• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସମୁଦାୟ ୩୨୩ ଦିଲ୍ଲୀ ପୋଲିସ କର୍ମଚାରୀ ନଭେମ୍ବର ୨୩ ପର୍ଯ୍ୟନ୍ତ  ପ୍ଲାଜମା ଦାନ କରିଛନ୍ତି। ସେଥି ମଧ୍ୟରୁ ୮୨ ଜଣ ସହକର୍ମୀଙ୍କ ପାଇଁ ୧୦୭ ଜଣ ପରିବାର ସଦସ୍ୟ ଓ ବନ୍ଧୁଙ୍କ ପାଇଁ ଏବଂ ୧୩୪ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ପାଇଁ ଦାନ କରିଛନ୍ତି।
  2. ଓଇସିଡି (ଆର୍ଥିକ ସହଯୋଗ ଏବଂ ବିକାଶ ସଂଗଠନ)ର ୩୭ଟି ସଦସ୍ୟ ରାଷ୍ଟ୍ରରେ ପ୍ରାୟ ୧୨ କୋଟି ପ୍ରବାସୀ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୩୦ରୁ ୩୫ ପ୍ରତିଶତ ହେଉଛନ୍ତି ଉଚ୍ଚ ଶିକ୍ଷିତ।
  3. ୨୦୧୮ ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ୧,୦୬,୮୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ଆବଶ୍ୟକ ଯାଞ୍ଚ୍ ପରେ ରୁ ୪୯,୧୩୬ ଜଣ ବ୍ୟକ୍ତି ଅଯୋଗ୍ୟ । ଯୋଗ୍ୟ ବ୍ୟକ୍ତିଙ୍କ ମଧ୍ୟରୁ ୪୭,୪୬୪ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦିଆଗଲାଣି। ୧୦.୨୮୨ ଜଣ ଘରଡିହଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଜମି ଯୋଗାଇ ଦେବାକୁ ବାକି ଅଛି।
  4. .ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ୨୦୨୧ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ନେଇ ଗଠିତ ଟାର୍ଗେଟ ଅଲିମ୍ପିକ୍ସ ପୋଡ଼ିୟମ (ଟପ୍) କୋର ଗ୍ରୁପ୍ରେ ୭ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ନୂତନ ଭାବେ ୨୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ନୂତନ ଭାବେ ୭ଜଣ ଆଥ୍ଲେଟ୍ଙ୍କୁ ଡେଭଲପମେଣ୍ଟାଲ ଗ୍ରୁପରେ ସାମିଲ କରାଯାଇଛି। ଟପ୍ କୋର ଗ୍ରୁପରେ ପୂର୍ବରୁ ଓଡ଼ିଶାରୁ ବିଶ୍ବ ଚମ୍ପିଆନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ର‌େମାଦ ଭଗତ ସ୍ଥାନ ପାଇଥିବା ବେଳେ ନୂତନ ଭାବେ ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ସ୍ଥାନମିିଳିଛି।
  5. ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ ଜାରି କରି ପୂର୍ବବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ସତର୍କ କରିଛନ୍ତି। ଉତ୍ତର ଭାରତର କେତେକ ସ୍ଥାନରେ ଶୀତ ଋତୁରେ ନିୟମିତ ତାପମାତ୍ରା ଶୁନ୍ୟରୁ ବିଯୁକ୍ତ ହୋଇପାରେ ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି।
  6. ସ୍ଥଳସେନା ମୁଖ୍ୟ ଏମଏମ ନରଓ୍ବାଣେ କହିଛନ୍ତି, ‘ଦେଶର ପଶ୍ଚିମ ସୀମାରେ ବର୍ତ୍ତମାନ ପରିସ୍ଥିତିରେ ଆତଙ୍କବାଦ ଏବେ ଗମ୍ଭୀର ରୂପ ଧାରଣ କରିଛି। ବହୁ ପ୍ରଚେଷ୍ଟା ପରେ ବି ଆତଙ୍କବାଦ କମ୍ ହେବାର ନାଁ ନେଉନାହିଁ। ନିୟନ୍ତ୍ରଣ ରେଖା (ଏଲଓସି)ରେ ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଅଛି। ସାମାନ୍ୟ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ବାଧା ଦେବା ପାଇଁ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଆତଙ୍କବାଦୀ ଚେଷ୍ଟା ଚଳାଇଛନ୍ତି।’
  7. ୫ ବର୍ଷରେ ଓଡ଼ିଶାକୁ ଏନଡିଆରଏଫ୍ରୁ ୫୧୩୬ କୋଟି ଟଙ୍କା ଦେଇଛି କେନ୍ଦ୍ର ।
  8. ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ପାରିତ ହୋଇଛି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ।ପ୍ରବଳ ହୋ ହାଲ୍ଲା ମଧ୍ୟରେ ୧୧ ହଜାର ୭୦୦ କୋଟି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି ।
  9. ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ - ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ରବିବାର ବହିଷ୍କୃତ କରାଯାଇଛି।
