• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.    ଗୋର୍ଖା ମୁକ୍ତି ମୋର୍ଚ୍ଚାର ମୁଖ୍ୟ ରୋଶନ ଗିରି ଆଗାମୀ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।
2.    ପୂର୍ବ ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ଫାଟିବା ପରେ ପାଖାପାଖି ୨୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ପରେ ପାଉଁଶ ଆକାଶରେ ପାଖାପାଖି ୪ ହଜାର ମିଟର ଉପରକୁ ଉଠିଥିଲା।
3.    ବାବା ଆମତେଙ୍କ ନାତୁଣୀ ଏବଂ ଆନନ୍ଦବନର ମହାରୋଗୀ ସେବା ସମେତର ସିଇଓ ଡାକ୍ତର ଶୀତଲ ଆମତେ ଆତ୍ମହତ୍ୟା କରିଛନ୍ତି। ଡାକ୍ତର ଶୀତଲ ଆମତେଙ୍କୁ ୨୦୧୬ମସିହା ଜାନୁୟାରୀରେ ବିଶ୍ବ ଆର୍ଥିକ ମଞ୍ଚ ଦ୍ବାରା ‘ୟଙ୍ଗ୍ ଗ୍ଲୋବାଲ୍ ଲିଡର ୨୦୧୬’ ଭାବେ ମନୋନୀତ କରାଯାଇଥିଲା।
4.    ଡିସେମ୍ୱର ପହିଲାରୁ ପ୍ରକାଶ ହେବାକୁ ଯାଉଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ । ଏହାର ସମ୍ପାଦକ ଦାୟିତ୍ୱ ନେଇଛନ୍ତି ଡଃ ଉମାକାନ୍ତ ମିଶ୍ର । ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଡଃ ମିଶ୍ର ୧୯୭୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ । 
5.    ରାଜସ୍ଥାନର ରାଜସମନ୍ଦରୁ ବିଜେପି ବିଧାୟକ କିରଣ ମାହେଶ୍ବରୀଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ତାଙ୍କ ରିପୋର୍ଟ କରୋନା ରିପୋର୍ଟ ପଜିଟିଭ ଆସିଥିଲା,ଯାହା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 
6.ଓଡ଼ିଶାରେ ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟରେ ରେକର୍ଡ଼ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
7.    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାତାର ଦ୍ବିତୀୟ ବାର ରାଷ୍ଟ୍ରପତି ହେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଜାନୁଆରିରୁ ସେ ଏ ସଂକ୍ରାନ୍ତ ଅଭିଯାନ ଆରମ୍ଭ କରିବେ ବୋଲି ସଙ୍କେତ ଦେଇଛନ୍ତି।
8.    ଜାତୀୟ ଜୁଡ଼ିସିଆଲ ଡାଟା ଗ୍ରିଡ୍ ଅନୁସାରେ ବର୍ତ୍ତମାନ ଦେଶର ସମସ୍ତ ହାଇକୋର୍ଟ ମାନଙ୍କରେ ୯୧ ଲକ୍ଷ ୫୬ ହଜାରରୁ ଅଧିକ ଜାମିନ ଆବେଦନ ବିଚାରାଧୀନ ରହିଛି। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ ଏହି ବିଚାରାଧୀନ ମାମଲାଗୁଡ଼ିକର ମନିଟରିଂର ଆବଶ୍ୟକତା ରହିଛି।
9.    ଦେଶର ସମସ୍ତ ରେଳ ଷ୍ଟେସନରେ ଆଗକୁ ପ୍ଲାଷ୍ଟିକ କପ ବଦଳରେ ମାଟି କପରେ ମିଳିବ ଚା’। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ।
10.    ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ। ଏହି ଚାରି କଂପାନି ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବରରେ (ଦ୍ବିତୀୟ ତ୍ରୟମାସ) ରାଜ୍ୟରୁ ୧୨୨୨ କୋଟି ଟଙ୍କା ଆୟ କରିଛନ୍ତି। 
