• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ ହେବ।୧୮ ବର୍ଷ ହୋଇଥିଲେ ଭୋଟ ପାଇଁ ପଞ୍ଜିକରଣ କରିପାରିବେ। ଫର୍ମ-୬ରେ ଆବେଦନ କରିବାକୁ ପରାମର୍ଶ କରିପାରିବେ।ଏଥିସହ ଭୋଟର ପରିଚୟ ପତ୍ରରେ ହୋଇପାରିବ ସଂଶୋଧନ। ଏନେଇ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ CEO।
  2. ଭାରତର ପ୍ରଥମ ଘରୋଇ ଟ୍ରେନ୍‌ର ସ୍ପିଡ୍‌ରେ ଲାଗିବାକୁ ଯାଉଛି ବ୍ରେକ୍‌। ଖୁବଶୀଘ୍ର ଟ୍ରେନ୍‌ ସେବା ବନ୍ଦ କରିପାରେ। ଦୁଇଟି ରୁଟ୍‌ରେ ଏହି ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ନଭେମ୍ବର ୨୩ରେ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ।
  3. ଭାରତରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତି । କର୍ଣ୍ଣାଟକର କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି । ହାମ୍ପି ଟ୍ରଷ୍ଟ ଦ୍ବାରା ତିଆରି ହେବାକୁ ଥିବା ଏହି ମୂର୍ତ୍ତିର ଉଚ୍ଚତା ରହିବ ୨୧୫ ମିଟର । କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଅବସ୍ଥିତ ପୂରାଣ ପ୍ରସିଦ୍ଧ କିସ୍କିନ୍ଦା ଅଞ୍ଚଳ ।
  4. ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଉପରେ ନଭେମ୍ଵର ୧୬ରୁ କଟକଣା ଲାଗୁ କରାଯାଇଛି। ଏଥିସହ ଖାତାଧାରୀ ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୨୫ ହଜାରରୁ ଅଧିକ ଟଙ୍କା କାଢି ପାରିବେ ନାହିଁ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି। ଏହା ପୂର୍ବରୁ ୟସ୍ ବ୍ୟାଙ୍କ ଓ ପିଏମସି ବ୍ୟାଙ୍କ ମାମଲାରେ ମଧ୍ୟ ଏହି ପରି ପଦକ୍ଷେପ ନିଆଯାଇଥିଲା।
  5. ତବଲିଗି ଜମାତ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ସହ ଜଡିତ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମଗୁଡ଼ିକର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ସରକାର ଏକ ବ୍ୟବସ୍ଥା ସୃଷ୍ଟି କରନ୍ତୁ, ଯଦି ଏହା ନକରନ୍ତି, ତେବେ ବାହ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
  6. ପଞ୍ଚଦଶ ଅର୍ଥ ଆୟୋଗ ଆଜି ଏହାର ଚୂଡାନ୍ତ ରିପୋର୍ଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛନ୍ତି। ‘କୋଭିଡ ସମୟରେ ଅର୍ଥ ଆୟୋଗ’ ଶୀର୍ଷକ ରିପୋର୍ଟରେ ଆସନ୍ତା ୫ ବର୍ଷ ଯାଏଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟ୍ୟାକ୍ସ ବଣ୍ଟନ ବିଷୟ ଉଲ୍ଲେଖ ରହିଛି। ପଞ୍ଚଦଶ ଅର୍ଥ କମିସନ ଚେୟାରମ୍ୟାନ୍‍ ଓ ସଦସ୍ୟବୃନ୍ଦ ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ ର ଏକ ନକଲକୁ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି ହସ୍ତାନ୍ତର କରିଛନ୍ତି। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଅର୍ଥ କମିସନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗତ ୪ ତାରିଖରେ କମିସନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ।
  7. ମହାରାଷ୍ଟ୍ର ବିଜେପିକୁ ଲାଗିଛି ଆଜି (ମଙ୍ଗଳବାର) ଏକ ଶକ୍ତ ଝଟ୍‌କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। 
  8. କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଇପିଏସ୍‌ ପେନ୍‌ସନଭୋଗୀମାନଙ୍କ ଦ୍ୱାରା ଡିଜିଟାଲ୍‌ ଲାଇଫ୍‌ ସାର୍ଟିଫିକେଟ୍‌ (ଡିଏଲ୍‌ସି) ଦାଖଲ ପାଇଁ ଏକାଧିକ ବିକଳ୍ପ ସୃଷ୍ଟି କରିଛି। ଇପିଏଫଓର ଏହି ପଦକ୍ଷେପ ଫଳରେ କୋଭିଡ୍‌-୧୯ ସଙ୍କଟ କାଳରେ ଇପିଏସ୍‌ ପେନ୍‌ସନଭୋଗୀ ସେମାନଙ୍କ ଡିଏଲସି ଦାଖଲ କରିବାକୁ, ସେମାନଙ୍କ ଘର ନିକଟରେ କିମ୍ବା ଦ୍ୱାର ସମ୍ମୁଖରେ ଏକାଧିକ ବିକଳ୍ପକୁ ସୁଗମ କରାଯାଇଛି। 
