• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ଆୟୁର୍ବେଦିକ ଡାକ୍ତରମାନେ ପାଥୋଲୋଜି ଡାକ୍ତରଙ୍କ ଭଳି ଏବେ ଜେନେରାଲ ଓ ଅର୍ଥୋପେଡିକ୍ ସର୍ଜରୀ ମଧ୍ୟ କରିପାରିବେ।
2.    ବାତାୟନ-ୟୁକେ ସଂସ୍ଥା ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ବାତାୟନ ଶିଖର ସମ୍ମାନରେ ସମ୍ମାନିତ କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଶଙ୍କଙ୍କୁ ମିଳିଛି ଏହି ସମ୍ମାନ । ନିଶଙ୍କ ୭୫ରୁ ଅଧିକ ପୁସ୍ତକ ଲେଖିସାରିଛନ୍ତି । 
3.ଜଣେ ଭାରତୀୟ-ଆମେରିକୀୟ ଡାକ୍ତର କରୋନା ରୋଗୀଙ୍କ ଫୁସଫୁସ ନଷ୍ଟରୁ ରକ୍ଷା ପାଇବା ପାଇଁ  ଏକ ନୂଆ ଚିକିତ୍ସା ଆବିଷ୍କାର କରିଛନ୍ତି । ଭାରତରେ ଜନ୍ମିତ ଏବଂ ଟେନେସିର ସେଣ୍ଟ ଜୁଡ ଶିଶୁ ଅନୁସନ୍ଧାନ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡକ୍ଟର ତିରୁମାଲା ଦେବୀ କନ୍ନେଗାଣ୍ଟିଙ୍କ ଅଧ୍ୟୟନ ଜର୍ନାଲ୍ ପତ୍ରିକାର ଅନଲାଇନ୍ ସଂସ୍କରଣରେ ପ୍ରକାଶ ପାଇଛି।
4.ଫ୍ୟୁଚର ସମୂହର ଖୁଚୁରା, ପାଇକାରୀ, ଭଣ୍ଡାରଣ ଓ ଲଜିଷ୍ଟିକ୍ସ କାରବାରର ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ୍ ଓ ରିଲାଏନ୍ସ ରିଟେଲ୍ ଆଣ୍ଡ ଫ୍ୟାସନ୍ ଲାଇଫ୍ଷ୍ଟାଇଲ୍ ଲିମିଟଡେ୍ ଦ୍ବାରା ଅଧିଗ୍ରହଣ କରିବାର ଚୁକ୍ତିକୁ କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ(ସିସିଆଇ)ମଞ୍ଜୁରି ଦେଇଛି ।
5. ଓବାମାଙ୍କ ପୁସ୍ତକ A promised ଲଣ୍ଡ ପ୍ରଥମ ଦିନ ବିକ୍ରିରେ ରେକର୍ଡ ଭାଙ୍ଗିଲା୨୪ ଘଣ୍ଟାରେ ବିକାହେଲା ୮ଲକ୍ଷ ୯୦ ହଜାର ବହି
6.ଗଭୀର ସମୁଦ୍ର ବକ୍ଷରେ କ’ଣ ରହିଛି ତାହାର ଅନୁସନ୍ଧାନ ପାଇଁ ଚୀନ ଏକ ନୌବହର  ‘ଷ୍ଟାଇଭର’କୁ ପ୍ରେରଣ କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହୋଇଥିଲେ ମଧ୍ୟ ତିନିଜଣ ଗବେଷକ ଏଥିରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାତ୍ରା କରିଛନ୍ତି। ଏହି ନୌବହରରେ ରୋବୋଟିକ୍‌ ହାତ ଓ ସୋନାର ଆଖି ରହିଛି।
7.କେନ୍ଦ୍ର ସରକାର ୨୮ଟି ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ୩୨୦ କୋଟି ଟଙ୍କା ମୂଲ୍ୟର ଏହି ପ୍ରକଳ୍ପଗୁଡ଼ିକୁ ଖାଦ୍ୟ ମନ୍ତ୍ରଣାଳୟର ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଯୋଜନା ଅଧୀନରେ ଅନୁମୋଦନ କରାଯାଇଛି। 
8.ଇସ୍ରୋର ଅଧ୍ୟକ୍ଷ କେ. ଶିବନଙ୍କୁ ଡକ୍ଟର ଅଫ୍‍ ସାଇନ୍ସ ଉପାଧିରେ ସମ୍ମାନିତ କରିଛନ୍ତି।  ବିଶ୍ୱେଶ୍ୱରାୟ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। 
9.ଟେଲିଭିଜନ୍ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି । ସେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ।
10.ସିଡୁଲ୍‌ ଏରିଆରେ ସ୍କୁଲ ନିଷ୍ପତ୍ତି ବଦଳାଇଛନ୍ତି ସକରାର। ଯାହା ଫଳରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
11.ନଭେମ୍ବର ୩୦ ତାରିଖରେ ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସଂଘଠିତ ହେବ। ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଥିବା ଏଥର ଏହି ମହାଜାଗତିକ ଘଟଣା ହେଉଛି ଏକ ‘ଉପଛାୟା ଚନ୍ଦ୍ର ଗ୍ରହଣ’।ଚନ୍ଦ୍ର ପୃଥିବୀ ଛାୟାର ବାହ୍ୟ ଭାଗ ଦେଇ ଗତି କରିବା ବେଳେ ‘ଉପଛାୟା ଗ୍ରହଣ’ ସଂଘଠିତ ହୋଇଥାଏ। ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଠିକ୍‌ ଭାବରେ ଗୋଟିଏ ସରଳ ରେଖାରେ ଅବସ୍ଥାନ ନ କରିବା ଯୋଗୁଁ ଏ ଭଳି ହୋଇଥାଏ।
