• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା  ......

କଲରା ପାଟିକୁ ପିତା ଲାଗିଲେ କଣ ହେବ କିନ୍ତୁ ଶରୀର ପାଇଁ ହିତକର, ସେହିପରି ଗୁରୁଜନଙ୍କ ଗାଳି ଗୁଲଜ କାନକୁ ଖରାପ ଲାଗିଲେ କଣ ହେବ ଜୀବନ ସକାଶେ ହିତକର ।

  1. ଏଣିକି ମନ୍ତ୍ରାଳୟ, ସରକାରୀ ଅଫିସ ସମେତ ସାର୍ବଜନିକ ଉପକ୍ରମ କାର୍ଯ୍ୟାଳୟରେ ଭାରତର ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ଟେଲିଫୋନ ସେବା ଉପଲବ୍ଧ କରିବା ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର
  2. ଶିକ୍ଷା, ଶିକ୍ଷଣ ଏବଂ ରାଜ୍ୟଗୁଡ଼ିକରେ ଶିକ୍ଷା ସମ୍ପର୍କିତ ଫଳାଫଳ ମଜବୁତ କରିବା ନିମନ୍ତେ Strengthening Teaching-Learning and Results for States (STARS) ପ୍ରକଳ୍ପକୁ ଅନୁମୋଦନ ମିଳିଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଏଥିପାଇଁ ବିଶ୍ବବ୍ୟାଙ୍କ ହଜାର ୭୧୮ କୋଟି ଟଙ୍କା ସହାୟତା ଯୋଗାଇଦେବ
  3. ସରକାରୀ ଚାକିରି କ୍ଷେତ୍ରରେ ରାଜ୍ୟର ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ପଞ୍ଜାବ ସରକାର
  4. ଜାତିସଂଘର ୪୭ସଦସ୍ୟ ବିଶିଷ୍ଟ ମାନବାଧିକାର ପରିଷଦ ସଦସ୍ୟ ଭାବେ ପୁନର୍ବାର ନିର୍ବାଚିତ ହୋଇଛି ଚୀନ
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ଖାଦ୍ୟ ଓ କୃଷି ସଂଗଠନର ୭୫ତମ ବାର୍ଷିକୀ ପାଳନ ଅବସରରେ ଏକ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ ।
  6. ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।
  7. ଉତ୍କୃଷ୍ଟ ସିଏସ୍‌ଆର କାର୍ଯ୍ୟକ୍ରମ ପାଇଁ ନାଲ୍‌କୋକୁ ଆଇସିସି ପିଏସ୍‌ଇ ଏକ୍ସିଲେନ୍ସ ଆୱାର୍ଡ ।
  8. ଅମାନିଆଙ୍କୁ ନେଇ ବଢିଲା ଚିନ୍ତା, ୨୬ରୁ ୬୦ ବର୍ଷ ବୟସ୍କ Covid ଆକ୍ରାନ୍ତଙ୍କ ମୃତ୍ୟୁ ହାର ୪୫%, ସତର୍କ କଲେ ସ୍ୱାସ୍ଥ୍ୟମନ୍ତ୍ରାଳୟ।
  9. କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ପ୍ରାୟ ,୦୦୦ ଲୋକଙ୍କ ଆଣ୍ଟିବଡି ନମୁନାକୁ ଅଧ୍ୟୟନ କରି ଆମେରିକାରେ ଗବେଷକମାନେ କୋଭିଡ୍ବିରୋଧୀ ରୋଗପ୍ରତିରୋଧକତା ସମ୍ପର୍କରେ ନୂତନ ତଥ୍ୟ ଆବିଷ୍କାର କରିଛନ୍ତି ଜଣେ କୋଭିଡ୍ପୀଡ଼ିତ ସୁସ୍ଥ ହେଲା ପରେ ତାଙ୍କ ଶରୀରରେ ଦୀର୍ଘ ମାସ ଯାଏ କରୋନାଭୂତାଣୁ ସାର୍ସ-କୋଭ୍- ବିରୋଧରେ ରୋଗପ୍ରତିରୋଧକତା ରହିପାରୁଛି ବୋଲି ଆରିଜୋନା ବିଶ୍ବବିଦ୍ୟାଳୟରେ ସହପ୍ରାଧ୍ୟାପକ ଥିବା ଭାରତୀୟ ବଂଶୋଦ୍ଭବ ଦୀପ୍ତ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ଗବେଷଣାରତ ଗବେଷକମାନେ ଦାବି କରିଛନ୍ତି
  10. ୨୦୧୦ରୁଜାତି ˚ ଅନୁମୋଦନକ୍ରମେ, ଭାରତର ପୂର୍ବତନ ରାଷ୍ଟ୍ରପତି ଅବୁଲ ପକିର ଜୈନୁଲାଅବଦୀନ ଅବଦୁଲ କଲାମଙ୍କ ସମ୍ମାନର୍ଥେ ପ୍ରତି ବର୍ଷ ଅକ୍ଟୋବର୧୫ରେ ପାଳନ କରାଯାଉଛିବିଶ୍ୱ ବିଦ୍ୟାର୍ଥୀ ଦିବସ

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.