• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହରିଦ୍ୱାର ଓ କାଶୀ ଭଳି ଏବେ କାନପୁରରେ ମଧ୍ୟ ଗଙ୍ଗା ଆରତୀ ହେବ। ଏଥିଲାଗି ଏବେ ରୂପରେଖ ପ୍ରସ୍ତୁତ ହେଉଛି। ନଭେମ୍ବର ୨୭ ତାରିଖ ଶୁକ୍ରବାର ଦିନ ପରୀକ୍ଷାମୂଳକ ଭାବେ ଗଙ୍ଗା ଆରତୀ କରାଯିବ।
  2. କଟକ ବଡ ମେଡିକାଲରେ ପ୍ରାଣ ହରାଇଛି ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ କାଳିଆ । କାଳିଆର ମୃତ୍ୟୁ ଖବର ଶୁଣିବା ପରେ ମିଲୁପଡା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
  3. ବାହା ବେଦୀରୁ ସୁନା ହେରଫେର ମାମଲାରେ କଟକ ବଜ୍ରକବାଟି ମାନାପୁରମ୍ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜର ମ୍ୟାନେଜର ପୀତାମ୍ବର ସାହୁଙ୍କୁ ପୋଲିସ ଗିରଫ କରିଛି ।
  4. ବୁଧବାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ୬୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁବରଣ କରିଥିବା ପାଇଁ ଆଜି ସାରା ବିଶ୍ବ ମର୍ମାହତ।
  5. ଆଜିର ରାଜନିତୀରେ ଆଦର୍ଶର ସ୍ଥାନ ନାହିଁ।  ରାଜନୀତି କ୍ଷେତ୍ର ପାଲଟିଛି ବ୍ୟବସାୟିକ ପେଣ୍ଠସ୍ଥଳୀ। ସେଥିପାଇଁ ରାଜନୀତିରେ ସ୍ପ୍ରୁହା ହରାଇ ସାରିଥିବା ପୂର୍ବତନ ବିଧାୟକ ଥିବା ମକରଧ୍ୱଜ ପ୍ରଧାନ ପରବର୍ତ୍ତୀ ସମୟରେ ରାଜନିତୀ ଛାଡି ଶିକ୍ଷକତା କରିବାକୁ ପସନ୍ଦ କରିଥିଲେ।
  6. ଏବେ ଲ୍ୟାଣ୍ଡଲାଇନରୁ ସିଧା ନମ୍ବର ଟିପି ମୋବାଇଲ ସବସ୍କ୍ରାଇବରଙ୍କ ସହ ଆପଣ ସହଜରେ କଥା ହୋଇପାରୁଛନ୍ତି। ହେଲେ ୧ ଜାନୁୟାରୀ ୨୦୨୧ରୁ ଆଉ ସେପରି ସମ୍ଭବ ହେବନି। ନୂଆ ନୂଆ ବେଳେ ମୋବାଇଲକୁ କଲ କରିବାକୁ ହେଲେ ଯେପରି ଶୁନ୍ ଡାୟଲ କରୁଥିଲେ ସେପରି ଆଗ ଶୁନ ଡାୟଲ କରି ନମ୍ବର ଟିପିବାକୁ ପଡିବ।
  7. ବିଶ୍ୱ କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ଆଇସିସିର ନୂଆ ଅଧ୍ୟକ୍ଷ ମିଳିଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ର ପ୍ରମୁଖ୍ୟ ଗ୍ରେଗ୍ ଓ୍ୱାର୍କେଲଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦର ନୂଆ ମୁଖିଆ ଭାବେ ଚୟନ କରାଯାଇଛି । ଜୁଲାଇ ମାସରେ ଶଶାଙ୍କ ୨ବର୍ଷର କାର୍ଯ୍ୟକାଳ ସରିଯାଇଛି ।
  8. ଚଳିତ ବର୍ଷ ଏପ୍ରିଲ ୮ରେ ବୁନ୍ଦେଲଖଣ୍ଡର ସାଗରର ମେଡିକାଲ କଲେଜରେ ଚୁକ୍ତିଭିତ୍ତିକ ମେଡିକାଲ କଲେଜର କୋଭିଡ -୧୯ ମେଡିକାଲ ଅଫିସର ୨୬ ବର୍ଷ ବୟସ୍କ ଡାକ୍ତର ଶୁଭମ ଉପାଧ୍ୟାୟ ନିଜେ ଏହି ଭୟଙ୍କର ମହାମାରୀର ଶିକାର ହୋଇଛନ୍ତି। ତେବେ ସେ ନିଜେ ଲୋକଙ୍କୁ ରକ୍ଷା କରିବା ପାଇଁ ଏହି ମାରାତ୍ମକ ଜୀବାଣୁ ସହିତ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।
  9. ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ।
