• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଭିଡ଼-୧୯ ମହାମାରୀ ମଧ୍ୟରେ ଭାରତରେ ପ୍ରଥମ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଗୋଆରେ ଶୁକ୍ରବାରଠାରୁ ଖେଳାଯିବ। ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ରିଲାଏନ୍‌ସ ଫୁଟବଲ ଡେଭଲପମେଣ୍ଟର ମିଳିତ ସହଯୋଗରେ ଆୟୋଜିତ ଟୁର୍ଣ୍ଣାମେଣ୍ଟ ଜୈବ ନିରାପତ୍ତା ପରିବେଶ ମଧ୍ୟରେ ଗୋଆର ୩ଟି ଷ୍ଟାଡ଼ିୟମ ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମ ବାମ୍ବୋଲିନ୍‌, ତିଳକ ମଇଦାନ ଓ ଫାଟ୍ରୋଡାରେ ଖେଳାଯିବ।
  2. ରାଜ୍ୟ ସରକାର ବିଜୁଳି ଶୁଳ୍କ ବଢ଼ାଇଛନ୍ତି; ମାତ୍ର ବିଜୁଳି ଶୁଳ୍କ ବୃଦ୍ଧି ସହ ଶୁଳ୍କର ସାରଣୀରେ ରହିଥିବା ବିଚ୍ୟୁତି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ଶିରପୀଡ଼ା ହୋଇଛି। ସ୍ବଳ୍ପ ଆୟ କରୁଥିବା ଓ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଉଚ୍ଚ ଆୟସମ୍ପନ୍ନ ଓ ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସହ ସମାନ କରିଦିଆଯାଇ ଥିବାରୁ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେଉଛି।
  3. ଚଳିତମାସ ୩୦ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ। ଏହି ଚନ୍ଦ୍ରଗ୍ରହଣ ଏକ ଉପଚ୍ଛାୟା ଗ୍ରହଣ ରୂପରେ ଦେଖାଯିବ ।
  4. ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ ପୂର୍ବରୁ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା, ମାତ୍ର ଏବେ ତାହାକୁ ୨୦୦୦ ଟଙ୍କା କରାଯାଇଛି । ଏହା ସହ ଏହି ସମୟରେ କରୋନାକୁ ନେଇ ରାଜନୀତି ନ କରିବା ଓ ଘରେ ଛଟ୍ ପର୍ବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।
  5. ଆଜିଠୁ ଶୀତ ଅଧିବେଶନ : ଶାସକ-ବିରୋଧୀ ସମସ୍ତେ ପ୍ରସ୍ତୁତ,ଏଥର ସରକାର ୧୦ଟି ବିଧେୟକ ଗୃହରେ ଉପସ୍ଥାପିତ କରିବାକୁ ଯାଉଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ୯ଟି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
  6. ବଦଳିଲା ବୈଷୟିକ ଶିକ୍ଷାବର୍ଷ : ଡିସେମ୍ବର ପହିଲାରୁ ପ୍ରଥମ ବର୍ଷ ପାଠପଢ଼ା, ଡିସେମ୍ବର ୫ ପର୍ଯ୍ୟନ୍ତ ଖାଲି ସିଟ୍‌ରେ ନା‌ମଲେଖା
  7. ଦୁର୍ଘଟଣା ରୋକିବା ପାଇଁ କଠୋର ହେଲେ ସରକାର : ଏଣିକି ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇଲେ ଲାଇସେନ୍ସ ବାତିଲ୍
