• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କର  ୭୮ ବର୍ଷ ବୟସରେ   ବୁଧବାର ପରଲୋକ ଘଟିଛି। ସେ ବିହାରର ମୁଜାଫରନଗର ଛପରା ଗାଁରେ  ୨୭ ନଭେମ୍ବର ୧୯୪୨ରେ ଜନ୍ମ ଗ୍ରହଣ କରିଥିଲେ। ସାହିତ୍ୟ ଜଗତ ଜୀବନ କାଳରେ ସେ ୪୬ ବହି ଲେଖିଥିଲେ ।
  2. ଭାରତରେ ଆୟୋଜିତ ହେବାକୁ ଥିବ। ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାକୁ ଫିଫା ଦ୍ୱାରା ବାତିଲ କରାଯାଇ ୨୦୨୨ ସଂସ୍କରଣର ଆୟୋଜକ ଭାବେ  ଦାୟିତ୍ୱ ଭାରତକୁ ମିଳିଛି।
  3. ୩ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଯତ୍ନ ଓ ଉଦ୍ଦୀପନାକୁ ଆଧାର କରି ସେମାନଙ୍କ ଶୈଶବର ବିକାଶ ପାଇଁ ମହିଳା ଓ ଶିଶୁବିକାଶ ଓ ମିସନ ଶକ୍ତି ବିଭାଗ ପକ୍ଷରୁ ‘ବାତ୍ସଲ୍ୟ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି  ।
  4. କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା  ସମଗ୍ର କୋଟିଆ ପଞ୍ଚାୟତକୁ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ ।
  5. କର୍ଣ୍ଣାଟକ କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି ୨୧୫ ମିଟର  ।
  6. ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୧ ଜାନୁଆରି ୧ ସୁଦ୍ଧା ୧୮ ବର୍ଷ ହେଉଥିଲେ କରିହେବ ଆବେଦନ ।
  7. ଲଦାଖରେ ଚୀନକୁ ମାତ୍ ଦେବାକୁ ଭାରତର ପ୍ରସ୍ତୁତ କରୁଛି ଆଧୁନିକ ବେଡ୍ ସହ ଉଷ୍ମ ଘର ନିର୍ମାଣ
  8. ଚଳିତ ଶିକ୍ଷାବର୍ଷରେ ସର୍ବନିମ୍ନ ୩ମାସ ପାଠପଢା ହେବ, ପରେ  ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ହେବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।
  9. ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁର ହୀରାକୁଦ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍।
  10. ଦେଶରେ ବ୍ୟାଙ୍କିଙ୍ଗ ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। SBI ୪୨ କୋଟି ଗ୍ରାହକଙ୍କୁ ଜାରି କଲେ ସତର୍କତା!
  11. ବିଶ୍ୱସ୍ତରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଲା “Awards Asia ୨୦୨୦” ସମ୍ମାନଜନକ ପୁରସ୍କାର ।
  12. ମାଲକାନଗିରି ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ୨୧୫ କୋଟି ମଞ୍ଜୁର। ସବୁ ପରିବାରକୁ ମିଳିବ ସ୍ମାର୍ଟ ଫୋନ। ନିର୍ମାଣ ହେବ ୭ଟି ସେତୁ।
  13. କିନ୍ନରମାନେ  ମଧୁବାବୁ ପେନ୍ସନ୍ ଯୋଜନାରେ ହେଲେ ସାମିଲ ମିଳିବ ସମସ୍ତ ସରକାରୀ ସୁବିଧା, ।
  14. ବରଗଡ ଜିଲାର ଏକ ଲକ୍ଷ ବୁଣାକାର ପରିବାର କେବଳ ହସ୍ତତନ୍ତରେ ବୁଣା କାମକୁ ଆଶ୍ରା କରି ରୋଜଗାର କରୁଥିବାବେଳେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ଏବେ କରୋନା କଟକଣା ସାମାନ୍ୟ କୋହଳ ହେବା ସହ ବିଶ୍ବର ସର୍ବବୃହତ୍ ଖୋଲା କପଡ଼ା ବ୍ୟବସାୟ କେନ୍ଦ୍ର ବାଲିଜୁରି (ବେହେରା) ବଜାର ପୁଣିଥରେ ଖୋଲିଲା
  15. ହରିୟାଣା ରାଜ୍ୟର ରେଓ୍ଵାଡିର ୧୨ଟି ସ୍କୁଲରେ ସର୍ଭେ କରାଯିବାରୁ ଏଥିରେ ୭୨ ଛାତ୍ର-ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.