• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ୨୦୧୯ରେ ଆଦର୍ଶ ଘର ଭଡ଼ା ଅଧିନିୟମର ଡ଼୍ରାଫ୍ଟ ପ୍ରସ୍ତୁତ ହୋଇଥିଲା, ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ର ସରକାର ଏକ ନୂତନ ଅଧିନିୟମ ଆଣିବାକୁ ଯାଉଛନ୍ତି ।
  2. ଆସନ୍ତା ଜାନୁଆରୀ ୨୦ ତାରିଖରେ ଜୋ ବାଇଡ଼େନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ।
  3. ଭାରତୀୟ ମୂଳବାସିନ୍ଦା କମଳା ହ୍ୟାରିସ ମଧ୍ୟ ସେହିଦିନ ଉପରାଷ୍ଟ୍ରପତି ଦାୟିତ୍ବ ନେବେ ।
  4. ଆମେରିକାର ରାଷ୍ଟ୍ରପତିଙ୍କ ଆବାସ ହ୍ବାଇଟ୍ ହାଉସରେ ମାଳା ଆଡ଼ିଗା ଭାରତୀୟଙ୍କ ମୁହଁ ଦେଖିବାକୁ ମିଳିବ ।
  5. ନଭେମ୍ବର ୨୬ ତାରିଖରେ ୧୦ଟି ଶ୍ରମିକ ସଙ୍ଗଠନ ଧର୍ମଘଟ ଡ଼ାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟର ନିର୍ଦେଶନାମା ଅନୁସାରେ ଏହି ଧର୍ମଘଟରେ ସରକାରୀ କର୍ମଚାରୀଙ୍କ ଯୋଗଦାନକୁ ବାରଣ କରାଯାଇଛି ।
  6. ସଂକଟଜନକ ସ୍ଥିତିରେ ଥିବା ଲକ୍ଷ୍ମୀ ବିଳାଶ ବ୍ୟାଙ୍କକୁ ଡେଭଲପମେଣ୍ଟ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ (ଡିବିଏଲ) ସହିତ ମିଶ୍ରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।
  7. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବରେ ଆସନ୍ତା ୧ ତାରିଖରୁ ପୁଣି କାର୍ଯ୍ୟକାରୀ ହେବ ରାତ୍ରିକାଳୀନ କର୍ଫ୍ୟୁ। ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ।
  8. ବିହାର ବିଧାନସଭା ବାଚସ୍ପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବିଜୟ ସିହ୍ନା ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ।
  9. ବର୍ତ୍ତମାନ କରୋନା ମହାମାରୀ ସମୟରେ ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ସ୍ପଷ୍ଟିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ଚିଠିରେ ଉଲ୍ଲେଖ ଥିବା ସହ କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ଜାରି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି।
  10. ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ୭୧ ବର୍ଷ ବୟସ ଦେହାନ୍ତ ହୋଇଛି
  11. ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବିଭିନ୍ନ ବିଭାଗରେ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ୧୦ ବର୍ଷରେ ଆନ୍ତର୍ଜାତିକ କ୍ରିକେଟ୍ରେ ପ୍ରଦର୍ଶନ ଭିତ୍ତିରେ ଏହି ପୁରସ୍କାର ପ୍ରଦାନ କରାଯିବ। ଦଶନ୍ଧିର ଶ୍ରେଷ୍ଠ ପୁରୁଷ କ୍ରିକେଟର ଦୌଡ଼ରେ ୨ ଜଣ ଭାରତୀୟ ଅଛନ୍ତି। ସେ ଦୁହେଁ ହେଲେ ଅଧିନାୟକ ବିରାଟ କୋହଲି ଏବଂ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ।
  12. ଭାରତରେ ଗୁଗୁଲ ପେ ବ୍ୟବହାର ପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ | ଗୁଗୁଲ ଇଣ୍ଡିଆ ବୁଧବାର ଦିନ ସ୍ପଷ୍ଟ କରିଛି ଯେ ତତକ୍ଷଣାତ୍ ଟଙ୍କା ଟ୍ରାନ୍ସଫର ଉପରେ ଫି ଲାଗୁ ହେବାର ଘୋଷଣା କେବଳ ଆମେରିକାରେ ଲାଗୁ ହେବ | ଏହି ଘୋଷଣା ଭାରତୀୟ ବଜାର ପାଇଁ ଲାଗୁ ହେବ ନାହିଁ।
