• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ବିଶ୍ୱର ପ୍ରଥମ ଦେଶ ଭାବେ ଇଂଲଣ୍ଡ ‘ଫାଇଜର-ବାୟୋଏନ୍ଟେକ୍‌’ କୋଭିଡ୍‌-୧୯ ଟିକାକୁ ବ୍ୟବହାର ନିମନ୍ତେ ଅନୁମୋଦନ କରିଛି। ଆସନ୍ତା ସପ୍ତାହରୁ ଏହି ଟିକା ମିଳିବ ବୋଲି ଇଂଲଣ୍ଡ୍‌ ସରକାର ଏକ ବିବୃତିରେ କହିଛନ୍ତି।

2.ଭାରତରେ ଫେବ୍ରୁଆରୀ ସୁଦ୍ଧା ଉପଲବ୍ଧ ହେବ କରୋନା ଟୀକା । ଏହାର ମୂଲ୍ୟ ୫ଶହରୁ ୬ଶହ ଟଙ୍କା ମଧ୍ୟରେ ପଡ଼ିବ । ମାତ୍ର ଏହା ସତ୍ବେ ଟୀକା ନେବା ପାଇଁ ଭାରତୀୟମାନେ ଏତେ ତରବର ନୁହନ୍ତି ।

3.ଚୀନ୍ ଏହାର ବିସ୍ତାରବାଦୀ ନୀତି ଜାରି ରଖିଛି। ପୂର୍ବ ଲଦାଖ  -ଚୀନ୍ ସୀମା ବିବାଦ ଲାଗି ରହିଥିବାବେଳେ ଚୀନ୍ ଏବେ ଭୁଟାନ୍ ପରିସରରେ ଏହାର ଦଖଲ ବଢ଼ାଉଛି। ଭୁଟାନ୍ ପରିସରରେ ଚୀନ୍ ପୂର୍ବରୁ ଏକ ଗ୍ରାମ ନିର୍ମାଣ କରି ଏହାର ନାମ ରଖିଛି ପାଙ୍ଗଦା। ଆମୋ ଚୁ’ର ପଶ୍ଚିମ ଘାଟରେ ଥିବା ଏହି ଗ୍ରାମରେ ୩୦ଟି ଘର ନିର୍ମାଣ ହୋଇଛି। ଅନ୍ୟପକ୍ଷେ ଚୀନ୍ ଏଠାରେ ଆଉ ଏକ ଦ୍ବିତୀୟ ଗ୍ରାମ ନିର୍ମାଣ କରୁଛି।

4.୨୦୨୧ମସିହା ଏପ୍ରିଲ ୨୫ରେ ହେବ ଓସ୍କାର ଆୱାର୍ଡ ସୋ’। ଏହି ଆୱାର୍ଡ ସୋ’ ଭର୍ଚୁଆଲ ନହୋଇ ଏଥିରେ ଅତିଥି ଯୋଗ ଦେବେ ବୋଲି ସୂଚନା ମିଳିଛି।

5.ଦେଶର ପ୍ରତ୍ୟେକ ସାବାଳକ ଓ ସାବାଳିକା ନିଜ ଇଚ୍ଛାରେ ଏବଂ ନିଜ ପସନ୍ଦରେ ଜୀବନ ସାଥି ବାଛିବାର ଅଧିକାର ଅଛି। ଏହା ତାଙ୍କର ମୌଳିକ ଅଧିକାର। ଏହି ଅଧିକାର ଦେଶର ସମ୍ବିଧାନ ସେମାନଙ୍କୁ ଦେଇଛି। ଦେଶରେ ଲଭ୍ ଜିହାଦକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କର୍ଣ୍ଣାଟକ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।

6.ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର କୋଲକାତାରେ ରାଜ୍ୟପାଳ ଜଗଦୀପ ଧନଖର ଏହାକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ – ହଇଜା ଏବଂ ଆନ୍ତ୍ରୀୟ ରୋଗର ରାଷ୍ଟ୍ରୀୟ ସଂସ୍ଥାନ (ଆଇସିଏମଆର-ଏନଆଇସିଇଡି) ରେ ଉଦଘାଟନ କରିଛନ୍ତି।

7.ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୨୦୨୧ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ପାରନ୍ତି।