12.ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ‌ଜୋ ବାଇଡେନ୍‌ ଯେଉଁଦିନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ସେଦିନ ଟ୍ବିଟର୍‌ ତାଙ୍କୁ ରାଷ୍ଟ୍ରପତିଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟ୍ @POTUS (ଆଟ୍‌ ଦି ରେଟ୍‌ ପୋଟସ୍‌) ଆକାଉଣ୍ଟ୍‌ ହସ୍ତାନ୍ତର କରିବ। 
13.ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଶେଷରେ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ପ୍ରକାଶ କରିଛି। ସିବିଏସ୍ଇ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୧ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ହେବ | ଏହା ସହ ସିବିଏସ୍ଇ ସ୍ପଷ୍ଟ କରିଛି ଯେ, ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ତାରିଖଗୁଡିକ ସମ୍ଭାବ୍ୟ ଏବଂ ବୋର୍ଡ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ପ୍ରକୃତ ତାରିଖ ଘୋଷଣା କରିବ।
14.ଟାଟା ଗ୍ରୁପ୍ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ସୁପାରିସ ଯଦି ଏମାନଙ୍କୁ ସୁହାଇବ ତାହେଲେ ସେମାନେ ପୁନର୍ବାର ବ୍ୟାଙ୍କ ବ୍ୟବସାୟକୁ ଆସିପାରନ୍ତି।
15.ଦେଶର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସଂପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ଚଳିତବର୍ଷ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ସବା ଆଗରେ ଅଛନ୍ତି। ତାଙ୍କ କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ଫଳରେ ଚଳିତବର୍ଷ ଏପର୍ଯ୍ୟନ୍ତ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୯.୧ ବିଲିଅନ ଡଲାର ବା ୧ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଅର୍ଥାତ ଦିନକୁ ସେ ପ୍ରାୟ ୪୪୯ କୋଟିର ସଂପତ୍ତି ଯୋଡ଼ିଛନ୍ତି। 
16.ଡିସେମ୍ବର ୨‌ରେ ଭାରତୀୟ ବଜାରରେ ପ୍ରବେଶ କରିବ ନିସାନ ମ୍ୟାଗ୍ନାଇଟ୍‌ କାର । ଏନେଇ ନିସାନ ଇଣ୍ଡିଆ ଆନୁଷ୍ଠାନିକ ଭାବେ ଘୋଷଣା କରିଛି।
17.ସୁବିସ୍ତୀର୍ଣ୍ଣ ଜଳରାଶିର ନଦୀବନ୍ଧ ଏବଂ ଏହାର କୂଳର ଜଙ୍ଗଲ ଓ ଗ୍ରାମର ପ୍ରାୟ ୮୦୦ ବର୍ଗ କିଲୋମିଟର ପରିମିତ ହୀରାକୁଦ ନଦୀବନ୍ଧକୁ ଅକ୍ଟୋବର ମାସ ବେଳକୁ ପରିବ୍ରାଜକ ବିହଙ୍ଗମାନେ ଆସିବା ଆରମ୍ଭ କରିଥାଆନ୍ତି। 
18.କ୍ରିକେଟ ଖେଳିବା ଉପରେ ଲାଗିଥିବା ବ୍ୟାନ୍ ଅବଧି ଶେଷ ହେବପରେ ଦିର୍ଘ ୭ ବର୍ଷ ପରେ ପୁଣି କ୍ରିକେଟକୁ ଫେରିବାକୁ ଯାଉଛନ୍ତି ଏସ୍‌. ଶ୍ରୀଶାନ୍ତ। ସେ କେରଳ କ୍ରିକେଟ୍ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟାଲ ଟି-୨୦ କପ୍‌ରେ ସେ କ୍ରିକେଟକୁ ଫେରିବେ ବୋଲି ଜଣାପଡିଛି।
19.ସିଡୁଲ୍‌ ଏରିଆରେ ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ମିଶ୍ରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ସିଡୁଲ୍‌ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ରହିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
20.ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.