  13. ଉତ୍ତରପ୍ରଦେଶରେ ଜରୁରୀ ସେବା ରକ୍ଷଣାବେକ୍ଷଣ ଅଧିନିୟମ (ଏସମା ଆକ୍ଟ) ଆସନ୍ତା ୬ ମାସ ପାଇଁ ଲାଗୁ ହୋଇଛି | ଅର୍ଥାତ୍ ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟରେ ଧର୍ମଘଟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
  14. ଡିସେମ୍ବର ପହିଲାରୁ ପଞ୍ଜାବରେ ରାତ୍ର କର୍ଫ୍ୟୁ ଜାରି କରିବାର ନିଷ୍ପତ୍ତି ନେଇଛି ପ୍ରଶାସନ। ଏହା ବ୍ୟତୀତ ମାସ୍କ ପିନ୍ଧିବା ନେଇ ମଧ୍ୟ କଟକଣା ଜାରି ହୋଇଛି। ମାସ୍କ ନପିନ୍ଧିଲେ ୧ ହଜାର ଟଙ୍କା ଜରିମାନା ଘୋଷଣା କରିଛନ୍ତି ରାଜ୍ୟ ସରକାର।
  15. ରୁଷିଆର ଗାମାାଲିୟା ଗବେଷଣା କେନ୍ଦ୍ର ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି (ଆରଡିଆଇଏଫ) ପକ୍ଷରୁ ବିକଶିତ କରୋନା ଟିକା ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା କରାଯାଇଛି। ଲୋକଙ୍କୁ ଏହି ଟିକାର ପ୍ରଥମ ଡୋଜ୍ ଦିଆଯିବାର ୪୨ ଦିନ ପରେ ହୋଇଥିବା ତଥ୍ୟ ବିଶ୍ଳେଷଣରୁ ଏହା ଜଣାପଡ଼ିଛି ବୋଲି ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଦୁଇ ଡୋଜ୍ ବିଶିଷ୍ଟ ଏହି ଟିକା ଅନ୍ତର୍ଜାତୀୟ ବଜାରରେ ଡୋଜ୍ ପିଛା ୧୦ ଡଲାରରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ।
  16. ଆହ୍ଲାବାଦ୍ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି, ଜୀବନସାଥୀ ଚୟନ କରିବା ଏକ ମୌଳିକ ଅଧିକାର। ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଜଣେ ଜୀବନସାଥୀ ବାଛିବାର ଅଧିକାର ହେଉଛି ବ୍ୟକ୍ତି ସ୍ବାଧୀନତାର ମୂଳ ଆଧାର।
  17. ଜାନୁୟାରୀ ୧, ୨୦୨୧ରୁ ସାରା ଦେଶରେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କୁ ନମ୍ବର ପୂର୍ବରୁ ‘ଶୂନ'(୦) ଲଗାଇବା ବାଧ୍ୟତାମୂଳକ ହେବ | ଟେଲିକମ୍ ମନ୍ତ୍ରାଳୟ ଏହା ସମ୍ପର୍କିତ ଟ୍ରାଇ ର ଏକ ପ୍ରସ୍ତାବକୁ ଗ୍ରହଣ କରିଛି |
  18. ଆସନ୍ତାବର୍ଷ ପ୍ରାରମ୍ଭରେ ଇଂଲଣ୍ଡ କ୍ରିକେଟ୍‌ ଦଳ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍ ଖେଳିବ ବୋଲି କହିଛନ୍ତି ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି।
  19. ଭାରତୀୟ ଇତିହାସରେ ଏଭଳି ପ୍ରଥମ ଥର ଏଚଡିଏଫ୍ସିର ମାର୍କେଟ୍ କ୍ୟାପ୍ ୮ ଲକ୍ଷ କୋଟି ପାର କରିଥିବା ସୂଚନା ମିଳିଛି।
  20. ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଦେଶର ସାମ୍ବିଧାନିକ ସଭା ଆନୁଷ୍ଠାନିକ ଭାବେ ଭାରତର ସମ୍ବିଧାନକୁ ଗୃହିତ କରିଥିଲା। ୧୯୫୦ ଜାନୁଆରୀ ୨୬ ତାରିଖରେ ଏହା କାର୍ଯ୍ୟକାରୀ ହୋଇଥିଲା। ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରଣାଳୟ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ବିଷୟରେ ୨୦୧୫ରେ ବିଜ୍ଞପ୍ତି ଜାରି କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.