8.ଋଷିଆ ତାର ନର୍ଦ୍ଦନ ଫ୍ଲିଟ୍ ଗ୍ରୋସକୋଭ ଫ୍ରିଗେଟ୍ରୁ ପୃଥିବୀର ସବୁଠୁ ବେଗବାନ କ୍ଷେପଣାସ୍ତ୍ର ‘ଜିରକନ’ର ସଫଳତା ପୂର୍ବକ ପରୀକ୍ଷଣ କରିଛି। ପରୀକ୍ଷଣ କାଳରେ କ୍ଷେପଣାସ୍ତ୍ର ୪୫୦ କିଲୋମିଟର ଦୂର ଟାର୍ଗେଟ୍କୁ ସଫଳତାର ସହ ହିଟ୍ କରିଥିଲା।  ଏହି କ୍ଷପଣାସ୍ତ୍ର ଧ୍ୱନୀର ବେଗଠାରୁ ଅଧିକ ୮ ଗୁଣା ବେଗରେ ଶତ୍ରୁର ଟାର୍ଗେଟ୍ ଧ୍ୱଂସ କରିପାରେ।

9.ବାତ୍ୟା ‘ନିଭାର’ର ତାଣ୍ଡବ ପରେ ପୁଣି ଏକ ବାତ୍ୟା ‘ବୁରେଭି’କୁ ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ତାମିଲନାଡୁରେ ନିଭାର ବ୍ୟାପକ କ୍ଷତି ପହଞ୍ଚାଇଥିବା ବେଳେ ଆଜି ରାତିରେ ଶ୍ରୀଲଙ୍କା ଉପକୂଳ ଦେଇ ଗତି କରିବ ବୋଲି ଜଣାପଡ଼ିଛି। ସେପଟେ ପୁଣି ଏକ ବାତ୍ୟା ‘ବୁରେଭି’ କେରଳ ପାଇଁ ବିପଦ ନେଇ ଆସୁଛି।

10.ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୧୯ ମସିହାରେ  ୮୧୦୫ ସ୍ତନ୍ୟପାୟୀ ପ୍ରାଣୀ ଥିବାବେଳେ ଏଥର ଏହି ସଂଖ୍ୟା ୭୯୦୪କୁ ଖସି ଆସିଛି।  ଗତବର୍ଷଠାରୁ ଭିତରକନିକାରେ ଚଳିତବର୍ଷ ୨୦୧ ପ୍ରାଣୀ କମିଥିବା ଚଳିତବର୍ଷ ଗଣନା ରିପୋର୍ଟରୁ ଜଣାପଡ଼ିଛି।

11.କୃଷକଙ୍କ ଦାବି ପୂରଣ ନହେଲେ ଆଗାମୀ ଡିସେମ୍ବର ୮ରୁ ଦେଶବ୍ୟାପୀ ହଡତାଳ କରିବାକୁ ଟ୍ରାନ୍ସପୋର୍ଟର ଧମକ ଦେଇଛନ୍ତି। ଟ୍ରାନ୍ସପୋର୍ଟ ୟୁନିୟନ କୃଷକ ଆନ୍ଦୋଳନର ସମର୍ଥନ କରି ବୁଧବାର ଉତ୍ତର ଭାରତୀୟ ରାଜ୍ୟ ଏବଂ ପରେ ପୂରା ଦେଶରେ ଆବଶ୍ୟକ ବସ୍ତୁର ପରିବହନ ରୋକିବାକୁ ଧମକ ଦେଇଛନ୍ତି।

12.ଚଳିତ ବର୍ଷ ଜାନୁଆରିରୁ ସେପ୍ଟେମ୍ବର ନଅ ମାସ ମଧ୍ୟରେ ଓଡ଼ିଶାରେ ସମୁଦାୟ ୬୭୦୬ଟି ସଡ଼କ ଦୁର୍ଘଟଣା ଘଟିଥିବା କଥା ‘ସୁପ୍ରିମକୋର୍ଟ କମିଟି ଅନ୍ ରୋଡ୍ ସେଫ୍ଟି’ ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଏହିସବୁ ସଡ଼କ ଦୁର୍ଘଟଣାରେ ୩୧୯୭ ଜଣ ପ୍ରାଣ ହରାଇଥିବା ବେଳେ ୬୨୦୭ ଜଣ ଆହତ ହୋଇଛନ୍ତି। ଓଡ଼ିଶା ସରକାରଙ୍କୁ ଉପରୋକ୍ତ କମିଟି ଦେଇଥିବା ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି।

13.ଚୀନ୍ ନ୍ୟାସନାଲ ସ୍ପେଶ ଆଡମିନିଷ୍ଟ୍ରେସନକୁ ଉଦ୍ଧୃତ କରି ସିନହୁଆ କହିଛି ଯେ, ଚାଙ୍ଗ୍ ଇ-୫ ମହାକାଶଯାନ ଚନ୍ଦ୍ରର ନିକଟ ପାର୍ଶ୍ବରେ ଅବତରଣ କରିଛି।

