• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୋମବାର ସନ୍ଧ୍ୟାରେ ଜନତା ଦଳ-ୟୁନାଇଟେଡର ଅଧ୍ୟକ୍ଷ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାକୁ ମିଶାଇ ଜେଡିୟୁ କ୍ରମାଗତ ଚତୁର୍ଥ ପାଳି କ୍ଷମତାକୁ ଆସିଥିବା ବେଳେ ନୀତୀଶ କୁମାର ସପ୍ତମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।ତାରାକିଶୋର ଓ ରେଣୁ ଦେବୀ ହେଲେ ଉପ ମୁଖ୍ୟମନ୍ତ୍ରୀ
  2. ଭିଏତନାମ୍‌ର ହାନୋଇଠାରେ ଆଜି ବିଶ୍ବର ସର୍ବବୃହତ୍ ମୁଖ୍ୟ ବାଣିଜ୍ୟ ଅଞ୍ଚଳ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଚୀନର ନେତୃତ୍ବରେ ସ୍ବାକ୍ଷରିତ ଏହି ରାଜିନାମାର ନାମ ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଯୋଗିତା (ଆର୍‌ସିଇପି) ରହିଛି। ଏଥିରେ ଦକ୍ଷିଣ ପୂର୍ବ ଏସିଆର ୧୦ଟି ଦେଶ ସମେତ ଚୀନ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସାମିଲ ହୋଇଛନ୍ତି।
  3. ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଦ୍ବାରା ଲିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ର ଯେତିକି ପୃଷ୍ଠା ଓଲଟାଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଥିଲାବେଳେ ଏବେ ଶାସକ ବିଜେପି ସମ୍ପର୍କରେ ଉଲ୍ଲିଖିତ କିଛି କଥା ସାମ୍ନାକୁ ଆସିଛି। ବିଜେପି ଦେଶରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି ବୋଲି ଓବାମା ଏଥିରେ ଉଲ୍ଲେଖ କରିଛନ୍ତି। 
  4. ବିଶେଷଜ୍ଞଙ୍କ ଚିନ୍ତା ଟିକା ସଂରକ୍ଷଣ ବ୍ୟବସ୍ଥା : ଭାରତ ଲାଗି ଉପଯୋଗୀ ହେବନି ବିଦେଶୀ କରୋନା ଟିକାସଂରକ୍ଷଣ ପାଇଁ ଲୋଡ଼ା ବିଯୁକ୍ତ ୭୦ରୁ -୮୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା
  5. ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗପକ୍ଷରୁ ବୈଦ୍ୟୁତିକ ଦ୍ଧତି କଳାକୃତି ଓ ଉତ୍ପାଦନ (ଇଏସଡିଏମ)-୨୦୨୦ ନାମକ ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଏହି ଚିଠା ପ୍ରସ୍ତାବରେ ଆଗାମୀ ୨୦୨୫ ସୁଦ୍ଧା ରାଜ୍ୟରେ କେବଳ ଆଇଟି ଶିଳ୍ପରେ ୨ଗୁଣା ପୁଞ୍ଜିନିବେଶ ହେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ନିଯୁକ୍ତି କ୍ଷେତ୍ରରେ ୩ଗୁଣା ସୁଯୋଗ ପାଇଁ ସରକାର ଆଶା ରଖିଛନ୍ତି।
  6. : ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଝାଡ଼ଖଣ୍ଡର ଦେଓଘରସ୍ଥିତ ସତସଙ୍ଗ ଆଶ୍ରମକୁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଧାର୍ମିକ ଅନୁଷ୍ଠାନ ବର୍ଗରେ ସ୍ବପରିସରରେ ଶ୍ରେଷ୍ଠ ଜଳ ସଂରକ୍ଷଣ ଓ ପରିଚାଳନା ଲାଗି ଚଳିତ ବର୍ଷ  ସତସଙ୍ଗ ଆଶ୍ରମ ପ୍ରଥମ ପୁରସ୍କାର ଲାଭ କରିଛି ।
  7. ରାଜ୍ୟର ସାଢ଼େ ୧୪ ହଜାର ସରକାରୀ ବିଦ୍ୟାଳୟ ବନ୍ଦ ହେବ। କେଉଁଠି ଗୋଟିଏ ସ୍କୁଲ ନିକଟସ୍ଥ ସ୍କୁଲରେ ମିଶିବ ତ ଆଉ କେଉଁଠି ତାଲା ଝୁଲିବ। ପିଲା ହେଉ ନ ଥିବାରୁ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିରୋଧ ବଢ଼ିବାରେ ଲାଗିଛି। 
