• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟର ୧ ନମ୍ବର ଟସର ଖୋସା ସୁନ୍ଦରଗଡ ଜିଲ୍ଲା଼ରୁ ଉତ୍ପାଦିତ ହେଉଛି । ଖୁଣ୍ଟଗାଁରେ ୫ ଏକର ଜମିରେ ଏକ  ‘ଟସର ସିଲ୍କ ପାର୍କ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ଏଥିପାଇଁ ୨୪ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯିବ  ଏବଂ  ୨୦୨୧ ସୁଦ୍ଧା ସୁନ୍ଦରଗଡ଼ରେ ପୂର୍ଣ୍ଣାଙ୍ଗ ‘ଟସର ସିଲ୍କ ପାର୍କ କାର୍ଯ୍ୟକ୍ଷମ ହେବ।
  2. ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ ୧୧ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପିତ କରିଛନ୍ତି।
  3. ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ସତତ୍ କାର୍ଯ୍ୟକ୍ରମ ଅଧୀନରେ ୨୦୨୩-୨୪ ସୁଦ୍ଧା ଦେଶରେ  ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।
  4. ୨୦୨୧ ବର୍ଷ ଲାଗି ଇଂଲଣ୍ଡ ଏଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତାର ଘରୋଇ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ କାର୍ଯ୍ୟକ୍ରମ ଘୋଷଣା କରିଛି।  ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତରେ ଯାଇ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍ରେ ପ୍ରଥମ ଟେଷ୍ଟମ୍ୟାଚ୍ ଅଗଷ୍ଟ ୪ରୁ ଆରମ୍ଭହେବ।
  5.  ‘ପ୍ରମେୟଓଡ଼ିଆ ଖବର କାଗଜ କନ୍ଧମାଳ ଜିଲା ପ୍ରତିନିଧି ସ୍ବର୍ଗତ ତାରିଣୀଚନ୍ଦ୍ର ପାଢ଼ୀଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।
  6. ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ  ଇସଲାମାବାଦର ଉତ୍ତର ପଶ୍ଚିମ ପାକିସ୍ତାନରେ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଏହି ମନ୍ଦିର ସ୍ବାତ ଜିଲ୍ଲାର ଏକ ପର୍ବତରେ ରହିଛି।
  7. ଦେଶର ସିଏଜି(ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆନ୍ତ-ସଂସଦୀୟ ୟୁନିଅନ(ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ୍),ଜେନେଭାର ବାହ୍ୟ ଅଡିଟର ଭାବରେ ଚୟନ କରାଯାଇଛି |  ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ରହିବ ।
  8. ଫାଇଜର୍ ଏବଂ ‘ବାୟୋଏନ୍ଟେକ୍ଦ୍ବାରା ମିଳିତ ଭାବେ ବିକଶିତ ଟିକା କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା।
  9. ଦ୍ୱିତୀୟ ଥର ପାଇଁ ମା ହେଉଥିବା ମହିଳାମାନଙ୍କୁ ୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଅଶୋକ ଗେହେଲଟ କହିଛନ୍ତି ସିଧାସଳଖ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଏହି ରାଶି ଦିଆଯିବ ।
  10. ଇକୋନୋମିକ୍ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ଦ୍ବାରା ଜାରି କରାଯାଇଥିବା ସୂଚୀରେ ସବୁଠୁ ଧନୀ ସହର ଲିଷ୍ଟରେ ହଙ୍କ କଙ୍ଗ, ପ୍ୟାରିସ୍ ଭଳି ସହର ସ୍ଥାନ ପାଇଥିବା ବେଳେ  ସବୁଠୁ ଶସ୍ତା ସହର ମଧ୍ୟରେ ଭାରତର ବେଙ୍ଗାଲୁରୁ ଓ ଚେନ୍ନାଇ ସ୍ଥାନ ପାଇଛି।
  11. ପତ୍ନୀ ସୂଚନା ଅଧିକାର ଆଇନ ଆଦାରରେ ନିଜ ପତିଙ୍କ ଆୟ ବାବଦରେ ଜାଣିପାରିବେ ବୋଲି ଆୟୋଗ କହିଛନ୍ତି ।
  12. ମଧ୍ୟପ୍ରଦେଶରେ ବହୁ ଚର୍ଚ୍ଚିତ ଶିଶୁ ଦୁଷ୍କର୍ମ ଘଟଣା ଅମରଓ୍ବାଡା ଥାନା ଅଞ୍ଚଳରେ ଜମୁନିୟା ଗାଁରେ ୩ ବର୍ଷର ଶିଶୁ ସହ ଘଟିଥିଲା  ।  ୫ ମାସ ମଧ୍ୟରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।
  13. ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି ।
  14. ଗତ ଅଢ଼େଇ ବର୍ଷରେ ପାଞ୍ଚଟି ଆର୍ଥିକ ସଂସ୍ଥା -  ବଡ଼ ଧରଣର ବ୍ୟାଙ୍କ ହେଉଛି ଆଇଏଲ୍ ଆଣ୍ଡ୍ ଏଫ୍ଏସ୍, ଡିଏଚ୍ଏଫ୍ଏଲ୍, ୟେସ୍ ବ୍ୟାଙ୍କ, ପିଏମ୍ସି ବ୍ୟାଙ୍କ ଓ ଲକ୍ଷ୍ମୀ ବିଳାସ ବ୍ୟାଙ୍କ।
  15. ଛତିଶଗଡରେ କେବଳ ମହିଳାଙ୍କ ଲାଗି  ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ୍ ସୁବିଧା ‘ଦାଏ-ଦିଦି(ମା-ଭଉଣୀ) କ୍ଲିନିକ୍ ଆରମ୍ଭ କରିଛି। ଦେଶରେ ପ୍ରଥମ ସର୍ବମହିଳା ମୋବାଇଲ୍ କ୍ଲିନିକ୍ ରାଜ୍ୟର ରାୟପୁର, ବିଲାସପୁର ଏବଂ ଭିଲାଇର ମ୍ୟୁନିସିପାଲିଟି ଅଂଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଇବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.