• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ, ଆସନ୍ତା ୨୭ ତାରିଖରେ ପଚିଶ ବର୍ଷ ପରେ ଅନୁଷ୍ଠିତ ହେବ। ୧୯୯୪ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା।
  2. ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର 74 ବର୍ଷ ବୟସରେ ପରଲୋକ ଘଟିଛି 
  3. ଜିଓ ମୋବାଇଲ୍ ସେବା ଯୋଗାଇବା ପୂର୍ବରୁ ଦେଶରେ ୯ଟି ଘରୋଇ ଟେଲିକମ୍ କମ୍ପାନୀ ରହିଥିଲେ । ଏବେ ଜିଓକୁ ମିଶାଇ ଟେଲିକମ୍ କମ୍ପାନୀର ସଂଖ୍ୟା ମାତ୍ର ୩  ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ୨୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି।
  4. ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି।
  5. ‘ସମାଜ’ର ୧୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରାୟ ୧୨ଫୁଟ ଉଚ୍ଚର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି।
  6. ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ୮୬ ବର୍ଷ ବୟସରେ ଗୌହାଟୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।
  7. ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ଘଣ୍ଟାକୁ ୫ଜଣଙ୍କ ମୃତ୍ୟୁ କରୋନାଜନିତ ମୃତ୍ୟୁ ରେକର୍ଡ କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଉଛି। 
  8.  ଫେସବୁକ୍‌ ପକ୍ଷରୁ ହ୍ବାଟ୍‌ସଆପ୍‌ରେ ଡିସାପିୟରିଂ ସେବା ଆରମ୍ଭ କରାଯାଇଛି। ଆଣ୍ଡ୍ରଏଡ, ଆଇଓଏସ୍‌, ୱେବ୍ ଏବଂ ଡେସ୍କଟପ୍ ପ୍ଲାଟଫର୍ମରେ ଏସବୁ ସୁବିଧା ଉପଲବ୍ଧ ହୋଇଛି। ଏହି ସୁବିଧା ଦ୍ବାରା କୌଣସି ମେସେଜ୍ ୭ ଦିନ ପରେ ଆପେ ଡିଲିଟ୍‌ ହୋଇଯିବ। ଉଭୟ ବ୍ୟକ୍ତିଗତ ଏବଂ ଗ୍ରୁପ୍ ଚାର୍ଟ ‌କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି।
  9. କୁଳାଧିପତି ପ୍ରଫେସର ଗଣେଶୀ ଲାଲ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତିଙ୍କୁ ନିଯୁକ୍ତି ଦେଇଛନ୍ତି - ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ, ପ୍ରଫେସର ଦୀନବନ୍ଧୁ ସାହୁଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ପ୍ରଫେସର ଏନ୍‌. ନାଗାର୍ଜୁନଙ୍କୁ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ, ପ୍ରଫେସର କିଶୋର କୁମାର ବାସାଙ୍କୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ।
  10. ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍‌ ଆଜି ଓଡ଼ିଶା ବିଧାନସଭାରେ ପାରିତ ହୋଇଯାଇଛି। ଏହି ଆଇନ୍‌ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହନ ଦିଅନ୍ତି ତା’ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧ ବର୍ଷ ଜେଲ ଦଣ୍ଡ ଅଥବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ହୋଇପାରେ। ସେହିପରି ଧର୍ମଘଟକୁ ସମର୍ଥନ କରି ଆର୍ଥିକ ସହଯୋଗ କଲେ ସଂପୃକ୍ତ ବ୍ୟକ୍ତି ମଧ୍ୟ ଦଣ୍ଡିତ ହେବେ। ସୂଚନାଯୋଗ୍ୟ ରାଜ୍ୟ ସରକାର ଅଗ୍ନିନିରାପତ୍ତା, ଜଙ୍ଗଲ, ଜେଲ ସଂସ୍କାର, ଅବକାରୀ, ଇଲେକଟ୍ରୋନିକ, ସୂଚନା ଓ ଯୋଗଯୋଗକୁ ଅତ୍ୟାବଶ୍ୟକ ସେବା ଭାବେ ବିବେଚନା କରିଛନ୍ତି।
  11. ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାର ଅଣନାତି ସତୀଶ ଧୂପେଲିଆଙ୍କର ରବିବାର ଦିନ ପରଲୋକ ହୋଇ ଯାଇଛି।
