• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସମଗ୍ର ବିଶ୍ବରେ କୋଭିଡ୍-୧୯ ସଂକ୍ରମଣର ଶିକାର ହୋଇଥିବା ପ୍ରାୟ ଶତ ପ୍ରତିଶତ ରୋଗୀଙ୍କ ଶରୀରରେ ଆଣ୍ଟିବଡି (ରୋଗ ପ୍ରତିରୋଧକ ଶକ୍ତି) ବିକଶିତ ହୋଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ବିଶେଷଜ୍ଞ ମାରିଆ ଭାନ୍ କେର୍କୋଭ୍ ପ୍ରକାଶ କରିଛନ୍ତି।
  2. ଜେନେଭା ନ୍ୟୁଜ୍ କନ୍ଫରେନ୍ସରେ ସ୍ୱାମୀନାଥନ କହିଛନ୍ତି, କୋଭାକ୍ସ ଯୋଜନା ଅଧୀନରେ ଆସନ୍ତାବର୍ଷ ପ୍ରଥମ ତିନି ମାସ ସୁଦ୍ଧା ୫୦କୋଟିରୁ ଅଧିକ କରୋନା ଟିକା ସାରା ବିଶ୍ୱରେ ଉପଲବ୍ଧ ହେବ ଯେଉଁଥିରେ ବିଶ୍ୱର ୧୮୯ଟି ଦେଶ ସାମିଲ ହୋଇଛନ୍ତି। ତେବେ ଏଥିରେ ଆମେରିକା ନ ଥିବା ସେ କହିଛନ୍ତି।
  3. ଭାରତ-ଚୀନ୍-ଭୁଟାନ୍ର ମିଳନ ସ୍ଥଳ ନିକଟସ୍ଥ ବୁମ୍ ଲା ପାସ୍ଠାରୁ ମାତ୍ର ୫ କିଲୋମିଟର ଦୂରରେ ଚୀନ୍ ୩ଟି ଗ୍ରାମ ପ୍ରତିଷ୍ଠା କରିଥିବା ଜଣାପଡ଼ିଛି। 
  4. ଆସନ୍ତାକାଲି ଓଡ଼ିଶାର ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତାକାଲି(ମଙ୍ଗଳବାର) ଛୁଟି ଘୋଷଣା କରାଯାଇଛି। ତେବେ ବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ବଜାୟ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
  5. ମଧ୍ୟପ୍ରଦେଶର ପାନ୍ନାର ଜଣେ କ୍ଷୁଦ୍ର ଚାଷୀ ନାଁରେ ଜଣାଯାଆନ୍ତି ଲଖନ ଯାଦବ। ନିଜର ଜମି କମ୍ ଥିବାରୁ ୨୦୦ ଟଙ୍କାରେ କିଛି ଜମି ନେଇ ଚାଷ କରନ୍ତି। ସେହି ଜମିରେ ହଳ କରିବା ବେଳେ ତାଙ୍କୁ ମିଳିଛି ୧୪.୯୮ କ୍ୟାରେଟର ହୀରା । ହୀରାର ଦାମ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୬୦ ଲକ୍ଷ ଟଙ୍କା।
  6. କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ମଙ୍ଗଳବାର ଏହାର ରସାୟନ ବିଜ୍ଞାନ ବିଭାଗକୁ ଭାରତୀୟ ଫାର୍ମାସ୍ୟୁଟିକାଲ୍ ପ୍ରମୁଖ ସିପ୍ଲାର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ୟୁସୁଫ୍ ହମିଦଙ୍କ ନାଁରେ ନାମିତ କରିବା ପାଇଁ ଘୋଷଣା କରିଛି । ତେବେ ଏହି ବିଭାଗର ନାଁ ୨୦୫୦ ଯାଏଁ ରହିବ ବୋଲି କେମ୍ବ୍ରିଜ୍ ୟୁନିଭରସିଟି ପକ୍ଷରୁ ସୂଚନା ଦିଆଯାଇଛି ।
  7. ଏକ ରିପୋର୍ଟରୁ  ପ୍ରକାଶ ପାଇଛି ଯେ, ସାଇବର ଅପରାଧ ଯୋଗୁଁ ବିଶ୍ବର ଅର୍ଥନୀତି ପ୍ରାୟ ୧ ଟ୍ରିଲୟନ ବା ଏକ ଲକ୍ଷ କୋଟି ହରାଇଛି। ଏହା ହେଉଛି ବିଶ୍ବ ଜିଡିପିର ପ୍ରାୟ ୧ ପ୍ରତିଶତ । ଏ ନେଇ ସୂଚନା ଦେଇଛି ମାକ ଏ ଫୀ   ସାଇବର ସିକ୍ୟୁରିଟି ଫାର୍ମ  । 
  8. ଭାରତୀୟ ରେଲୱେ  ୧୦୦ ରୁ ଅଧିକ ଷ୍ଟେସନ ଉପରେ ଯାତ୍ରୀଙ୍କ ଠାରୁ ୧୦ ରୁ ୫୦ ଟଙ୍କା ମଧ୍ୟରେ ସର୍ଭିସ ଚାର୍ଜ  ଚାର୍ଯ ନିଆଯାଇପାରେ ବୋଲି କୁହାଯାଉଛି। 
  9. କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।
  10. ଆମେରିକା ଓଡିଶା ସୋସାଇଟିର ହେଲଥ ଆଣ୍ଡ ୱେଲନେସ ଗ୍ରୁପ (ଏଚଡବ୍ଲ୍ୟୁଜି) ପକ୍ଷରୁ ଓଡିଶା ରାଜ୍ୟ ଔଷଧ ନିଗମ (ଓଏସଏମସିଏଲ)କୁ ୫୫୦ ପଲସ ଅକ୍ସିମିଟର ପ୍ରଦାନ କରାଯାଇଛି। ୮ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଦାନ କରାଯାଇଥିବା ଏହି ଅକ୍ସିମିଟର ଗୁଡିକ ବିଶେଷ କରି ଗ୍ରାମାଞ୍ଚଳରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଶେଷ ସହାୟକ ହେବ।
