• +91-9861016349 / +91-9437281655
  • Email: amarisatya@gmail.com

Odia Current News

ଆଜିର ଅନୁଚିନ୍ତା......

ମାଟି ଥିଲେ ଘାସ କଅଁଳେ,ଶରୀର ଥିଲେ ରୋଗ ହୁଏ,ପରିବାର ଥିଲେ ମତାନ୍ତର ହୁଏ,ହେଲେ ଏହାକୁ ମତାନ୍ତର ନ ଭାବି ଉତ୍ତମ ବୁଝାମଣା କରି ଆନନ୍ଦରେ ମିଳିମିଶି ଚଳିଲେ ଏହାକୁ ସଂସ୍କାର କୁହାଯାଏ ।

  1. ରାଉରକେଲା ଆଜାଦ ବସ୍ତିରେ ରହୁଥିବା ଆବାସ ଅଫତାବଙ୍କ ପୁଅ ସୋଏବ ଅଫତାବ ସର୍ବଭାରତୀୟ ନିଟ ପରୀକ୍ଷାରେ ରେକର୍ଡ ହାସଲ କରିଛନ୍ତି ପ୍ରଥମ ଥର ପାଇଁ ୭୨୦ରୁ ୭୨୦ ନମ୍ବରୁ ରଖି ସେ ଭାରତରେ ପ୍ରଥମ ସ୍ଥାନ ହାସଲ କରି ହୋଇ ରାଉରକେଲା ତଥା ଓଡ଼ିଶାରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି
  2.  ବୈଷୟିକ ଶିକ୍ଷା ୨୦୨୦-୨୦୨୧ ଶିକ୍ଷା ବର୍ଷ କ୍ୟାଲେଣ୍ଡର ବଦଳିଛି ଅଗଷ୍ଟ ପରିବର୍ତ୍ତେ ନଭେମ୍ବର ୧କୁ ନୂଆ ଶିକ୍ଷା ବର୍ଷ ରୂପେ କାର୍ୟ୍ୟକାରୀ କରିବାକୁ ବୈଷୟିକ ଶିକ୍ଷାନୁଷ୍ଠାନଏବଂ ବିଶ୍ବବିଦ୍ୟାଳୟଗୁଡିକୁ ଏଆଇସିଟିଇ ପରାମର୍ଶ ଦେଇଛି ୟୁଜିସିର ସଂଶୋଧିତ ନିୟମାବଳୀକୁ ଏଆଇସିଟିଇ ଗ୍ରହଣ କରି ଏହି ନିର୍ଦେଶ ଦେଇଥିବା ଜଣାପଡିଛି
  3. କରୋନା ସମୟରେ ଚାକିରି ଗଲେ ସରକାର ବେତନର ୫୦% ସହାୟତା ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ ଏହି ସମୟରେ ନୂଆ ନିଯୁକ୍ତି ପାଇଲେ ମଧ୍ୟ ଏହି ସହାୟତା ଜାରି ରହିବ
  4. ଚାନ୍ଦିପୁର ସମନ୍ୱିତ ପରୀକ୍ଷା କେନ୍ଦ୍ରର ନମ୍ବର ଉଦ୍କ୍ଷେପଣ କେନ୍ଦ୍ରରୁ ଶୁକ୍ରବାର ଦିନ ସନ୍ଧ୍ୟାରେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ପୃଥ୍ୱୀ- କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି 
  5. ନଭେମ୍ବର ୨୫ ଯାଏ ଉଚ୍ଛେଦ, ନିର୍ମାଣ ଭଙ୍ଗା, ସଂପତ୍ତି ନିଲାମ ଉପରେ ଅଙ୍କୁଶ, ମେ ୫ର ଅନ୍ତରୀଣ ନିର୍ଦ୍ଦେଶ ଅବଧି ବୃଦ୍ଧି କଲେ ହାଇକୋର୍ଟ ।
  6. ଆଇପିଏଲ୍‌-୧୩: କୋଲକାତା ବିପକ୍ଷରେ ୮ ଓ୍ଵିକେଟରେ ବିଜୟୀ ହେଲା ମୁମ୍ବାଇ ।
  7. ପ୍ରଧାନମନ୍ତ୍ରୀ ଏଫଏଓର ୭୫ତମ ବାର୍ଷିକୀ ଅବସରରେ ୭୫ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କଲେ : କୁପୋଷଣର ମୁକାବିଲା ପାଇଁ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦିଗରେ କାର୍ଯ୍ୟ କରାଯାଉଛି।
  8. ନଭେମ୍ୱର ମାସରେ ଭାରତକୁ ଆସିପାରେ ରାଫେଲ ଯୁଦ୍ଧ ବିମାନର ଦ୍ୱିତୀୟ କିସ୍ତି ।
  9. ମାଇକ୍ରୋମ୍ୟାକ୍ସ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ୍ ଅବତାର “ଇନ୍‌ ଉନ୍ମୋଚିତ।
  10. ଆମେରିକାର ଫାର୍ମା କମ୍ପାନୀ ଗିଲିଆଡର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରିମେଡିସିଭର୍ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ବିଶେଷ ଫଳପ୍ରଦ ନୁହେଁ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କ୍ଷେତ୍ର​‌ରେ ରିମେଡ଼ିସିଭର ଅସଫଳ ବୋଲି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.