  9. ୱାରେନ୍ ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍ ଚାରିଟି ବଡ ଡ୍ରଗ୍ ନିର୍ମାତାଙ୍କ ଷ୍ଟକରେ ପୁଞ୍ଜି ବିନିଯୋଗ କରିବା ଆରମ୍ଭ କରିଛି । ତେଣୁ ଏଭଳି ଉଦ୍ୟୋଗରେ ନିବେଶ କରିବା ଦ୍ବାରା ସାରା ବିଶ୍ବକୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବେଶ ସହାୟକ ହେବ । ଷ୍ଟକ୍ ହୋଲଡର ମାନଙ୍କର ବିସ୍ତୃତ ବିବରଣୀ ଅନୁଯାୟୀ ବର୍କଶାୟର୍ ମୋଟ ୫.୭ ବିଲିୟନ ଡଲାର ନିବେଶ କରିଛି । ଯେଉଁଥିରେ ଏଓ୍ବିବି ଇଙ୍କ, ବ୍ରିଷ୍ଟଲ୍-ମାୟର୍ସ ସ୍କ୍ୱିବ୍ କୋ ଏବଂ ମର୍କ୍କ ଆଣ୍ଡ କୋରେ ୧.୮ ବିଲିୟନ ଡଲାର ନିବେଶ କରିଥିବା ବେଳେ ଫାଇଜରରେ ୧୩୬ ମିଲିୟନ ଡଲାର ନିବେଶ କରିଛି ୱାରେନ୍ ବଫେଟଙ୍କ ବର୍କଶାୟର୍ ହାଥୱେ ଇଙ୍କ୍ ।
  10. ଚଳିତବର୍ଷଠାରୁ ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ନିମନ୍ତେ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଏବଂ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।
  11. ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ମଙ୍ଗଳବାର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କାନିଷ୍ଟରରୁ ଅପରାହ୍ଣ ପ୍ରାୟ ୩.୪୨ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ମାନବବିହୀନ ଯାନ ବଂଶୀ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା।
  12. ଏମ୍‌ପିଏଲ୍‌ ସ୍ପୋର୍ଟସ୍‌ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌ ଦଳର ପୋଷାକ ଓ କ୍ରୀଡ଼ା ସରଞ୍ଜାମର ପ୍ରାୟୋଜକ ରହିବ ବୋଲି ମଙ୍ଗଳବାର ବିସିସିଆଇ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନାଇକି ସ୍ଥାନରେ ମୋବାଇଲ୍‌ ଗେମ୍‌ କମ୍ପାନୀ ଏମ୍‌ପିଏଲ୍‌ ଭାରତୀୟ ପୁରୁଷ, ମହିଳା ଓ ୧୯ ବର୍ଷରୁ କମ୍‌ ଦଳର ପୋଷାକ ପ୍ରାୟୋଜକ ଭାବେ ରହିବ। 
  13. ତବଲିଗି ଜମାତ ସମ୍ପର୍କରେ ଗଣମାଧ୍ୟମ ରିପୋର୍ଟ ସହ ଜଡିତ ଏକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟାରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ରକୁ କଡା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଟିଭି ଏବଂ ଅନ୍ୟାନ୍ୟ ମାଧ୍ୟମଗୁଡ଼ିକର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ପାଇଁ କେନ୍ଦ୍ର ସରକାର ଏକ ବ୍ୟବସ୍ଥା ସୃଷ୍ଟି କରନ୍ତୁ, ଯଦି ଏହା ନକରନ୍ତି, ତେବେ ବାହ୍ୟ ସଂସ୍ଥାକୁ ଦାୟିତ୍ୱ ଦିଆଯିବ।
  14. ୨୦୧୩ ନଭେମ୍ବର ୧୭ରେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ ଆନ୍ତର୍ଜାତିକ କ୍ରିକେଟ୍‌ରେ ସର୍ବାଧିକ ରନ୍ ଓ ଶତକ ହାସଲ କରିଥିବା ସଚିନ ତେନ୍ଦୁଲକର। କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଈଶ୍ବରଙ୍କ ମର୍ଯ୍ୟାଦା ପାଇଥିବା ସଚିନ ଠିକ୍ ୭ ବର୍ଷ ତଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷ​‌ରେ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ତାଙ୍କର ଅନ୍ତିମ ଟେଷ୍ଟମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ସଚିନ ୭୪ ରନ୍ କରିଥିବା ବେଳେ ଭାରତ ଏହି ମ୍ୟାଚ୍ ଜିତିଥିଲା। ମ୍ୟାଚ୍ ପରେ ସଚିନ ଦେଇଥିବା ବିଦାୟୀ ସମ୍ଭାଷଣ ବିଶ୍ବର କ୍ରିକେଟ୍‌ପ୍ରେମୀଙ୍କୁ ଭାବବିହ୍ବଳ କରିଥିଲା।
  15. ମଙ୍ଗଳବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ମାଲବାର ସମରାଭ୍ୟାସ ଆରମ୍ଭ ହୋଇଛି। ଭାରତ ସହିତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଆରବ ସାଗରରେ ଏହି ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସମରାଭ୍ୟାସରେ ଭାରତ ନୌସେନାର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ଆଇଏନଏସ୍‌ ବିକ୍ରମାଦିତ୍ୟ ସାମିଲ ହୋଇଛି। ଏହା ସହିତ ଆମେରିକାର ଯୁଦ୍ଧବିମାନ ବହନକାରୀ ଯୁଦ୍ଧଜାହାଜ ୟୁଏସଏସ୍ ନିମିଜ୍‌, ଅଷ୍ଟ୍ରେଲିଆ ନୌସେନାର ହାମସ୍‌ ବାଲାରାଟ ଓ ଜାପାନର ଜେଏସ୍ ମୁରାସାମେ ସାମିଲ​‌ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.