• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.    ଭାରତୀୟ ନୌସେନା  ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିସାଇଲର ଆଣ୍ଟି ସିପ୍ ବା ଜାହାଜ ବିଧ୍ୱଂସୀ ଭର୍ସନକୁ ମଙ୍ଗଳବାର ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବର ଦ୍ୱୀପରୁ ଏହାର ପରୀକ୍ଷଣ କରାଯାଇଥିଲା । 
2.    ବିଜ୍ଞାନ ଭବନରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ତିନି ମନ୍ତ୍ରୀ ଓ କୃଷକ ସଂଗଠନର ୩୦ରୁ ଅଧିକ ପ୍ରତିନିଧିଙ୍କ ମଧ୍ୟରେ ମଙ୍ଗଳବାର  ଦିନ ବିଚାର ବିମର୍ଶ ପରେ କେବଳ, ଉଭୟ ପକ୍ଷ ମଧ୍ୟରେ ପୁଣି ଥରେ ଡିସେମ୍ବର ୩ରେ ଆଲୋଚନା ହେବ। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ଓ ସରକାର ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରି ନାହିଁ।
3.    ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ। ଦୀର୍ଘ ୧୩୩ ବର୍ଷ ବିଶ୍ଵ ବିଦ୍ୟାଳୟ ଇତିହାସରେ ଏବଂ ୨୦୦୫ରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ମିଳିବା ପରେ ପ୍ରଥମ ମହିଳା କୂଳପତି ଭାବରେ ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । 
4.    ଦେଶରେ ଆଗାମୀ ଦିନରେ ଆଉ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବ।ଏହାସହ ୫ କୋଟିର ପିଏନଜି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । 
5.    ଭାରତରେ କରୋନା ସଂକ୍ରମଣ ମାମଲା କମୁଛି। କାରଣ ପ୍ରତି ୧୦ ଲକ୍ଷରେ କରୋନା ସଂକ୍ରମଣ ହାର ବିଶ୍ବର ଅନ୍ୟ ଦେଶ ତୁଳନାରେ କମ୍ ରହିଛି। ବଡ଼ ଦେଶ ତୁଳନାରେ ଗତ ସପ୍ତାହରେ ଭାରତର ସଂକ୍ରମଣ ହାର କେବଳ ୩.୭୨ ପ୍ରତିଶତ ରହିଛି ବୋଲି ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
6.     ଖୁବଶୀଘ୍ର ଫେସବୁକ୍ ତାର ଗ୍ରାହକମାନଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି କଷ୍ଟୋମର୍ ସର୍ଭିସ୍ । ଏହି ସେବା ପ୍ରଦାନକାରୀ କମ୍ପାନୀର ନାଁ ହେଉଛି Kustomer । ଏହାକୁ ପ୍ରାୟ ୧୦୦ କୋଟି ଟଙ୍କାରେ କିଣିଛି ଫେସବୁକ୍ ।
7.    ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଚନ୍ଦା କୋଚରଙ୍କୁ  ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଆବେଦନ ଖାରଜ କରିଛନ୍ତି।
8.    ଆମେରିକାର ଫାର୍ମା କମ୍ପାନୀ ମଡେର୍ଣ୍ଣା ଆଇଏନସି କରୋନା ଭ୍ୟାକସିନ୍ ବାହାର କରିଥିବା ନେଇ ଦୃଢକ୍ତି ପ୍ରକାଶ କରିଛି । ତେବେ ଏହି ଭ୍ୟାକସିନର ମାନବ ପରୀକ୍ଷଣ ପାଇଁ ଖୁବଶୀଘ୍ର ଆବେଦନ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆମେରିକା ଏବଂ ୟରୋପର ନିୟାମକ ସଂସ୍ଥାକୁ ଏହି ଭ୍ୟାକସିନକୁ ଗୁରୁତର ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ଦେବା ପାଇଁ ଆବେଦନ କରାଯିବ ।
9.    ଶିବସେନା ମୁଖ୍ୟ ଉଦ୍ଧବ ଠାକରେ,ଯୁବ ସେନା ମୁଖ୍ୟ ଆଦିତ୍ୟ ଠାକରେଙ୍କ ଠାରୁ ଉର୍ମିଳା ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୧୯ ମାର୍ଚ୍ଚ ୨୭ ରେ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ।
