• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମେରିକା ତାର ସି-୧୩୦-ଜେ ସୁପର ହରକ୍ୟୁଲସ ସୈନ୍ୟ ପରିବହନ ବିମାନ ସ୍କ୍ୱାଡ୍ରନ ସାଙ୍ଗକୁ ସହଯୋଗ ଆକାରରେ ଭାରତକୁ ୯ କୋଟି ଡଲାରର ସୈନ୍ୟ ଉପକରଣ ଓ ସେବା ପ୍ରଦାନ କରିବ।
  2. ଭାରତୀୟ ବାୟୁସେନା ଲାଗାତାର ଭାବେ ନିଜର ତାକତ ମଜଭୁତ କରିବାରେ ଆଗେଇ ୧୦ଟି ଆକାଶ ମିଶାଇଲର ସଫଳ ପରୀକ୍ଷଣ କରିଛି ।
  3. ଭାରତରେ ପ୍ରସ୍ତୁତ ହୋଇଯିବ କରୋନା ଟିକା। ଟିକା ପ୍ରସ୍ତୁତିରେ ୮ଟି ସଂସ୍ଥାକୁ ସଫଳତା ମିଳିଥିବା ବେଳେ ୩ଟି ଭାକ୍ସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସର୍ବଦଳୀୟ ବୈଠକ ପରେ ଦେଶବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। 
  4. ଚାଷୀ। ଆନ୍ଦୋଳନକୁ ତୀବ୍ର କରିବା ଲକ୍ଷ୍ୟରେ ଚାଷୀ ସଂଗଠନ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ନିୟମ ପ୍ରତ୍ୟାହାର ପାଇଁ କୃଷକ ସଂଗଠନ ସରକାରଙ୍କ ସାମ୍ନାରେ ଦାବି କରିଆସୁଛନ୍ତି। 
  5. ବିନା ପିନ୍‌ରେ କାର୍ଡ‌ ମାଧ୍ୟମରେ ଏଣିକି ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରାଯାଇପାରିବ। ଏହା ପୂର୍ବରୁ  କଣ୍ଟାକ୍ଟଲେସ୍‌ ଡେଭିଟ୍‌/କ୍ରେଡିଟ୍‌ କାର୍ଡ ପେମେଣ୍ଟ ସୀମା ୨୦୦୦ ଟଙ୍କା ଥିଲା।
  6. ଏଫ୍‌ଏସ୍‌ଏସ୍‌ଏଆଇର ଗାଇଡ୍‌ଲାଇନ୍‌ ଅନୁସାରେ ବୋତଲ ପାଣି ପ୍ରସ୍ତୁତ କରୁଥିବା କମ୍ପାନୀ ପ୍ୟାକେଜ୍‌ଡ୍‌ ଓ୍ବାଟର ପ୍ରସ୍ତୁତ କରିବେ। ତେବେ କମ୍ପାନୀଗୁଡ଼ିକ ଏହି ନିୟମ ବହୁ ଆଗରୁ ମାନିବାକୁ ଥିଲା କିନ୍ତୁ ବହୁ ବଚାର ବିମର୍ଶ ପରେ ଏହାକୁ ବାଧ୍ୟତାମୂଳକ କରିଛି ଏଫ୍‌ଏସ୍‌ଏସ୍‌ଏଆଇ।
  7. ମହାରାଷ୍ଟ୍ର ସୋଲାପୁର ଜିଲ୍ଲା ପରିଷଦ ବିଦ୍ୟାଳୟର ଶିକ୍ଷକ ରଣଜୀତ ସିଂହ ଡିସଲେ। ୟୁନେସ୍କୋ ଓ ଲଣ୍ଡନ ସ୍ଥିତି ବାର୍ଫି ଫାଉଣ୍ଡେସନ୍‌ ଦ୍ବାରା ବୈଶିକ ଶିକ୍ଷକ (ଗ୍ଲୋବାଲ୍‌ ଟିଚର) ୨୦୨୦ ପୁରସ୍କାର  ପ୍ରଦାନ କରାଯାଇଛି। ଲଣ୍ଡନର ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ରେ ଆୟୋଜିତ ସମାରୋହ ସମ୍ପନ୍ନ ହେବା ପରେ ବିଜେତାଙ୍କ ନାଁ ଘୋଷଣା କରିଥିଲେ ପ୍ରସିଦ୍ଧ ଅଭିନେତା ଷ୍ଟିଫେନ୍‌ ଫ୍ରାଏ।