  8. କରୋନା କାଳରେ ମହଙ୍ଗା ଦର ଅସମ୍ଭାଳ ସ୍ଥିତି ଆଡ଼କୁ ଗତି କରୁଛି। ୮ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପାଇକାରୀ ମୁଦ୍ରାସ୍ଫୀତି। ଅକ୍ଟୋବର ୨୦୨୦ ପାଇଁ ହୋଲସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ(WPI) ସୂଚକାଙ୍କ ଜାରି ହୋଇଛି। ସେପ୍ଟେମ୍ବରର ୧.୩୨ରୁ ବଢ଼ି ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୧.୪୮ ପ୍ରତିଶତରେ ପହଞ୍ଚିଛି। 
  9. ୨୬%ରୁ ଅଧିକ ବିଦେଶୀ ପୁଞ୍ଜି ବିନିଯୋଗ କରିଥିବା ଡିଜିଟାଲ୍‌ ମିଡିଆ କମ୍ପାନିମାନେ ୨୦୨୧ ଅକ୍ଟୋବର ସୁଦ୍ଧା ତାହାକୁ ହ୍ରାସ କରିବା ଲାଗି ସୋମବାର ଦିନ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଦେଶ ଜାରି କରିଛନ୍ତି। 
  10.  ବିଶ୍ବ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ବରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ କରିଛି ବିଶ୍ବ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍‌ ବିସ୍‌ଲିଙ୍କ ଦ୍ବାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି।
  11. ଓଡ଼ିଶାର ପ୍ରାକୃତିକ ପରିବେଶରେ ରହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆଗ୍ରହୀ। ଏଣିକି ଇକୋ ଟୁରିଜିମ୍‌ କିମ୍ବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀରେ ଯେଉଁଠି କି ହୋଟେଲ ସୁବିଧା ନାହିଁ ସେଠାରେ ପର୍ଯ୍ୟଟକମାନଙ୍କୁ ଗାଁ ପରିବେଶରେ ରହିବା ପାଇଁ ସୁବିଧା ମିଳିବ। ଖାଲିସେତିକି ନୁହେଁ, ପର୍ଯ୍ୟଟନସ୍ଥଳୀ ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟବାସିନ୍ଦାଙ୍କ ଅର୍ଥନୈତିକ ବିକାଶ ପାଇଁ ପର୍ଯ୍ୟଟକମାନଙ୍କୁ ହୋମ୍‌ ଷ୍ଟେ ସୁବିଧା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। 
  12. ଦିଲ୍ଲୀର ନଭେମ୍ବର ସଂକ୍ରମଣ କେବଳ ଭାରତ ପାଇଁ ଚିନ୍ତାଜନକ ନୁହେଁ ସମଗ୍ର ବିଶ୍ବରେ ଅନ୍ୟ କୌଣସି ସହରରେ ଏଭଳି ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିନାହିଁ। ତଥ୍ୟ ଅନୁଯାୟୀ କେବଳ ଅଗଷ୍ଟରେ ବ୍ରାଜିଲ୍‌ର ସାଓପଲୋରେ ସର୍ବାଧିକ ସଂକ୍ରମଣ ଏବଂ ଏପ୍ରିଲରେ ନ୍ୟୁୟର୍କ ସଂକ୍ରମଣ ଅଧିକ ରହିଥିଲା। କିନ୍ତୁ ଦୁଇଟି ଯାକ ସହରରେ ସଂକ୍ରମଣ ମାମଲା ସେ ସମୟରେ ୫ ହଜାରରୁ ଅଧିକ ଥିଲା। କିନ୍ତୁ ଦିଲ୍ଲୀ ସଂକ୍ରମଣ ନଭେମ୍ବର ୯ରେ ୮,୫୯୩, ନଭେମ୍ବର ୧୦ରେ ୭,୮୩୦, ନଭେମ୍ବର ୧୩ ରେ ୭,୮୦୨ ଏବଂ ନଭେମ୍ବର ୮ରେ ୭,୭୪୫ ଥିଲା। 
  13. ଆଜି ଋଷ୍ ଦ୍ବାରା ଆୟୋଜିତ ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
  14. ବିଧାନସଭାର ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ବସିବ । ତେବେ ଅଧିବେଶନ ପୂର୍ବରୁ ମଙ୍ଗଳବାରଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ । 
  15. ବର୍ଷ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ କରୋନା ପାଇଁ ଆୟକର ସମୟ ସୀମା ବଢାଇ ଦେଇଛନ୍ତି । ଏହାର ସମୟ ସୀମା ୩୧ ଡିସେମ୍ଭର ୨୦୨୦ ଯାଏଁ ବୃଦ୍ଧି ପାଇଛି । ତେବେ ଆୟକର ରିଟର୍ନ ଦାଖଲ କରିବାକୁ ଭୁଲନ୍ତ ନାହିଁ, ନହେଲେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.