• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ସ୍ଥାନ ପାଇବ।ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢିବାର ସୁଯୋଗ ପାଇବେ।
  2. ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)  ଓଡ଼ିଶାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ। ଏ ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଟିସିଏସ୍ ଚୁକ୍ତି ସ୍ୱାକ୍ଷରିତ କରିଛି । ତେବେ ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
  3. ଓଡିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ ରାଜ୍ୟକୁ କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି । ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । 
  4.  ଭାରତୀୟ ସେନାର ସୂତ୍ର ଅନୁଯାୟୀ, ଭାରତ ପକ୍ଷରୁ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୭-୮ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଏଥିରେ ପାକିସ୍ତାନୀ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ୍ ର ୨-୩ କମାଣ୍ଡୋ ମଧ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ୧୦-୧୨  ପାକିସ୍ତାନୀ ସୈନିକ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ବହୁ କ୍ଷତି ସହିଛି। ପାକିସ୍ତାନୀ ସେନାର ଅନେକ ବଙ୍କର ଏବଂ ଲଞ୍ଚ ପ୍ୟାଡ୍ ମଧ୍ୟ ନଷ୍ଟ ହୋଇଯାଇଛି।
  5.  ଦୀର୍ଘ ୨୦ବର୍ଷ ପରେ ପାକିସ୍ତାନରୁ ଫେରି ଜନ୍ମମାଟିରେ ପହଞ୍ଚିଲେ ବିର୍ଜୁ କୁଲୁ । ସୁନ୍ଦରଗଡ କୁତ୍ରାରେ ପହଞ୍ଚିଲେ ବିର୍ଜୁ କୁଲୁ । ସେ କୁତ୍ରା ବ୍ଲକ୍ ଅଫିସ ନିକଟରେ ପହଞ୍ଚିବା ପରେ ତାଙ୍କୁ ପାରମ୍ପରିକ ଆଦିବାସୀ ବାଦ୍ୟ ବଜାଇ ସ୍ବାଗତ କରାଯାଇଥିଲା ।
  6. ପାକିସ୍ତାନ ପେଶାବର ହାଇକୋର୍ଟର ମୁଖ୍ୟ ବିଚାରପତି ବକାର ଅହମ୍ମଦ ସେଠ୍‌ ୫୯ ବର୍ଷ ବୟସ୍କ ଅକ୍ଟୋବର ୨୨ ତାରିଖ ଦିନ କୋଭିଡ ପଜିଟିଭ ତାଙ୍କର ମୃତ୍ୟୁ ହୋଇଛି।ମୁଖ୍ୟ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳରେ ସେ ପୂର୍ବତନ ସେନା ରାଷ୍ଟ୍ରପତି ପରଭେଜ ମୁଶର୍ରଫଙ୍କ ରାଜଦ୍ରୋହ ମାମଲାର ଶୁଣାଣି କରିଥିଲେ।
  7. ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ତଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ସହ ରାଜ୍ୟର ଷୋଡ଼ଶ ବିଧାନସଭା ଭଙ୍ଗହୋଇଛି।
  8. ନୋ ନୀତିଶ, ନୋ ତେଜସ୍ବୀ: ବିହାରରେ ‘ନୋଟା’ରେ ପଡ଼ିଛି ୭ ଲକ୍ଷ ଭୋଟ୍‌
