• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୀତିଶ କୁମାର ଆସନ୍ତା କାଲି ଅର୍ଥାତ ସୋମବାରଦିନ କ୍ରମାଗତ ୪ର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ । ତେବେ ନୀତିଶଙ୍କ ସରକାରରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ ଏବଂ ଉଭୟ ବିଜେପିରୁ ରହିବେ ।
  2. ବରିଷ୍ଠ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ଦେହାନ୍ତ ହୋଇଛି। ୮୫ବର୍ଷ ବୟସରେ ସୌମିତ୍ର ଚାଟାର୍ଜୀ ପରଲୋକ ଗମନ କରିଛନ୍ତି। 
  3. ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା (ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ) ଏକ ଅଭିନବ ଅଭିଯାନ ହାତକୁ ନେଉଛି। ବୈଜ୍ଞାନିକମାନଙ୍କ ଅଧ୍ୟୟନ ପାଇଁ ମଙ୍ଗଳ ଗ୍ରହର ବିଭିନ୍ନ ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବାକୁ ଯାଉଛି। 
  4. 2021 ବର୍ଷ ଚଳିତ ବର୍ଷଠାରୁ ବିଶ୍ବରେ ଖାଦ୍ୟାଭାବ ଆହୁରି ଉତ୍କଟ ହେବ ଓ ମହାମାରୀଠାରୁ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (ଡ଼ବ୍ଲ୍ୟୁଏଚପି) ମୁଖ୍ୟ ଡ଼େଭିଡ଼ ବିସଲି । ଯଦି ବିଶ୍ବ ଖାଦ୍ୟ ସଙ୍ଗଠନକୁ ଉପଯୁକ୍ତ ସହାୟତା ନ ମିଳେ ତେବେ ବିଶ୍ବର ଅନେକ ଦେଶରେ ଖାଦ୍ୟାଭାବ ମହାମାରୀ ରୂପ ନେଇପାରେ ବୋଲି ଡ଼େଭିଡ଼୍ କହିଛନ୍ତି ।
  5.  ତୁର୍କମେନିସ୍ତାନର ରାଷ୍ଟ୍ରପତି ତାଙ୍କ ପ୍ରିୟ କୁକୁରର ୫୦ଫୁଟର ସୁନା ମୂର୍ତି ସ୍ଥାପନ କରି ଏବେ ଚର୍ଚାରେ । ତୁର୍କମେନିସ୍ତାନ ରାଜଧାନ ଅସଗାବତରରେ ଏହି ପ୍ରତିମୂର୍ତି ସ୍ଥାପନ କରିଛନ୍ତି ।
  6.  ବିହାରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ଭାବରେ ତାରକିଶୋର ପ୍ରସାଦ ନିଯୁକ୍ତି ପାଇବେ । ତାରକିଶୋର ପ୍ରସାଦ କଟିହାରରୁ ବିଜେପି ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।
  7. ଦୀପାବଳିରେ ଚୀନ ସାମଗ୍ରୀ ବଦଳରେ ଭାରତୀୟ ସାମଗ୍ରୀ କିଣିବା ଉପରେ ଲୋକମାନେ ଗୁରୁତ୍ବ ଦେଇଥିଲେ । ଏହାର ଫଳସ୍ବରୂପ ଭାରତୀୟ ବ୍ୟବସାୟୀମାନେ ଏଥରର ଦୀପାବଳୀ ଋତୁରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ।
  8. ବିଶ୍ବର ସମସ୍ତ ରାଷ୍ଟ୍ରରେ ଟିକାକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ବେଳକୁ ୨୦୨୪ ହୋଇଯିବ ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସିଇଓ ଆଦର ପୁନାୱାଲା କହିଛନ୍ତି।
  9. ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ସବୁ ପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ-୨୦୨୦ ପୁରସ୍କାର ଗ୍ରହଣ କରିବ।
  10. ଚୀନର ଉହାନ ସହର କରୋନା ଭୂତାଣୁର କେନ୍ଦ୍ରସ୍ଥଳ ବୋଲି କୁହାଯାଉଥିବା ବେ‌ଳେ ଏବେ ଚୀନକୁ ଆସିଥିବା ଗୋମାଂସ ଓ ଚିଙ୍ଗୁଡ଼ିରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଅଗଷ୍ଟ ମାସରୁ ଆସି ଫ୍ରିଜରରେ ରହିଥିବା ବ୍ରାଜିଲର ଗୋମାଂସ ଏବଂ ସାଉଦି ଆରବ ଚିଙ୍ଗୁଡ଼ିରୁ ଏବେ କରୋନା ଭୂତାଣୁ ଚିହ୍ନଟ ହୋଇଛି। 
  11. ପେନସନକୁ ସଂଶୋଧନ କରାଯିବା ସହିତ ସେମାନେ ଏବେ ଅନଲାଇନ ପୋର୍ଟାଲ ଅର୍ପଣ ଜରିଆରେ ଆବେଦନ କରି ସଂଶୋଧିିତ ପେନସନ ପାଇ ପାରିବେ। 
  12. ଦୀର୍ଘ ୨୬ ବର୍ଷ ହେଲା ବ୍ୟାଙ୍କ କର୍ମଚାରୀମାନଙ୍କ ପେନସନ୍‌ ସଂଶୋଧନ ହୋଇନାହିଁ। ଶେଷଥର ପାଇଁ ୧୯୯୩ ମସିହାରେ ବ୍ୟାଙ୍କ କର୍ମଚାରୀଙ୍କ ପେନସନ୍‌ ସଂଶୋଧନ ହୋଇଥିଲା। ବ୍ୟାଙ୍କ କମର୍ଚାରୀଙ୍କ ପାଇଁ ୧୯୯୩ ମସିହାରେ ସ୍ଥାପନ ହୋଇଥିବା ପେନସନ ପାଣ୍ଠିରେ କିନ୍ତୁ ଗଚ୍ଛିତ ରାଶି ବଢ଼ି ବଢ଼ି ଚାଲିଛି। ଏହି ରାଶି ଏବେ ୨.୪୦ ଲକ୍ଷ କୋଟିରେ ପହଞ୍ଚିଛି। 
  13. ମୁଦ୍ରାସ୍ଫୀତି ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ୬ ପ୍ରତିଶତରୁ ଅଧିକ ରହିପାରେ। କିନ୍ତୁ ରିଜର୍ଭ ବ୍ୟାଙ୍କ ଆସନ୍ତା ଡିସେମ୍ବରର ମୁଦ୍ରାନୀତି ସମୀକ୍ଷା ବେଳେ ସୁଧ ହାରକୁ ସ୍ଥିର ରଖିପାରେ ବୋଲି ଏହି ସଂସ୍ଥା କହିଛି। 
  14. ଖବରକାଗଜ ସଂଗ୍ରହର ନିଶା ଯୋଗୁଁ ଏଯାବତ୍‌ ୧୩୮ ଦେଶର ୪୬୮୩ଟି ଖବରକାଗଜ ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ  ଶଶାଙ୍କ ଶେଖର ଦାଶ। 
  15.  ମଙ୍ଗଳ ଗ୍ରହରୁ ଶିଳା ନମୁନା (ଏମ୍‌ଏସ୍‌ଆର୍‌) ଆଣିବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ପକ୍ଷରୁ ପ୍ରକାଶ ପାଇଛି। ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ ବୋଲି ‘ନାସା’ କହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.