  10. ବୈଦ୍ୟୁତିକ ଯାନ ଉପରେ ଛାଡ଼ ହେବ ଜିଏସଟି; ୩୦% ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ସମ୍ଭାବନା ।
  11. ଉଚ୍ଚଶିକ୍ଷା ବିଭାଗ ୧୨୦ ଓଡ଼ିଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଅଛି 
  12. ଦେଶର କିଛି ସ୍ଥାନରେ କରୋନାର ତୃତୀୟ ଲହର ସୃଷ୍ଟି ହୋଇଛି ଏବଂ ଏହା ଜାନୁଆରୀ ପୂର୍ବରୁ ଶେଷ ହେବାର ସମ୍ଭାବନା ନାହିଁ ।  ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟରେ କରୋନାର ଯେଉଁ ତୀବ୍ର ଗତି ଦେଖା ଦେଇଛି ତାହା ଆହୁରି କିଛି ସପ୍ତାହ ଅବ୍ୟାହତ ରହିବ ।
  13. ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗୁରୁବାର କହିଛନ୍ତି ଯେ କରୋନାଭାଇରସ୍ ଟିକା ନ ବାହାରିବା ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ସ୍କୁଲ୍ ଖୋଲିବ ନାହିଁ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ସ୍କୁଲ୍ ଖୋଲିବା ନେଇ କୌଣସି ଯୋଜନା ନାହିଁ।
  14. ‘ସାଇବର୍ ସିକ୍ୟୁରିଟି ଆଓ୍ଵାର୍ନେସ୍ ପ୍ରଣୟନ କରିବା ପାଇଁ ଅନୁରୋଧ କରି ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର୍ ରଜନୀଶ ଜୈନ୍ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି।
  15. ଭାରତୀୟ ଅର୍ଥନୀତି ପୁନରୁଦ୍ଧାର ଗତି  ଆଶା ଠାରୁ  ଅଧିକ ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
  16. ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ରେକର୍ଡ ସଂଖ୍ୟକ ଭୋଟ୍ ପାଇଛନ୍ତି । ସେ ଗତ ୩ ତାରିଖରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ୮ କୋଟି ୧୧ ହଜାରରୁ ଅଧିକ ଭୋଟ୍ ପାଇଛନ୍ତି । ତାଙ୍କ ପୂର୍ବରୁ କୌଣସି ରାଷ୍ଟ୍ରପତି ଏତେ ବିପୁଳ ମାତ୍ରାରେ ଲୋକପ୍ରିୟ ଭୋଟ୍ ହାସଲ କରିନଥିଲେ ।
  17. ସ୍କଟ୍ଲଲାଣ୍ଡ ସଂସଦରେ ସର୍ବସମ୍ମତିକ୍ରମେ ‘ଦି ପିରିୟଡ୍ ପ୍ରଡକ୍ଟସ୍ ଆଇନ୍ ପାରିତ ହୋଇଛି । ଆଇନ୍ ଅନୁସାରେ ଦେଶର ସମସ୍ତ ସାର୍ବଜନିକ ସଂସ୍ଥାରେ ମହିଳାଙ୍କୁ ମାଗଣାରେ ସାନିଟାରୀ (ସ୍ୱଚ୍ଛତା ପାଇଁ ବ୍ୟବହୃତ) ପ୍ୟାଡ୍ ଯୋଗାଇ ଦିଆଯିବ ।
  18. ମିସିସିପି ଅନ୍ତର୍ଗତ ହେଟିସ୍ବର୍ଗର ୨୦ବର୍ଷୀୟ ନୋଆ ହ୍ୟାରିସ୍ ପ୍ରଥମଥର ପାଇଁ ଜଣେ କୃଷ୍ଣକାୟ ଛାତ୍ର ଭାବେ ହାର୍ଭାଡ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି ।
  19. ଡିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଖୋଲିପାରେ ଶ୍ରୀମନ୍ଦିର । ତେବେ ନାଗାର୍ଜୁନ ବେଶରେ ଶ୍ରୀମନ୍ଦିର ଭିତରକୁ ଦର୍ଶନାଥୀମାନଙ୍କୁ ଛଡ଼ାଯିବ ନାହିଁ ।
  20. ଓଡ଼ିଶା ଔଦ୍ୟୋଗିକ ଭିତ୍ତିଭୂମି ଉନ୍ନୟନ ନିଗମ (ସଂଶୋଧନ) ବିଲ୍ ବିଧାନସଭାରେ ପାରିତ ହୋଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.