  8. ଛୋଟ ହେଉ ବା ବଡ଼ କୌଣସି ବ୍ୟବସାୟୀ ବିନା ଟ୍ରେଡ୍‌ ଲାଇସେନ୍ସ(ବ୍ୟବସାୟ ଅନୁମିତ)ରେ ବ୍ୟବସାୟ କରୁଥିଲେ ଏଣିକି ମହଙ୍ଗା ପଡ଼ିବ। ନିର୍ଦ୍ଧାରିତ ସମୟରେ ଅନୁମତିପତ୍ର ହାସଲ ନ କଲେ ଆଉ ବ୍ୟବସାୟ କରିପାରିବେ ନାହିଁ।
  9. ଗୁଣସୂତ୍ର ସଂଶୋଧନ ପ୍ରଯୁକ୍ତିବିଦ୍ୟା ‘କ୍ରିସ୍ପର୍‌’ ଆଧାରିତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରୋନାଭାଇରସ୍‌ ଟେଷ୍ଟ୍‍ କିଟ୍‌ ‘ଫେଲୁଦା’ ଦେଶର ଆଠଟି ମେଟ୍ରୋ ସହରରେ ଥିବା ଆପୋଲୋ ହସ୍‌ପିଟାଲ୍‌ରେ ଉପଲବ୍ଧ ହେବ ବୋଲି କୁହାଯାଉଛି। 
  10. ଗତ ୨୪ ଘଣ୍ଟା‌ ମଧ୍ୟରେ ୪୫ ହଜାର ୫୭୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ୧ ଲକ୍ଷ ୩୧ ହଜାର ୫୭୮ ପହଞ୍ଚିଛି। ଲଗାତାର ୯ ଦିନ ଧରି ଦେଶରେ ସକ୍ରିୟ ମାମଲା ୫ ଲକ୍ଷରୁ କମ୍‌ ରହିଛି। ତେବେ ୨ ଦିନରେ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦ ପ୍ରତିଶତ ବୃଦ୍ଧି ହୋଇଛି।
  11. ଇଣ୍ଡିଆ ଟିଭି ର ରଜତ ଶର୍ମା ହେଲେ ନ୍ୟୁଜ ବ୍ରଡକାଷ୍ଟର ଆସୋସିଏସନର ପୁଣି ସଭାପତି ନିର୍ବାଚିତ ।
  12. ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କୋରିଡର ଏବଂ ଖଣି ଅଞ୍ଚଳ ମାନଙ୍କରେ ୧ହଜାର ଏଲ୍‌ଏନ୍‌ଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରାଯିବାର ଯୋଜନା ପ୍ରସ୍ତୁତି : ଧର୍ମେନ୍ଦ୍ର ପ୍ରଧାନ ।
  13. ପିଓକେରେ ଭାରତୀୟ ସେନାର ‘ପିନ୍-ପଏଣ୍ଟ’ ଅପରେସନ; ଆତଙ୍କବାଦୀ ଶିବିର ଧ୍ବଂସ ।
  14. ଖଣି ନିଲାମକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛନ୍ତି। ଆସନ୍ତା ଦୁଇ ବର୍ଷରେ ପ୍ରାୟ ୧୯୦ ଖଣି ନିଲାମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଦୁଇ ବର୍ଷରେ ନିଲାମ କରାଯିବାକୁ ଥିବା ଖଣିଗୁଡ଼ିକ ମଧ୍ୟରେ ରହିଛି ୫୯ଟି ଚୁନପଥର, ୫୫ ଲୁହା ପଥର, ୩୧ ବକ୍ସାଇଟ୍ ଓ ଗୋଟିଏ ସୁନା ଖଣି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଖରେ ଥିବା ୧୫୦ରୁ ଅଧିକ ନିସ୍କ୍ରିୟ ଖଣିକୁ ସକ୍ରିୟ କରିବା ଉପରେ ମଧ୍ୟ ଖଣି ମନ୍ତ୍ରଣାଳୟ ଜୋର ଦେଉଛି।
  15. ଭାରତୀୟ ଯୋଗ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଭର୍ଚୁଆଲ ଯୋଗାସନ ପ୍ରତିଯୋଗିତାରେ କିଟ୍ ବିଶ୍ବବିଦ୍ୟାଳୟ ଯୋଗ ସ୍କୁଲର ମମତା ଭୂଏ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.