  9. ରେକର୍ଡ ସଂଖ୍ୟକ ୫ ଲକ୍ଷ ୫୦ ହଜାର ଦୀପ ପ୍ରଜ୍ଜ୍ବଳିତ କରାଯାଇ ଆରମ୍ଭ ହୋଇଛି ଅଯୋଧ୍ୟା ଦୀପତ୍ସୋବ।
  10. ଓଡିଶା ସିଭିଲକୋର୍ଟ ଅଧିନିୟମ ୧୯୮୪ର ଧାରା ୩ ଏବଂ ଧାରା ୯ ର ଉପଧାରା (୧)ର କ୍ଷମତା ପ୍ରୟୋଗକରି ଧାରା ୧୦ ଓ ବାଣିଜ୍ୟିକ କୋର୍ଟ ଅଧିନିୟମ ୨୦୧୫ ର ଧାରା ୩ ର ପଠନ ସହିତ ଏବଂ ବିଧା ବିଭାଗର ଅଧିସୂଚନା ସଂଖ୍ୟା ୧୨୬୪୦, ବିଧି ତା ୨୬.୧୦.୨୦୧୭ର ଅଧିକ୍ରମଣରେ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସୁପାରିସ ଏବଂ ପରାମର୍ଶକ୍ରମେ  କଟକ, ଭୁବନେଶ୍ୱର, ବ୍ରହ୍ମପୁରରେ ଓ ସମ୍ବଲପୁର ଠାରେ ୪ ଗୋଟି ସିଭିଲ ଜଜ୍ ( ସିନିୟର ଡିଭିଜନ ) କୋର୍ଟ ପ୍ରତିଷ୍ଠା କରିବା ନିମନ୍ତେ ନିଷ୍ପତି ନେଇଛନ୍ତି 
  11. ଆଗାମୀ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୧୦ କୋଟି ଆଷ୍ଟ୍ରାଜେନିକା କରୋନା ଟିକା ମିଳିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।
  12. ୨୦୧୯-୨୦ ଆର୍ଥିକ ବର୍ଷରେ ଲଘୁ ଖଣିଜ ଦ୍ରବ୍ୟରୁ ରାଜସ୍ବ ସଂଗ୍ରହରେ ୧୨୪ ପ୍ରତିଶତ (୬୮୦ କୋଟି ଟଙ୍କା) ଅଭିବୃଦ୍ଧି ହାସଲ ହୋଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି।
  13. ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ନିଜ ପରାଜୟକୁ ଅସ୍ବୀକାର କରି ଚାଲିଥିବା ବେଳେ ଏବେ ଆରିଜୋନା ରାଜ୍ୟ ଡେମୋକ୍ରାଟିକ୍‌ ଦଳ ହାତକୁ ଚାଲିଯାଇଛି। ଏଠା‌ରେ ବାଇଡେନ୍‌ଙ୍କ ବିଜୟ ତାଙ୍କ ନିର୍ବାଚକ ଭୋଟ୍‌ ସ୍ଥିତିକୁ ଅଧିକ ସୁଦୃଢ କରିଛି।
  14. ୫ଟି ଓ ମୋ ସରକାରା ଅଭିଯାନରେ ସରକାର ପେନସନଭୋଗୀଙ୍କ ପାଇଁ କରୋନା ମହାମାରୀ ସମୟରେ ଏକ ସୁବିଧା ଘୋଷଣା କରିଛନ୍ତି। ପେନସନଭୋଗୀମାନେ ଟ୍ରେଜେରିକୁ ନଯାଇ ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲରୁ ଆୟକର ପାଇଁ ଉଦ୍ଦିଷ୍ଟ ଫର୍ମ-୧୬ ଡାଉନଲୋଡ କରିପାରିବେ। ଫଳରେ ଫର୍ମ-୧୬ ପାଇଁ ପେନସନଭୋଗୀମାନେ ଟ୍ରେଜେରିକୁ ନଆସି ଆୟକର ରିଟର୍ଣ୍ଣ ଘରେ ଦାଖଲ କରିପାରିବେ।
  15. ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଶୁକ୍ରବାର ଦିନ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘କ୍ୟୁଆରସାମ’ (କୁଇକ ରିଆକ୍ସନ ସର୍ଫେସ ଟୁ ଏୟାର ମିସାଇଲ)ର ସଫଳ ପରୀକ୍ଷା କରାଯାଇଛି। ଚାନ୍ଦିପୁର ୩ ନମ୍ବର ଉତକ୍ଷେପଣ କେନ୍ଦ୍ରରୁ କାନିଷ୍ଟରରୁ ଅପରାହ୍ଣ ପ୍ରାୟ ୩.୫୦ ମିନିଟ ସମୟରେ ଉତକ୍ଷେପଣ କରାଯାଇଥିଲା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ୩୦ କିଲୋମିଟର ଭିତରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.