14.‘ଜୁନୋ’,‘ଇନସେପ୍ସନ’ ଏବଂ ‘ଦ ଅମ୍ବରେଲା ଏକାଡେମୀ’ର ଷ୍ଟାର୍ ଏବଂ ଓସ୍କାର ନୋମିନେଟେଡ ଅଭିନେତା ଇଲିୟଟ ପେଜ୍ ସୋସିଆଲ୍ ମିଡିଆ ଜରିଆରେ ମଙ୍ଗଳବାର ଜଣେ ତୃତୀୟ ଲିଙ୍ଗୀ ଭାବେ ଦୁନିଆ ସାମନାକୁ ଆସିଛନ୍ତି।

15.ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ।

16.ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରକୁ ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବାକୁ ରାଜ୍ୟ ସରକାର ଯେଉଁ ଯୋଜନା କରିଥିଲେ। ତାହା ଆଗାମୀ ଦିନରେ ବାସ୍ତବ ରୂପ ନେବାକୁ ଯାଉଛି ।

17.ମଙ୍ଗଳ ଗ୍ରହରେ ପ୍ରାୟ ୪୦୦କୋଟି ବର୍ଷ ତଳେ ଏକ ବଡ ବନ୍ୟା ହୋଇଥିଲା। ଏ ନେଇ ନାସାର କ୍ୟୁରୋସିଟି ରୋଭର ତଥ୍ୟ ସଂଗ୍ରହ କରିଛି। ଏହା ଜଣାପଡିବା ପରେ ମଙ୍ଗଳରେ ଦିନେ ଜୀବନର ସ୍ଥିତି ଥିଲା ବୋଲି ବୈଜ୍ଞାନିକମାନେ ଆଶାବାଦୀ ହୋଇଛନ୍ତି।

18.ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ । ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ସରକାର ।

19.ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି ।

20.ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍ର ଟାର୍ଗେଟ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ୩ଟି ବଲ୍ ବାକି ଥାଇ ୨୮୯ ରନରେ ଅଲ ଆଉଟ ହୋଇଯାଇଥିଲା। ଶେଷ ମ୍ୟାଚରେ ଭାରତୀୟ ଦଳ ସମ୍ମାନ ରକ୍ଷା କରି ମ୍ୟାଚ ବିଜୟୀ ହେବା ସହ ଅଷ୍ଟ୍ରେଲିଆର ବିଜୟ ପଥରେ ବ୍ରେକ୍ ଲଗାଇଛି।

(ବିଭିନ୍ନ ଗଣମାଧ୍ୟମରୁ ସଂଗୃହିତ) 17.ମଙ୍ଗଳ ଗ୍ରହରେ ପ୍ରାୟ ୪୦୦କୋଟି ବର୍ଷ ତଳେ ଏକ ବଡ ବନ୍ୟା ହୋଇଥିଲା। ଏ ନେଇ ନାସାର କ୍ୟୁରୋସିଟି ରୋଭର ତଥ୍ୟ ସଂଗ୍ରହ କରିଛି। ଏହା ଜଣାପଡିବା ପରେ ମଙ୍ଗଳରେ ଦିନେ ଜୀବନର ସ୍ଥିତି ଥିଲା ବୋଲି ବୈଜ୍ଞାନିକମାନେ ଆଶାବାଦୀ ହୋଇଛନ୍ତି।

18.ରାଜ୍ୟରେ ଥିବା ଘରୋଇ ସ୍କୁଲଗୁଡିକ କେତେ ମାତ୍ରାରେ ଫି’ ଆଦାୟ କରିପାରିବେ, ସେସବୁକୁ ନିର୍ଦ୍ଧାରଣ କରିବା ଭଳି ଆଇନ ରାଜ୍ୟରେ ନାହିଁ । ବୁଧବାର ସତ୍ୟପାଠ ଜରିଆରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଛନ୍ତି ସରକାର ।

19.ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି ।

20.ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍ର ଟାର୍ଗେଟ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ୩ଟି ବଲ୍ ବାକି ଥାଇ ୨୮୯ ରନରେ ଅଲ ଆଉଟ ହୋଇଯାଇଥିଲା। ଶେଷ ମ୍ୟାଚରେ ଭାରତୀୟ ଦଳ ସମ୍ମାନ ରକ୍ଷା କରି ମ୍ୟାଚ ବିଜୟୀ ହେବା ସହ ଅଷ୍ଟ୍ରେଲିଆର ବିଜୟ ପଥରେ ବ୍ରେକ୍ ଲଗାଇଛି।

(ବିଭିନ୍ନ ଗଣମାଧ୍ୟମରୁ ସଂଗୃହିତ)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.