି କମ୍ପାନୀ ହେଉଛି ସେଲ୍ସଫୋର୍ସ
  9. ସହର ରୂପାନ୍ତରୀକରଣ ପ୍ରକ୍ରିୟାର ପ୍ରଥମ ପାହାଚ ସ୍ବରୂପ ଆଜି ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି
  10. ମାଇକ୍ରୋସଫ୍ଟର କର୍ମଚାରୀମାନେ ବର୍ତ୍ତମାନ ଘରୁ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ଅନ୍ୟ ଅର୍ଥରେ କହିଲେ, ଯଦି ଜଣେ କର୍ମଚାରୀ ସବୁଦିନ ପାଇଁ ଘରୁ କାମ କରିବାକୁ ଚାହାଁନ୍ତି, ତେବେ ସେ ତାହା କରିପାରିବେ 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.