  8.  ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ୬ଟି ରୁ ୪ଟି ସିଟ୍ କ୍ଷମତାରେ ଥିବା ମହାରାଷ୍ଟ୍ର ବିକାଶ ଅଘାଡି ଦଳ କବଜା କରିନେଇଛି । ଧୁଲ୍ଲେ-ନନ୍ଦୁରବାରରୁ ଗୋଟିଏ ସିଟ୍ ବିଜେପି ଖାତାକୁ ଯାଇଛି ।
  9. ସୁପର ପାଓ୍ୱାର ହେବାକୁ ଜିଦ୍ ଧରି ବସିଛି ଚାଇନା ନିଜ ସୈନିକଙ୍କୁ ଶକ୍ତିଶାଳୀ ଓ ଦୁର୍ଦ୍ଦଶ କରିବା ପାଇଁ ଜୈବିକ ଉପାୟ ଗ୍ରହଣ କରୁଛି । ଏପରି ସାଙ୍ଘାତିକ ତଥ୍ୟ ଦେଉଛନ୍ତି ଆମେରିକା ଗୁଇନ୍ଦା ବିଭାଗର ଜଣେ ଅଧିକାରୀ । 
  10. ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏହାର ସୂଚନା ଦେଇଛନ୍ତି। ନାମ ସଂଶୋଧନ ବା ଯୋଡିବା ପାଇଁ ଭୋଟର ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ପାରିବେ।
  11. ମିଳିଥିବା ସୂଚନା ଅନୁସାରେ, ଜିଓ ପାଖରେ ଏବେ ୪୦.୪୧ କୋଟି ଗ୍ରାହକ ଥିବା ବେଳେ ଏୟାରଟେଲ୍‌ ପାଖରେ ମୋଟ ୩୨.୬୬ କୋଟି ଗ୍ରାହକ ଅଛନ୍ତି। ୨୯.୫୪ କୋଟି ଗ୍ରାହକଙ୍କ ସହ ଭୋଡାଫୋନ୍‌ ଆଇଡିଆ ତୃତୀୟ ସ୍ଥାନରେ ରହିଛି। ବିଏସଏନ୍‌ଏଲ୍‌ ପାଖରେ ମୋଟ ୧୧.୮୮ କୋଟି କନ୍କେ୍ସନ ରହିଥିବା ବେଳେ ଏମଟିଏନଏଲ୍‌ ପାଖରେ ମୋଟ ୩୩.୩ ଲକ୍ଷ କନେକ୍ସନ ରହିଛି। ସେପ୍ଟେମ୍ବର ସୁଦ୍ଧା ମିଳିଥିବା ଡାଟା ଅନୁସାରେ ଦେଶରେ ମୋଟ କନେକ୍ସନ ୧୧୬.୮୬ କୋଟି ରହିଛି।  
  12.  ଡିସେମ୍ବର ମାସର ସମସ୍ତ ଶନିବାର ଦିନ ଓଡିଶାର ସମସ୍ତ ଅଦାଲତ ବନ୍ଦ ରହିବ। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ନିର୍ଦେଶ ଦିଆଯାଇଛି ।
  13.  ଚଳିତ ବର୍ଷ ଫେମିନା ମିସ ଇଣ୍ଡିଆ ଓଡ଼ିଶା ୨୦୨୦ ବିଜୟିନୀ ହୋଇଛନ୍ତି ଶୁଭଶ୍ରୀ ।
  14. କୋଟକ ୱେଲଥ ଏବଂ ହୁରୁନ ଇଣ୍ଡିଆ ପକ୍ଷରୁ ୨୦୨୦ ମିସିହା ପାଇଁ ଦେଶର ୧୦୦ ଧନୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ସବୁଠୁ ଆଗରେ ଅଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ସେକ୍ଟରର କମ୍ପାନୀ ଏଚସିଏଲ ଟେକ୍ନୋଲୋଜିର ଚେୟାରମ୍ୟାନ ରୋଶନୀ ନଡାର ମାଲହୋତ୍ରା। 