10.    ଟିକା ଉତ୍ପାଦନ, ତାର ପ୍ରଭାବ ଏବଂ ବିତରଣ ରାସ୍ତାରେ ଏବେବି ଅନେକ ଚ୍ୟାଲେଞ୍ଜ ରହିଛି । ମାତ୍ର ୨୦୨୨ ଶେଷ ସୁଦ୍ଧା ଭାରତର ପ୍ରତ୍ୟେକ ଜନସାଧାରଣକୁ ଟିକାକରଣ ନେଇ ଆଶା ରହିଛି ।
11.    ବ୍ରହ୍ମପୁତ୍ର ନଦୀରେ ଦେଶର ସବୁଠାରୁ ଲମ୍ବା ସଡକ ତିଆରି କରିବ ଭାରତ । ଆସାମ ଓ ମେଘାଳୟୁ ଯୋଡୁଥିବା ଏହି ବ୍ରିଜର ଲମ୍ବ ୧୮ କିମିରୁ ଅଧିକ ହେବ । ଏହାଫଳରେ ଚୀନ ସୀମାରୁ ବାଂଲାଦେଶ ସୀମା ଯାଏଁ ସୁଦୀର୍ଘ ରାସ୍ତା ପ୍ରସ୍ତୁତ ହୋଇଯିବ ।
12.    ଭାରତୀୟ  ସମୟଅନୁସାରେ ମଙ୍ଗଳବାର ଦିନ ସକାଳ ସମୟରେ ଋଷ୍ ଓ ଆର୍ଜେଣ୍ଟିନାରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି । 
13.    ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 
14.    ଆସନ୍ତା ବର୍ଷ ସୁଦ୍ଧା ୨୦ ନିୟୁତ ଟନ୍ ଲୁହାପଥର ଉତ୍ତୋଳନ ନିମନ୍ତେ ଓଡ଼ିଶା ଖଣି ନିଗମର ଲକ୍ଷ୍ୟ ରାଜ୍ୟର ବିକାଶରେ ଓଡ଼ିଶା ଖଣି ନିଗମର ଅବଦାନ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ମୁଖ୍ୟମନ୍ତ୍ରୀ । 
15.    ଦିଲ୍ଲୀସ୍ଥିତ ଏମ୍ସର ମୁଖ୍ୟ ସ୍ନାୟୁବିଶେଷଜ୍ଞ ଡାକ୍ତର ଏମବି ପଦ୍ମା ଶ୍ରୀବାସ୍ତବ କହିଛନ୍ତି, ଭାରତ ଶସ୍ତାରେ ଟିକା ତିଆରି କରିବା ଦିଗରେ ଆଗକୁ ବଢ଼ୁଛି। ଡାକ୍ତର ଶ୍ରୀବାସ୍ତବ ଗତ ସପ୍ତାହରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ହୋଇଥିଲେ।
16.    ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ  ପ୍ରାୟ ୩୧ ହଜାର ୧୧୮ ନୂଆ ସଂକ୍ରମଣ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷ ଟପିଯାଇଛି ।  ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି । 
17.    ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ  ଛଅଟି ରାଜ୍ୟରେ ଗୁରୁତର ରୋଗରେ ପୀଡିତ ୧୦୦ ଜଣ ବଞ୍ଚିତ ଶିଶୁଙ୍କ ଚିକିତ୍ସା ଲାଗି ଆର୍ଥିକ ସହାୟତା କରିବେ ଫାଉଣ୍ଡେସନ ମାଧ୍ୟମରେ ତେନ୍ଦୁଲକର । 
18.    ଡିପାର୍ଟମେଣ୍ଟ ଅଫ୍ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟର ସଚିବ ରୂପେ ଅବସ୍ଥାପିତ ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ କାନ୍ତ ପାଣ୍ଡେଙ୍କୁ କେନ୍ଦ୍ର କର୍ପୋରେଟ୍ ବ୍ୟାପାରର ସଚିବ ରୂପେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିବା ନେଇ ନିଯୁକ୍ତି ସମ୍ପର୍କୀତ କ୍ୟାବିନେଟ୍ ଅନୁମୋଦନ କରିଛି।
19.    ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ସମୟରେ କୃଷକ ଆନ୍ଦୋଳନ ପରିସ୍ଥିତିକୁ ଆହୁରି ଅଧିକ ବିଗାଡ଼ି ଦେଇପାରେ। କୃଷକ ଆନ୍ଦୋଳନକୁ ବିଶେଷଜ୍ଞମାନେ ‘ସୁପର୍‌ସ୍ପ୍ରେଡର୍‌ ଆନ୍ଦୋଳନ’ କହିଛନ୍ତି। ବିନା ମାସ୍କରେ ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ନକରି କୃଷକମାନେ ଆନ୍ଦୋଳନ କରୁଥିବାର ଦୃଶ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି।
20.    ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ଝାରଖଣ୍ଡ ରାଜ୍ୟ ସଭାପତି ସଲଖାନ ମୁର୍ମୁ କହିଛନ୍ତି, ଯଦି କେନ୍ଦ୍ର ସରକାର ରାଜ୍ୟ ବିଧାନସଭା ଦ୍ଵାରା ଗୃହୀତ ଆଦିବାସୀ କୋଡ୍‌କୁ ଅନୁମୋଦନ ନଦିଅନ୍ତି ତେବେ ଡିସେମ୍ବର ୬ରେ ଦେଶବ୍ୟାପୀ ଚକା ଜାମ କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.