  12. ଲିବୋଲିପ୍‌ ମହିଳା ଟ୍ବେଣ୍ଟି୨୦ ଚମ୍ପିଆନସିପ୍‌ ଆସନ୍ତା ୨୦୨୧ ଜାନୁଆରୀ ୫ରୁ ୨୫ ତାରିଖ ପର୍ୟ୍ୟନ୍ତ କିଟ୍‌ କ୍ୟାମ୍ପସ ଖେଳ ପଡ଼ିଆରେ ଖେଳାଯିବ। ଏଥିରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ। ବିଦେଶୀ ଦଳ ଭାବେ ଇଂଲଣ୍ଡ, ଶ୍ରୀଲଙ୍କା ଓ ବାଂଲାଦେଶ ରହିଥିବାବେଳେ ଭାରତୀୟ ଦଳ ଭାବେ ଝାଡଖଣ୍ଡ, ରେଲୱେ ଓ ଓଡ଼ିଶା ମହିଳା ଦଳ ଅଂଶଗ୍ରହଣ କରିବ। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ମହିଳା ଦଳ ଏଥିରେ ଅଂଶଗ୍ରହଣ କରିବ।
  13. ଓଲା ଖୁବ ଶୀଘ୍ର ଭାରତରେ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବ। ଓଲା ସ୍କୁଟର ପାଇଁ ନେଦରଲ୍ୟାଣ୍ଡର କମ୍ପାନୀ Etergo BV କୁ ଅଧିଗ୍ରହଣ କରିଛି । କମ୍ପାନୀ ଆସନ୍ତା ବର୍ଷ ଜାନୁଆରୀରେ ପ୍ରଥମ ସ୍କୁଟର ଲଞ୍ଚ କରିପାରେ।
  14. ନୁଆଦିଲ୍ଲୀ- ଲକ୍ଷ୍ନୌ ରୁଟ୍‌ରେ ଦୌଡ଼ୁଥିବା ତେଜସ୍‌ ଏକ୍ସପ୍ରେସ୍‌ ଆସନ୍ତାକାଲିଠୁ ବନ୍ଦ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ଅମହମଦାବାଦ-ମୁମ୍ବାଇ ଏକ୍ସପ୍ରେସ୍‌ ଯାତ୍ରା ବନ୍ଦ କରିବ।
  15. ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବ। ଅବପାତ  ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପୁଡୁଚେରୀ ଓ ତାମିଲନାଡୁ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ସିଧା ସଳଖ ପ୍ରଭାବ ଯଦିଓ ଓଡିଶା ଉପରେ ପଡିବ ନାହିଁ, ତେବେ ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର କନ୍ଧମାଳ, ରାୟଗଡା, କୋରାପୁଟ, ମାଲକନିଗିରି ଆଦି ଜିଲ୍ଲାମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୬ ତାରିଖରେ ଗଜପତି, ଗଞ୍ଜାମ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।
  16. ବିଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ଅର୍ଥ ରାଶି ପ୍ରାପ୍ତି, ପାରିଶ୍ରମିକ ମୂଲ୍ୟ ପ୍ରଦାନ, ଫସଲ ବୀମା ଜରିଆରେ ମୋଟ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଅର୍ଥ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  17. BCCIକୁ ଚଳିତ ଆଇପିଏଲରୁ ୪ହଜାର କୋଟି ଟଙ୍କାର ମୁନାଫା ମିଳିଛି ଏବଂ ଭ୍ୟୁୟରସିପରେ ମଧ୍ୟ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇଛି ।  
  18. ହିମାଚଳ ପ୍ରଦେଶର ଜୟରାମ ଠାକୁର ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ଫେବୃଆରୀ ୧୨ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଅନଲାନ ପାଠପଢା ଜାରି ରହିବ ବୋଲି କୁହାଯାଇଛି।
  19. ବ୍ରହ୍ମପୁରସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ(ଆଇଜର୍‌)ର ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଫ୍ଲୋରୋସେନ୍ସ ରିଜୋନାନ୍ସ ଏନର୍ଜି ଟ୍ରାନ୍ସଫର ପ୍ରୋଟିନ ଆଣ୍ଡ ପେଟିଡେସ (ଫ୍‌ଆର୍‌ଏପିପିଇ) ପ୍ରକଳ୍ପକୁ ମିଳିଛି ଆନ୍ତର୍ଜାତିକ ପୁରସ୍କାର। ବିଶ୍ୱର ସର୍ବବୃହତ ସିନ୍ଥେଟିକ୍ ଵାୟୋଲୋଜି ପ୍ରତିଯୋଗିତା ଆନ୍ତର୍ଜାତୀୟ ଜେନେଟିକ୍ ଇଞ୍ଜିନିୟରିଂ ମେସିନ୍(ଆଇଜିଇଏମ୍‌)ରେ ଏହି ପ୍ରକଳ୍ପକୁ ମିଳିଛି ସ୍ବର୍ଣ୍ଣ ପଦକ।
  20. କୋଭିଡ୍‌-୧୯ ଟିକା ବିକାଶରେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନେକାର ଟିକା ୯୦ ପ୍ରତିଶତ ଫଳପ୍ରଦ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ବୋଲି ସୋମବାର ଘୋଷଣା କରିଛି ଅକ୍ସଫୋର୍ଡ।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.