  11. ରାଜଧାନୀ ଉପକଣ୍ଠ ଝିଇଁଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ର ୨୦୧୫ରେ ଗିରଫ ହୋଇଥିଲେ। ଆଶ୍ରମରେ କେଳେଙ୍କାରୀ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ଅଢ଼େଇ ବର୍ଷ ପରେ ୨୦୧୭ରେ ସୁପ୍ରିମକୋର୍ଟରୁ ଜାମିନ୍ ପାଇ ଜେଲରୁ ମୁକୁଳିଥିଲେ ସୁରବାବା।
  12. କୃଷକ ସଂଗଠନଗୁଡିକୁ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ୍ ବନ୍ଦ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ରାଜ୍ୟ ସରକାର। 
  13. ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଏଲୁର ସହରରେ ପ୍ରାୟ ୩୦୦ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ଆକ୍ରାନ୍ତ ଲୋକମାନେ ହଠାତ ଅଚେତ ହୋଇପଡିବା ଓ ପାଟିରୁ ଫେଣ ବାହାରିବା ଦେଖାଯାଇଛି। ଯାହାକୁ ଅପସ୍ମାର ଭଳି ରୋଗର ଲକ୍ଷଣ।
  14. କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନ ପାଠ ପଢାଯାଉଛି। ଅନଲାଇନ ପାଠପଢାକୁ ନେଇ ଏବେ ପରୀକ୍ଷା କରିବା ଉଚିତ୍ ହେବନି। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଓଡିଶା ଉଚ୍ଚ ଶିକ୍ଷା ସଚିବ କହିଛନ୍ତି।
  15. ଓଡିଶା ରାଜ୍ୟ ସରକାର ବସ୍ ଭଡ଼ା ବଢ଼ାଇ ଦେଇଛନ୍ତି। ତେଲ ଦର ବଢ଼ିଥିବାରୁ ବସ୍ ଭଡ଼ା ବଢ଼ା ଯାଇଛି। ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ାଇଛନ୍ତି। 
  16. ନୂଆ ସାଂସଦ ଭବନ ‘ସେଣ୍ଟ୍ରାଲ ଭିଷ୍ଟା’କୁ ନେଇ ଦାୟର ହୋଇଥିବା ପିଟିଶନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି। ଏହି ପ୍ରକଳ୍ପ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ କୌଣସି ନିର୍ମାଣ କାର୍ଯ୍ୟ କିମ୍ବା କୋଠା ଭଙ୍ଗାରୁଜା ହେବ ନାହିଁ ବୋଲି କହିଛନ୍ତି।
  17. ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟଙ୍କାରୁ ଅଧିକ ରହିଥିବାବେଳେ ଡିଜେଲ ଦର ୮୦ ଟଙ୍କାର ଅଧିକ ରହିଛି। ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଦର ୮୪.୦୪ଟଙ୍କା ଏବଂ ଡିଜେଲ ଦର ୮୦.୧୭ ଟଙ୍କା ରହିଛି। 
  18. ବ୍ରିଟେନ୍, ଆମେରିକା, ଅଷ୍ଟ୍ରେଲିଆ ଆଦି ଦେଶରେ ଉନ୍ନତମାନର ସାମଗ୍ରୀ ଉଭୟ ଦୋକାନ, ଅନ୍-ଲାଇନ୍ରେ ମିଳେ। ହେଲେ ଏଇ କରୋନା ସେଠା ବ୍ୟବସାୟୀଙ୍କୁ ଠକାମିର ବାଟ ଶିଖାଇଛି କହିଲେ ଭୁଲହେବନି। ଗତ କିଛି ମାସ ମଧ୍ୟରେ ସେଠାରେ ଅନ୍-ଲାଇନ୍ ସପିଙ୍ଗ୍ରେ ଶତାଧିକ ଲୋକ ଠକେଇର ଶିକାର ହେଉଥିବାର ଅଭିଯୋଗ ଆସିଛି।
  19. ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ରବିବାର ଓଡ଼ିଶା ଏଫସି ବିପକ୍ଷରେ ମୁମ୍ବାଇ ସିଟି ଏଫସି ୨-୦ ଗୋଲରେ ବିଜୟୀ ହୋଇଛି।
  20. ବିଜେପିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ। ଲୋକ ଜନଶକ୍ତି ପାର୍ଟିର ପ୍ରତିଷ୍ଠାତା ରାମ ବିଲାସ ପାସୱାନଙ୍କ ଦେହାନ୍ତ ପରେ ରାଜ୍ୟସଭାକୁ ଯାଇଛନ୍ତି ସୁଶୀଲ କୁମାର ମୋଦୀ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.