11.    ସମ୍ବଲପୁରର ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତ୍ରିମ ଅଙ୍ଗ ଏବଂ ନିକଟରେ ଏକ ଇ-ରିକ୍ସା ଯୋଗାଇ ଦିଆ ଯାଇଥିଲା। ଏହାର ସୁବିନିଯୋଗ କରି ରାଜେନ୍ଦ୍ର ଏବେ ଦୈନିକ ୭୦୦ ଟଙ୍କା ରୋଜଗାର କରୁଛନ୍ତି।
12.    ଇରିକସନ୍ ଟେଲିକମ୍ କମ୍ପାନୀର ରିପୋର୍ଟ ଅନୂଯାୟୀ ୨୦୨୬ ସୁଦ୍ଧା ସାରା ବିଶ୍ବରେ ପ୍ରାୟ ୩.୫ ବିଲିୟନ ଏବଂ ଭାରତରେ ୩୫୦ ମିଲିୟନ ଲୋକଙ୍କ ନିକଟରେ 5-G ସଂଯୋଗ ପହଞ୍ଚିବ । ତେବେ ଭାରତ ଆସନ୍ତାବର୍ଷ ଅର୍ଥାତ ୨୦୨୧ରେ ପ୍ରଥମ 5-G ସଂଯୋଗ ପାଇପାରେ ବୋଲି କମ୍ପାନୀ ମୁଖ୍ୟ ନୀତିନ ବଂଶଲ କହିଛନ୍ତି ।
13.    ବର୍ତ୍ତମାନ ଆପଣଙ୍କୁ ସଞ୍ଚୟ ଖାତାରେ ୫ ଶହ ଟଙ୍କା ସର୍ବନିମ୍ନ ବାଲାନ୍ସ ଭାବରେ ରଖିବାକୁ ପଡିବ । ଯଦି ସେଭିଂ ଆକାଉଣ୍ଟରେ ଜମା ପରିମାଣ ଶୂନ୍ୟ ହୋଇଯାଏ ତେବେ ସେହି ଆକାଉଣ୍ଟ ବନ୍ଦ ହୋଇଯିବ । ଏହି ନିୟମ ଡିସେମ୍ବର ୧୨ରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି । 
14.    ବିଏମ୍ସି ପକ୍ଷରୁ ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବାହାରୁ ଆସୁଥିବା ଯାତ୍ରୀ କରି ପାରିବେ ଟେଷ୍ଟ। ଭୁବନେଶ୍ବରରେ ବିଭିନ୍ନ ବସ୍ତିରେ ମଧ୍ୟ ଟେଷ୍ଟ କରାଯିବ। ଡିସେମ୍ବର ଶେଷ କିମ୍ବା ଜାନୁଆରୀରେ ସେରୋ ସର୍ଭେ କରାଯିବ।
15.    ଡିସେମ୍ବର ୧ରୁ ୫ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି।
16.    ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ପ୍ରଶାସନ ଓ ୟୁରୋପଠୁ ଆଜି ମାଗିବ ଅନୁମତି । ଏହି ଟିକା ୯୪.୧ ପ୍ରତିଶତ ଫଳପ୍ରଦ ଥିବା କମ୍ପାନି ଦାବି କରିବା ପରେ ଏବେ ଜରୁରୀକାଳୀନ ବ୍ୟବହାର ଅନୁମତି ମାଗିବାକୁ ଯାଉଛି ।
17.    ସୋନୁ ସୁଦ  ଏବେ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଛନ୍ତି। ଏ ନେଇ ସୋନୁଆଇଏସଏମ.ଓରାଜି ନାମରେ ଏକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦିଆଯିବ, ଯାହା ସେମାନଙ୍କୁ ବିଦେଶରେ ଥିବା ବଡ଼ ବଡ଼ କଲେଜ ଏବଂ ବିଶ୍ବବିଦ୍ୟାଳୟ ପଢ଼ିବାକୁ ସାହାଯ୍ୟ କରିବ। 
18.    ରୋୟାଲ ଏନଫିଲ୍ଡର କ୍ଲାସିକ୍ ୩୫୦ ମଡେଲ କମ୍ପାନୀର ଅଧିକ ବିକ୍ରି ହେଉଥିବା ବାଇକ ମଧ୍ୟରୁ ଅନ୍ୟତମ ।ଏବେ କମ୍ପାନୀ ସେହି ବାଇକରେ କିଛିଟା ଅଦଳବଦଳ କରିବାକୁ ଯାଉଛି । ଯେଉଁଥିରେ ଅନେକ ଗୁଡିଏ ନୂଆ ପିଚର୍ସ ସାମିଲ ହେବ । ତେବେ ଆସନ୍ତା ବର୍ଷ  ମାର୍ଚ୍ଚ କିମ୍ବା ଏପ୍ରିଲରେ ହିଁ କ୍ଲାସିକ୍ ୩୫୦ର ନୂଆ ମଡେଲ ଲଞ୍ଚ ହେବ ।
19.    ଭୁବନେଶ୍ଵରର ସବୁ ରୁଟ୍ରେ ମୋ ବସ୍ ଚଳାଚଳ କରିବ । ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ ୧୪୪ଟି ମୋ ବସ।କେବଳ ରୁଟ୍ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍ରେ ମୋ’ ବସ୍ ଚାଲିବ । 
20.    କେନ୍ଦ୍ର ୨୦୨୧ମସିହା ଅଗଷ୍ଟ ମାସ ସୁଦ୍ଧା ୨୫-୩୦ କୋଟି ଲୋକଙ୍କୁ କରୋନା ଟିକା ଦେବା ପାଇଁ ଯୋଜନା କରିବା ସହ ସେହି ଅନୁସାରେ ପ୍ରସ୍ତୁତି କରୁଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.