• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମଧ୍ୟପ୍ରଦେଶର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ କୈଳାସ ସାରଙ୍ଗ ଶନିବାର ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ‘ନରେନ୍ଦ୍ରସେ ନରେନ୍ଦ୍ର’ ନାମକ ଏକ ପୁସ୍ତକ ଲେଖିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂଘର୍ଷ ଦିନଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର ଘଟଣା ରହିଛି।
  2.  ମୁଖରେ ଶ୍ରୀମଦ୍‌ ଭଗବତ ଗୀତାର ଶ୍ଳୋକ ଅନର୍ଗଳ ଓ ପ୍ରାଞ୍ଜଳ। ପୁସ୍ତକ ନ ଦେଖି ଅନବରତ ଆବୃତ୍ତି କରୁଛନ୍ତି। ଏମିତିକି ଗୋଟିଏ ମିନିଟ୍‌ରେ ଗୀତାର ପଞ୍ଚଦଶ ଅଧ୍ୟାୟର ୧୩ଟି ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ଗୁଗୁଲ୍ ବଏ ବିଠଲ୍ ଭରଦ୍ବାଜ ବୟସ ୧୬ ବର୍ଷ।
  3. ନଭେମ୍ବର ୧୦ରେ ନାସା ପକ୍ଷରୁ ଏକ ନିରପେକ୍ଷ ସମୀକ୍ଷା ରିପୋର୍ଟ ଦର୍ଶାଯାଇଛି  ଯେ ବୈଜ୍ଞାନିକ ଅଧ୍ୟୟନ ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ସଂପୂର୍ଣ୍ଣ ସ୍ବଚ୍ଛ ନମୁନା ଆଣିବା ପାଇଁ ନାସା ଏହାର ମାର୍ସ ସାମ୍ପଲ୍ ରିଟର୍ଣ୍ଣ (ଏମଏସଆର) ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଉଲ୍ଲେଖଯୋଗ୍ୟ, ଏପରି ଅଭିଯାନ ବିଶ୍ବରେ ପ୍ରଥମ ଥର ଲାଗି ହେଉଛି।
  4. ଶନିବାର ଦିନ ମିଜୋରାମର ଚମ୍ପଇ ଅଞ୍ଚଳରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ (ଏନ୍‌ସିଏସ୍‌) ରିକ୍ଟର୍‌ ସ୍କେଲ୍‌କୁ ଆଧାର କରି ରିପୋର୍ଟ କରିଛି।ଭୂଗର୍ଭର ୩୦ କିଲୋମିଟର୍‌ ଅଭ୍ୟନ୍ତରରେ ସଂଘଠିତ ଏହି ଭୂମିକମ୍ପର କମ୍ପନ ଶନିବାର ଅପରାହ୍ଣ ୨.୨୦ ରେ ଅନୁଭୂତ ହୋଇଥିଲା।
  5.  ବହୁ ଚର୍ଚ୍ଚିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ ଲାଗୁ ହୋଇଛି। ଏ ନେଇ ବିଧିବଦ୍ଧ ଭାବେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି। ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ଶାସନ ସଚିବ ୧୩ଟି ବିଶ୍ବବିଦ୍ୟାଳୟ- ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରେଭନ୍‌ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଜି.ଏମ୍‌ ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖିଛନ୍ତି।
  6.  ଗାଡ଼ି ପଞ୍ଜୀକରଣଠାରୁ ଆରମ୍ଭ କରି ପରିବହନ ସେବାରେ ବ୍ୟବହୃତ ସମସ୍ତ ପ୍ରକାର ଇ-ସେବାକୁ ଓଡ଼ିଶା ଓ୍ବାନ୍‌ ପୋର୍ଟାଲ୍‌ ସହିତ ଏକୀକରଣ କରାଯିବ। ଫଳରେ ଗୋଟିଏ ପ୍ଲାଟ୍‌ଫର୍ମରେ ଲୋକଙ୍କୁ ସମସ୍ତ ପ୍ରକାର ତଥ୍ୟ ଓ ସେବା ମିଳିପାରିବ। 