  10. ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ଡିସେମ୍ବର ୧ ତାରିଖରୁ RTGS କାରବାରର ସୁବିଧା ୨୪ ଘଣ୍ଟିଆ ଉପଲବ୍ଧ ହେବ ।
  11. ଡିସେମ୍ବର ୧ରୁ ଅନେକ ରୁଟରେ ଟ୍ରେନ ଚଳାଚଳ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ଝେଲମ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ ଟ୍ରେନ ସେବା ଆରମ୍ଭ ହେବ ।
  12. କୋଭିଡ କଟକଣା ଭିତରେ ଚାଲିଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ଏହି ଅଧିବେଶନ ରେ ୨ ଟି ମୁଲତବୀ  ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଆଉ ଗୋଟିଏ ସ୍ୱତନ୍ତ୍ର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୭ ଟି ବିଲ୍ ପାରିତ ହୋଇଛି।
  13. ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ନିରାଶ ହୋଇଥିଲେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର। କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗଦେବାକୁ ଯାଉଛନ୍ତି।
  14. ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତକୁ ୩୦ ବିଲିଅନ ଡଲାର ବା ୨.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏଫଡିଆଇ (ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ଆସିଛି। ଗତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଆସିଥିବା ୨୬ ବିଲିଅନ ଡଲାର ମୂଲ୍ୟର ଏଫ୍ଡିଆଇ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ।
  15. ରୁଚି ସୋୟା ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡରେ ଯୋଗଗୁରୁ ବାବା ରାମଦେବ ସାମିଲ ହୋଇଛନ୍ତି। ଏଥିସହିତ ରାମଦେବଙ୍କ ସାନ ଭାଇ ରାମ ଭରତଙ୍କୁ କମ୍ପାନିର ଏମ୍ଡି ଭାବେ ନିଯୁକ୍ତି ଦିଆଯାଇଛି।
  16. ରାଜ୍ୟର ୨୭୮ଟି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ୨୫.୪୭ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦେଇଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ୩୬୧ଟି ଉଦ୍ୟୋଗକୁ ୩୪.୫୨ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଥିଲା।
  17. ୨୦୨୧ ଶିକ୍ଷାବର୍ଷ ପାଇଁ ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରର ବିଶ୍ବବିଦ୍ୟାଳୟଗୁଡ଼ିକରେ ଆବେଦନ ପ୍ରକ୍ରିୟା ଏବେଠାରୁ ଆରମ୍ଭ ହୋଇଗଲାଣି। ଆମେରିକା, କାନାଡ଼ା, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆରେ ଅଧ୍ୟୟନରତ ଅନ୍ତର୍ଜାତୀୟ ଛାତ୍ରଙ୍କ ମଧ୍ୟରେ ସବୁଠୁ ଅଧିକ ହେଉଛନ୍ତି ଭାରତୀୟ।
  18. ସୁପରହିଟ୍ ମ୍ୟୁଜିକାଲ ଡ୍ରାମା ପିଲ୍ମ ‘ଆଶିକି’ର ଅଭିନେତା ରାହୁଲ ରାୟଙ୍କୁ ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସୂଚନା ମିଳିଛି । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ଶ୍ରୀନଗରର କାରଗିଲରେ ଫିଲ୍ମ ସୁଟିଂ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି ।
  19. ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତି କରିବା ସହ ୨ ତାରିଖ ବେଳକୁ ଦକ୍ଷିଣ ତାମିଲନାଡୁ ଉପକୂଳ ସ୍ପର୍ଶ କରିବ। ପ୍ରଭାବରେ ତାମିଲନାଡୁର ଦକ୍ଷିଣ ଉପକୂଳବର୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଓଡ଼ିଶାରେ ବର୍ଷାର ସମ୍ଭାବନା କ୍ଷୀଣ। ମାତ୍ର ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
  20. ପ୍ରଯୁକ୍ତିବିଦ୍ୟା ବଳରେ ସଂସ୍କୃତି ଭାବାବେଗକୁ ସ୍ୱାଭାବିକ କରିପାରୁଛି ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ ର ୭୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.