• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.     ଭାରତ ସରକାରଙ୍କ ଓଡ଼ିଶାରେ କାର୍ୟ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ ହୋଇଛି। ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି  ।
2.    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୩ ତାରିଖ ଦିନ ସଂସଦ ସଦସ୍ୟମାନଙ୍କ ପାଇଁ ନିର୍ମିତ ବହୁତଳ କୋଠାର ଉଦଘାଟନ କରିବେ । ୮୦ ବର୍ଷରୁ ଅଧିକ ପୁରୁଣା ୮ଟି ବଙ୍ଗଳାକୁ ଭାଙ୍ଗି ୭୬ଟି ଫ୍ଲାଟ ନିର୍ମାଣ କରାଯାଇଛି । 
3.    ନ୍ୟୁୟର୍କଠାରେ ବସବାସ କରୁଥିବା ସ୍କଟ୍ଲ୍ୟାଣ୍ଡ୍ର ଲେଖକ ଡଗ୍ଲାସ୍ ଷ୍ଟୁଆର୍ଟଙ୍କୁ ତାଙ୍କର ଆତ୍ମଜୀବନୀ ଉପରେ ଆଧାରିତ ଉପନ୍ୟାସ ‘ସୁଗୀବେନ୍’ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବୁକର୍ ପ୍ରାଇଜ୍ ପ୍ରଦାନ କରାଯାଇଛି। 
4.    ଅଗସ୍ତ୍ୟ ଜୈସୱାଲ ଭାରତର ପ୍ରଥମ ଛାତ୍ର ଭାବେ ମାତ୍ର ୧୪ ବର୍ଷ ବୟସରେ ସ୍ନାତକ ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଗସ୍ତ୍ୟ ଜୈସୱାଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ  ସାମ୍ବାଦିକତା ଓ ଗଣଯୋଗାଯୋଗରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
5.    ନିକଟରେ ହାଇପର୍ଫମାନ୍ସ ସେଣ୍ଟର ପକ୍ଷରୁ ପ୍ରତିଷ୍ଠାନର ପିଲାମାନଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ବାଧାଦୌଡ଼ ଧାବିକା ସବିତା ଟପ୍ପୋ ୧୦୦ ମିଟର ବାଧାଦୌଡ଼କୁ ଶ୍ରେଷ୍ଠ ଟାଇମିଂ ୧୪.୫୪ ସେକେଣ୍ଡରେ ଅତିକ୍ରମ କରିଥିଲେ। 
6.ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ରୁ ଓହରି ଯାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ପୁନର୍ବାର ଏଥିରେ ଯୋଗ ଦେବ। ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
7.    ୨୦୨୩-୨୪ ସୁଦ୍ଧା ଦେଶରେ ଲକ୍ଷ୍ୟ ରଖାଯାଇଥିବା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 
8.    ୧୨୧ ତମ ଜୟନ୍ତୀ ଉତ୍ସବ ଅବସରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଭଦ୍ରକ ଜିଲ୍ଲା ଆଗରପଡା ଠାରେ  ଅନାବରଣ ହୋଇଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହ ରାଜ୍ୟ ସଂସ୍କୃତି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମୂର୍ତ୍ତି ଅନ।ବରଣ ହୋଇଛି ।
9.    କେନ୍ଦ୍ର ଅର୍ଥମନ୍ତ୍ରାଳୟ ଗତ ଏପ୍ରିଲ ମାସରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ୫୦ ଲକ୍ଷ ସରକାରୀ କର୍ମଚାରୀ ଓ ୬୧ ଲକ୍ଷ ପେନସନ୍ ଭୋଗୀଙ୍କ ଲାଗି ମହଙ୍ଗା ଭତ୍ତା ବୃଦ୍ଧି ଉପରେ ସରକାର ରୋକ ଲଗାଇଥିଲେ। ସେହିପରି ଡିପିଇ  ୧ ଅକ୍ଟୋବର ୨୦୨୦ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଅବଧି ଲାଗି କୌଣସି ପ୍ରକାର ବକେୟା ମଧ୍ୟ ପ୍ରଦାନ କରିବେନି ବୋଲି କହିଥିଲେ।
10.    ବ୍ରୁକଲିନର ଜନୈକ ମହିଳା ଡୋନା ଓଲସନ (୬୭) ଓ ତାଙ୍କ ସ୍ୱାମୀ ରବର୍ଟ ଓଲସନ (୬୫) ଙ୍କୁ ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନ୍ୟୁୟର୍କ କୋର୍ଟ ଜନସନ୍ ଏଣ୍ଡ ଜନସନ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେବି ପାଉଡରରେ ଆଜବେଷ୍ଟସ୍ର ଉପସ୍ଥିତି ଲାଗି ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରି ଜନସନ୍ଏଣ୍ଡ ଜନସନ୍ଙ୍କ  ବିରୋଧରେ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ।
11.    ବର୍ତ୍ତମାନ ଭାରତରେ ପ୍ରତିଦିନ ଏକ ମିଲିୟନ କରୋନା ପରୀକ୍ଷା କରାଯାଉଥିବା ବେଳେ ଏବେ ତାହାକୁ ବଢ଼ାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
12.    ବହୁଦେଶୀୟ କଂପାନିଗୁଡ଼ିକ ଦ୍ବାରା ଟିକସ ନିୟମର ଅପବ୍ୟବହାର ଓ ଘରୋଇ ସଂସ୍ଥା ଦ୍ବାରା କରାଯାଉଥିବା ଟିକସ ଠକେଇ ଯୋଗୁଁ ଭାରତ ପ୍ରତିବର୍ଷ ୭୦ ହଜାର କୋଟି ଟଙ୍କାର ଟିକସ ହରାଉଛି। 
13.    ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ୍ କେ ସିଂହ କହିଛନ୍ତି-ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ଏକ ମହତ୍ବପୂର୍ଣ୍ଣ ସଂସ୍କାର। କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା ନୁହେଁ। ଏଥିରେ ସମସ୍ୟା ରହିଛି। ଜିଏସ୍ଟିକୁ ପ୍ରଭାବଶାଳୀ କରିବାକୁ ହେଲେ ପରିବର୍ତ୍ତନ ଆଣିବାକୁ ପଡ଼ିବ। 
14.    ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ସାତ ବର୍ଷରୁ ଅଧିକ କାଳ ବିଚାରର ସମ୍ମୁଖୀନ ହୋଇଥିବା ଜଣେ କଲେଜ ଛାତ୍ରଙ୍କୁ ଚେନ୍ନାଇ ଅଦାଲତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ପୀଡ଼ିତା ଜନ୍ମ କରିଥିବା ଶିଶୁଟି ତାଙ୍କ ଔରସଜାତ ନୁହେଁ ବୋଲି ‘ଡିଏନ୍ଏ’ ପରୀକ୍ଷାରୁ ପ୍ରମାଣିତ ହେବା ପରେ ତାଙ୍କୁ ଦୋଷମୁକ୍ତ ଘୋଷଣା କରାଯାଇଥିଲା।
15.    ଦୁବାଇରେ ରହୁଥିବା ଭାରତୀୟ ପ୍ରବାସୀ ୫ବର୍ଷର ପ୍ରାଣବୀ ଗୁପ୍ତା ଏହି ସାନ ଝିଅଟି ମୋବାଇଲରୁ ଶିଖି ଦେଶ ଏବଂ ରାଜଧାନୀର ନାଁ ମନେ ରଖି ମାତ୍ର ୪ମିନିଟ୍ ୨୩ସେକେଣ୍ଡରେ ୧୯୫ ଦେଶର ନାଁ କହି ଦିଅନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.