• +91-9861016349 / +91-9437281655
  • Email: amarisatya@gmail.com

Odia Current News

୧ .ଡିସେମ୍ବର ୨୦୨୦ରେ ଭୁବନେଶ୍ୱର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଏହା ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକ କର୍ମଚାରୀ କ୍ଷମତାର ୭୫ ପ୍ରତିଶତ ଗ୍ରୁପ୍-ଏ ଅଧିକାରୀଙ୍କ ସମେତକୁ ନେଇ କାର୍ଯ୍ୟ କରିବ.
୨ . କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ୭ ଲକ୍ଷ ୮ ହଜାର ୩୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। 
୩ . ପେନ୍ସନଭୋଗୀମାନଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମାକୁ କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ ଆସନ୍ତାବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା ୩୫ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ। 
୪ . ଉତ୍ତରପ୍ରଦେଶ ଆଇନ ବିରୁଦ୍ଧ ଧର୍ମପରିବର୍ତ୍ତନ ପ୍ରତିରୋଧ ଅଧ୍ୟାଦେଶ ଆଇନର ଡ୍ରାଫ୍ଟ ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ  ଏକ ନିୟମ ଭାବରେ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଏହି ନିୟମକୁ ୬ ମାସ ମଧ୍ୟରେ ବିଧାନସଭାର ଉଭୟ ଗୃହରେ ପାରିତ ହେବାକୁ ପଡିବ।
୫ . ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ଭାରତ ଓ ବ୍ରିଟେନ୍ ଏକାଠି ମିଶି କାର୍ଯ୍ୟ କରିପାରିବେ ବୋଲି ଉଭୟ ମତବ୍ୟକ୍ତ କରିଛନ୍ତି।
୬ . ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୩ ଲକ୍ଷ ଅତିକ୍ରମ କରିଛି । ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଟିକା ଉପରେ ସମସ୍ତଙ୍କ ନଜର ରହିଛି । ଏହି ସମୟରେ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ପ୍ରସ୍ତୁତ କରୁଥିବା ତିନୋଟି କମ୍ପାନୀର କାରଖାନା ପରିଦର୍ଶନ କରିଛନ୍ତି। 
୭ .  ଅହମଦାବାଦ ଏବଂ ଗୁଜରାଟର କେୱାଡ଼ିଆରେ ଥିବା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ମଧ୍ୟରେ ଚାଲିଥିବା ‘ସିପ୍ଲେନ୍’ ସେବା ୧୫ ଦିନ ପାଇଁ ବାତିଲ କରାଯାଇଛି। ଭାରତର ଏହି ପ୍ରଥମ ‘ସିପ୍ଲେନ୍’ ସେବା ଦୁଇ ସପ୍ତାହରୁ ଅଧିକ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା।
୮ . ଶନିବାର ଦିନ ପଶ୍ଚିମବଙ୍ଗର ଆସାନସୋଲ୍ରେ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ଚଢ଼ାଉ କରୁଥିବା ସମୟରେ କୋଇଲା ଖଣି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଧନଞ୍ଜୟ ରାୟଙ୍କର ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଛି।
୯ . ଆସନ୍ତା ଡିସେମ୍ବର ୨୧ ତାରିଖ ସନ୍ଧ୍ୟା ଆକାଶରେ ବୃହସ୍ପତି  ଏବଂ ଶନି ଗ୍ରହ ପରସ୍ପରର ଖୁବ୍‌ ନିକଟରେ ଦେଖାଯିବ। ପ୍ରାୟ ୪୦୦ ବର୍ଷ ପରେ ଏହି ଗ୍ରହ ଦୁଇଟି ପରସ୍ପରର ଏତେ ନିକଟରେ ଥିବାପରି ଦେଖାଯିବ। ତେଣୁ ଏହା ଏକ ଅତ୍ୟନ୍ତ ବିରଳ ଘଟଣା।