  7. ଭାରତୀୟ ବୈଦ୍ୟୁତିକ ଗଣମାଧ୍ୟମ (ଟିଭି ଚାନେଲ) ଦେଖୁଥିବା ପାକିସ୍ତାନର ଗ୍ରାହକମାନେ ସେମାନଙ୍କ ଦେୟକୁ ଅନଲାଇନରେ ପୈଠ କରିପାରିବେ ନାହିଁ। 
  8. ଚୀନ୍ ଛାଡି ଭାରତ ଆସିବେ ୩୬ କମ୍ପାନୀ । ସରକାରଙ୍କୁ ଦେଇଛନ୍ତି ପ୍ରସ୍ତାବ ।
  9. ୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହେବ ୭୬ ଲକ୍ଷ ଚାଷୀଙ୍କ ତାଲିକା । ମିଳିବ ନୂଆ ପରିଚୟପତ୍ର, ଚାଷୀ ପାଇବେ ସରକାରୀ ସୁବିଧା । ଚାଷୀଙ୍କ ଡାଟାବେସକୁ ନେଇ ତେଜିଲା ରାଜନୀତି ।
  10. ରାଜ୍ୟରେ ଆଜି ୧୨୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୨, ୯୬, ୫୧୬କୁ ବୃଦ୍ଧି ପାଇଛି ।
  11. ବନ୍ଦୀମାନଙ୍କ ମାନବିକ ଅଧିକାର, ସୁପ୍ରିମକୋର୍ଟଙ୍କ କେତେକ ନିର୍ଦେଶନାମା ଓ ଏନ୍ଏଚ୍‌ଆର୍‌ସିଙ୍କ ନିୟମାବଳୀକୁ ନେଇ ଓଡ଼ିଶା ନୂତନ ଜେଲ୍ ମାନୁଆଲ୍‌-୨୦୨୦ର ଗେଜେଟ୍‌ ନୋଟିଫିକେସନ ପ୍ରକାଶ ପାଇଛି। ତେବେ ଏହି ଜେଲ୍‌ ମାନୁଆଲ୍‌ ଚିଠାରୁ ୩୨ଟି ପ୍ରସଙ୍ଗକୁ ନେଇ ରାଜ୍ୟ ଆଇନ ବିଭାଗ ଓଡ଼ିଶା ଜେଲ୍‌ ମାନୁଆଲ୍‌-୨୦୨୦ ପ୍ରସ୍ତୁତ କରାଯାଇଛି।
  12. ସରକାରୀ ଯୋଜନାରେ ସାମିଲ ପାଇଁ ଓଡ଼ିଶା କୃଷକ ଡାଟା ବେସ୍‌ ପ୍ରସ୍ତୁତ କରାଯିବ। ଏହି କୃଷକ ଡାଟାବେସ୍‌ ପ୍ରସ୍ତୁତ ହେବା ପରେ କୃଷକମାନେ ଅତି ସହଜରେ ସରକାରୀ ଯୋଜନାରେ ସାମିଲ ହୋଇପାରିବେ। ରାଜ୍ୟରେ ୧୦୦ଦିନ ମଧ୍ୟରେ ଓଡ଼ିଶା କୃଷକ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଯୋଜନା ରହିଥିବା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।
  13. ‘ମୋ ସ୍କୁଲ’ ପରିଚାଳନା ସଙ୍ଗଠନର ୧୮ତମ କାର୍ଯ୍ୟକାରୀ କାଉନ୍‌ସିଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ। ୨୫ ଜିଲାରେ ୧୬୧୦ ସ୍କୁଲର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ୨ କୋଟି ୪୬ ଲକ୍ଷ ୯୦ ହଜାର ୨୦ ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର ଏହାର ଦୁଇଗୁଣ ଅର୍ଥ ୪ କୋଟି ୯୩ ଲକ୍ଷ ୮୦ ହଜାର ୪୦ ଟଙ୍କା ଅନୁମୋଦନ କରିଛନ୍ତି।
  14. ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ କାର୍ଯ୍ୟକରିଣୀରେ ସର୍ବସମ୍ମତ କ୍ରମେ ସମାଜସେବୀ ଡ଼.ପ୍ରଭାସ ଆଚାର୍ଯ୍ୟଙ୍କୁ ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। 
  15. ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେବାକୁ ଶନିବାର ଦିନ ପଶ୍ଚିମ ସୀମାନ୍ତର ଜୟସାଲେମର୍‌ ଅନ୍ତର୍ଗତ ଲଙ୍ଗେୱାଲା ପୋଷ୍ଟ୍‌ରେ ଦୀପାବଳୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅର୍ଜୁନ ଟ୍ୟାଙ୍କ୍‌ ଆରୋହଣ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.