• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ୍ କଲେଜ୍ ଖୋଲିବ।
2.ରାଜ୍ୟ ସରକାର ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଘୋଷଣା କରିଛନ୍ତି। ୨୦୧୬ ମସିହା -ଚିତ୍ରଶିଳ୍ପୀ ବନବିହାରୀ ପରିଡା, ୨୦୧୭ -ବିଶିଷ୍ଟ ସ୍ଥପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ୨୦୧୮ -ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ -ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ଏବଂ ୨୦୨୦ - ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଧର୍ମପଦ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା, ତାମ୍ର ଫଳକ ଓ ଉପଢୌକନ ପ୍ରଦାନ କରାଯିବ।
3.୨୦୧୭ରେ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ଆସନ୍ତା ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ
4.ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଭାରତକୁ  ୬୬ ରନରେ ପରାସ୍ତ କରି ବିଜୟ ହାସଲ କରିଛି।
5.ହାଇଦରାବାଦର ଫାର୍ମା କମ୍ପାନୀ ହେଟେରୋ ଲ୍ୟାବ୍ସ୍ ୧୦ କୋଟି ସ୍ପୁଟନିକ୍-ଭି ଭ୍ୟାକସିନ୍ ତିଆରି କରିବା ପାଇଁ ଲକ୍ଷ ରଖିଛି । ୨୦୨୧ରୁ ଭାରତରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଲକ୍ଷ ରଖିଛି ଏହି ଫାର୍ମା କମ୍ପାନୀ ।
6.ଆସନ୍ତା  ଶିକ୍ଷାବର୍ଷରୁ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ। ଏପରିକି  ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି ।
7.ଭାରତର ସର୍ବ ବୃହତ ସୂଚନା ଓ ପ୍ରାଦ୍ୟୋଗିକ (ଆଇଟି) ସଂସ୍ଥା ଟାଟ କନସଲ୍ଟାନ୍ସି ସର୍ଭିସ (ଟିସିଏସ୍) ସଂସ୍ଥାପକ ଫକୀର ଚନ୍ହ କୋହଲୀଙ୍କର ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଛି।ସେ ଭାରତୀୟ ଆଇଟି ଉଦ୍ୟୋଗର ଜନକ ବୋଲିପରିଚିତ । ଜଣେ ଟେକ୍ନୋକ୍ରାଟ୍ ଭାବେ ଜଣାଶୁଣା ଫକୀର ଚନ୍ଦ ୧୯୯୧ ମସିହାରେ ଆଇବିଏମକୁ ଟାଟା-ଆଇବିଏମ ଭାବେ ଭାରତ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
8.ଓଡ଼ିଶା ମାନବାଧିକାର କମିଶନର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଜୟକୃଷ୍ଣ ପଟେଲଙ୍କୁ ନିଯୁକ୍ତ କରାଯାଇଛି। 
9.ଯଦି ଓଡ଼ିଶା ଭଳି ରାଜ୍ୟରେ ଗୋଟିଏ ଦିନର ଧର୍ମଘଟ ସମ୍ପୂର୍ଣ୍ଣ ସଫଳ ହୁଏ ତେବେ ରାଜ୍ୟ ଅର୍ଥନୀତିକୁ ୧୪୬୨ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼େ। ଟିକସ ଆଦାୟ ଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର, ରେଳ ଓ ବସ୍ ସେବା, ପେଟ୍ରୋଲ୍ ପମ୍ପ୍, କଳ କାରଖାନା, ଖଣି ଖାଦାନ ଆଦି ବନ୍ଦ ରହିବା ଯୋଗୁଁ ଉତ୍ପାଦକତା ପ୍ରଭାବିତ ହୋଇଥାଏ।
10.ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀଲଙ୍କା ଗସ୍ତ କରି ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପ ମଧ୍ୟରେ ସମୁଦ୍ରୀ ସୁରକ୍ଷାକୁ ନେଇ ଆଲୋଚନା କରିବେ  । 
11.ଇରାନ ଆଣବିକ କାର୍ଯ୍ୟକ୍ରମର ବୈଜ୍ଞାନିକ ମୋହସୀନ ଫକିରଜ୍ୟାଦାଙ୍କୁ ହତ୍ୟା କରାଯାଇଥିବା  ଖବର ଆସୁଛି।
12.ଭାରତୀୟ ଆୟର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର)ଙ୍କ ପୂର୍ବତନ ମୁଖ୍ୟ ଡା. ରମନ ଗଙ୍ଗାଖେଡକର କହିଛନ୍ତି ଏବେଠାରୁ ଆମେ ମାସ୍କକୁ ଆମ ଜୀବନର ଏକ ଅଙ୍ଗ କରିନେଲେ ଆଗକୁ ଉପୁଜିବାକୁ ଥିବା ଗୁରୁତର ସ୍ୱାସ୍ଥ୍ୟ ସଂକଟରୁ ଆମେ ରକ୍ଷା ପାଇପାରିବା ।
13.ଦେଶରେ କେବଳ ବିଆଇଏସ ସାର୍ଟିଫିକେଟ ଯୁକ୍ତ ହେଲମେଟ୍ ହିଁ ବିକ୍ରି ପାଇଁ ତିଆରି କରାଯାଇପାରିବ ।
14.ବିପୁଳ ଆୟବର୍ହିଭୂତ ସଂପତ୍ତି ଠୁଳ ଓ  ଅନିୟମିତତା ମାମଲାରେ ଗିରଫ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଜେଲ୍ ଯାଇଛନ୍ତି।
15.ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଉତ୍କଳ ବିଶ୍ଵ ବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡା. ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖି  ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେ ପ୍ରଧାନ । 
16.ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ସମ୍ମିଳନୀ -୨୦୨୦ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଛି | 
17.ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକରେ (ଜୁଲାଇ-ସେପ୍ଟେମ୍ବର) ଜିଡିପି ୭.୫% ହ୍ରାସ କରିଛି। ଏଥି ସହିତ, ଗତ ଆର୍ଥିକ ଦ୍ୱିତୀୟ ତ୍ରୟମାସିକରେ ଜିଡିପି ୪.୪% ବୃଦ୍ଧି ପାଇଛି।
18.ଯେ ପର୍ଯ୍ୟନ୍ତ କରୋନା ଟିକା ବାହାରିନାହିଁ, ସେ ପର୍ଯ୍ୟନ୍ତ ଅଫିସ ଯିବାକୁ ଡ଼ରୁଛନ୍ତି ୮୩% ଭାରତୀୟ ଚାକିରିଜୀବୀ । 
19.ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନଙ୍କ ନିଧନ ପରେ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିବାରୁ ବିଜେପି ସୁଶିଲ ମୋଦିଙ୍କୁ ପ୍ରାର୍ଥୀ କରିଛି। 
20.ହିମାଚଳ ପ୍ରଦେଶ କଳ୍ପା ଓ କୁଫୁରୀରେ ଶୁକ୍ରବାର ତାଜା ହୀମପାତ ହୋଇଛି। ଏହି ସମୟରେ କେଲଙ୍ଗର ତାପମାତ୍ରା ବିଯୁକ୍ତ ୯.୯ ଡିଗ୍ରି ସେଲସିୟସ୍ରେ ପହଞ୍ଚିଛି। କଳ୍ପାରେ ତୁଷାରପାତ ସହ କିନ୍ନୁର ଜିଲ୍ଲାରେ ୧୭ ସେଣ୍ଟିମିଟର ବରଫ ପଡିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.