୧୦ . ଆମେରିକାରେ କରୋନା ଟିକା ବିତରଣ ପାଇଁ ଚାର୍ଟର ବିମାନ ଉଡ଼ାଣ ଆରମ୍ଭ କରାଯାଇଛି। ୟୁନାଇଟେଡ୍ ଏୟାରଲାଇନ୍ସ ବିମାନ ଦ୍ୱାରା ଫାଇଜର କରୋନା ଟିକା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଯାଉଛି।
୧୨ . ଭାରତର କର୍ଟୋସାଟ୍ ୨ଏଫ୍ ଉପଗ୍ରହ ଏବଂ ରୁଷିଆର ଭୂ-ନିରୀକ୍ଷଣ ଉପଗ୍ରହ (କାନୋପସ୍-ଭି) ପରସ୍ପରର ଖୁବ୍ ନିକଟକୁ ଆସିଯାଇଛନ୍ତି। ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି, ଉଭୟ ଉପଗ୍ରହ ମଧ୍ୟରେ ଦୂରତା ମାତ୍ର ୨୨୪ ମିଟର ରହିଛି।
୧୩ . ସରକାର ଦୁଇ ଚକିଆ ଚାଳକଙ୍କ ପାଇଁ କେବଳ ଭାରତରେ ନିର୍ମିତ ହେଉଥିବା ବିଆଇଏସ୍ ମାର୍କା ହେଲମେଟ୍ର ନିର୍ମାଣ ଓ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦେଶରେ ଦୁଇ ଚକିଆ ଯାନର ଚାଳକମାନେ ନିମ୍ନମାନର ହେଲମେଟ୍ ପିନ୍ଧିବାକୁ ଏଡ଼ାଇ ଦିଆଯାଇ ପାରିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତ ୨୬ ତାରିଖରେ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିଷ୍ପତ୍ତି ୨୦୨୧ ଜୁନ୍ ରୁ  ଲାଗୁ ହେବ।
୧୪ . ସୋମା ମଣ୍ଡଳ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍)ର ପରବର୍ତ୍ତୀ ଅଧ୍ୟକ୍ଷା ହେବେ । ଆସନ୍ତା ଜାନୁଆରି ୧ ତାରିଖରୁ ସେ ଏହି ଦାୟିତ୍ବ ତୁଲାଇବେ। ୨୦୨୩ ଏପ୍ରିଲ୍ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିବେ।
୧୫ . ଯଦି ଗାଡ଼ିର ପ୍ରକୃତ ମାଲିକଙ୍କ ମୃତ୍ୟୁ ହୁଏ ତେବେ ନୋମିନିଙ୍କ ଜରିଆରେ ସୁବିଧାରେ ଗାଡ଼ିର ପଞ୍ଜୀକରଣକୁ ଅନ୍ୟ ଜଣଙ୍କ ନାମକୁ ସ୍ଥାନାନ୍ତର କରାଯାଇପାରିବ। ଏହାକୁ ବିଚାରକୁ ନେଇ ଗାଡ଼ି ପଞ୍ଜୀକରଣ ବେଳେ ନୋମିନିଙ୍କ ନାମ ସାମିଲ କରିବା ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି।
୧୬ . ଏୟାର ଇଣ୍ଡିଆକୁ କିଣିବା ପାଇଁ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଟାଟା ଗ୍ରୁପ୍ ଆଗ୍ରହୀ ଅଛି। ଏଥିପାଇଁ ଟାଟା ଗ୍ରୁପ୍ ଏହାର ଅନ୍ୟତମ ସହଯୋଗୀ ସିଙ୍ଗାପୁର ଏୟାରଲାଇନ୍ସ ସହିତ ଆଲୋଚନା ଚଳାଇଛି।
୧୭ . ଦେଶରେ କୋଭିଡ୍ ମୃତ୍ୟୁହାର  ୧.୪୬% ରହିଛି।
୧୮ . ଶୁକ୍ରବାର ତିଲକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ସପ୍ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍ରେ ଏଟିକେ ମୋହନ ବାଗାନ ୨-୦ ଗୋଲ୍ରେ ଆଇଏସ୍ଏଲ୍ ପଦାର୍ପଣ କରିଥିବା 
୧୯ .ରାଉରକେଲାର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍ଓ ୯୦୦୧-୨୦୧୫ ପ୍ରମାଣପତ୍ର ମିଳିଥିବାରୁ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦ .ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.