  15. ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଚିବ ଶ୍ରୀ ଭୂଷଣ କହଛନ୍ତି ଯେ ଡାକ୍ତର ଏବଂ ନର୍ସଙ୍କ ସମେତ ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍‌-୧୯ ଟିକା ଦିଆଯିବ। ଏହା ପରେ ଏହା ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀ ଯଥା ପୁଲିସ ଏବଂ ସଶସ୍ତ୍ର ବାହିନୀର କର୍ମଚାରୀ ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।
  16. ‘ଟାଇମ୍‌’ ପତ୍ରିକାର ଏହି ପ୍ରଥମ ‘କିଡ୍‌ ଅଫ୍‌ ଦି ଇୟର୍‌’ ମନୋନୟନ ଲାଗି ୮ରୁ ୧୬ ବର୍ଷ ବୟସ ମଧ୍ୟରେ ଆସିଥିବା ୫ ହଜାର ଆମେରିକୀୟ ପିଲାଙ୍କ ନାମାଙ୍କନ ମଧ୍ୟରୁ ବିଚକ୍ଷଣ କିଶୋରୀ ବୈଜ୍ଞାନିକ ତଥା ଉଦ୍ଭାବକ ଭାରତୀୟ-ଆମେରିକୀୟ ୧୫ ବର୍ଷୀୟ ଗୀତାଞ୍ଜଳି ରାଓଙ୍କୁ ‘ଟାଇମ୍‌’ ପତ୍ରିକା ପ୍ରଥମ କରି ‘କିଡ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ କରିଛି।
  17. ଭାରତୀୟ ଅଧିନାୟକ ବିରାଟ କୋହଲି ୧୨,୦୦୦ ଦିନିକିଆ ଆନ୍ତର୍ଜାତିକ ରନ୍‌ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୬୩ ରନ୍‌ର ପାଳି ଖେଳି କୋହଲି ଏହି ମାଇଲଖୁଣ୍ଟ୍‌ ଛୁଇଁଥିଲା ବେଳେ କିଂବଦନ୍ତି ସଚିନ୍‌ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ ଟପି ଯାଇଛନ୍ତି।
  18. ଦେଶ ଭିତରେ ଉଡ଼ୁଥିବା ବିମାନଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ମହାମାରୀ ପୂର୍ବରୁ ଯେତିକି ବିମାନ ଆକାଶରେ ଉଡ଼ୁଥିଲା ତାହାର ୮୦% ବିମାନ ଉଡ଼ାଇବାକୁ କେନ୍ଦ୍ର ସରକାର ବିମାନ କଂପାନିଗୁଡ଼ିକୁ ଅନୁମତି ଦେଇଛନ୍ତି।
  19. ଆରଟିଜିଏସ ସେବାକୁ ୨୪ ଘଣ୍ଟିଆ କରାଯିବ ଓ ଏହା ସପ୍ତାହର ସବୁଦିନ ଉପଲବ୍ଧ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ।ଏବେ ଆରଟିଜିଏସ ( ରିଅଲ ଟାଇମ୍‌ ଗ୍ରସ ସେଟଲମେଣ୍ଟ) ସେବା ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ଏହା ମଧ୍ୟ କେବଳ କାର୍ଯ୍ୟ ଦିବସରେ ଉପଲବ୍ଧ ହୋଇଥାଏ ।
  20.  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି(ଏମପିସି) ବୈଠକ ଶୁକ୍ରବାର ଶେଷ ହୋଇଛି। ରେପୋ ରେଟ୍‌ ପୂର୍ବପରି ୪%ରେ ଅପରିବର୍ତ୍ତିତ ରହିଥିବା ଦାସ ସୂଚନା ଦେଇଛନ୍ତି।                    (ବିଭିନ୍ନ ଗଣମାଧ୍ୟମରୁ ସଂଗୃହିତ)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.