• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ପୁଣି ସରକାର-କୃଷକ ଆଲୋଚନା ଡିସେମ୍ବର ୯ରେ ହେବ।

2.ଜାତିସଂଘ ଟ୍ରେଡ ଏଣ୍ଡ ଡେଭଲପେମେଣ୍ଟ କନଫରେନ୍ସ (ୟୁଏନସିଟିଏଡି)ରେ ସବୁଠୁ ଗରିବ ଦେଶଙ୍କ ସମ୍ପର୍କରେ ଉପସ୍ଥାପିତ ବାର୍ଷିକ ରିପୋର୍ଟରେ  ମହାମାରୀ ଲାଗି ଆମଦାନୀ ସ୍ତର ହ୍ରାସ, ବ୍ୟାପକ ବେକାରୀ ଓ ବଢୁଥିବା ମୌଦ୍ରିକ ଘାଟା ଅନୁନ୍ୟ ୪୭ଟି ଦେଶର ୩.୨କୋଟି ଲୋକଙ୍କୁ ଅତ୍ୟନ୍ତ ଦାରିଦ୍ର୍ୟତା ମଧ୍ୟକୁ ନେଇଯାଇପାରେ ବୋଲି ଆଶଙ୍କା କରାଯାଇଛି।

3.ଆମେରିକା ସଂସଦର ଉଚ୍ଚ ସଦନରେ ସର୍ବ ସମ୍ମତିରେ ପୋଲିସ ଅଧିକାରୀ ସନ୍ଦୀପ ସିଂହ ଧଲିୱାଲଙ୍କ ନାଁରେ ନାମକରଣ ହେବ ପୋଷ୍ଟ ଅଫିସ। ଏହା ପୂର୍ବରୁ କଂଗ୍ରେସର ନୀଚ ସଦନ ପ୍ରତିନିଧି ସଭାରେ ହ୍ୟୁସ୍ଟନର ୩୧୫ ଏଡିକ୍ସ ହାବେଲ ରୋଡ଼ ସ୍ଥିତ ପୋଷ୍ଟ ଅଫିସକୁ ‘ଡେପୁଟି ସନ୍ଦୀପ ସିଂହ ଧଲିୱାଲ ପୋଷ୍ଟ ଅଫିସ ବିଲଡିଂ ଭାବେ ନାମକରଣ କରିବାକୁ ମଞ୍ଜୁରୀ ମିଳିଥିଲା।

4.ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟାରେସ୍ ମଧ୍ୟ ଭାରତରେ ଜାରି କୃଷକ ଆନ୍ଦୋଳନକୁ ନେଇ କହିଛନ୍ତି ଯେ, କୃଷକଙ୍କୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାର ଅଧିକାର ରହିଛି ଏବଂ ଅଧିକାରୀଙ୍କୁ ଏହା କରିବାକୁ ଦେବା ଉଚିତ୍।

5.କରୋନା ଭାଇରସ ମହାମାରୀ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ଏଥିରେ ପରିସ୍ଥିତିର ମୁକାବିଲା ଲାଗି ଚାଲିଥିବା ଟିକା ଗବେଷଣା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଆମେ କରୋନା ସମାପ୍ତିର ସ୍ୱପ୍ନ ଦେଖିପାରିବା ବୋଲି କହିଛନ୍ତି।

6.ଆମାଜନ ପ୍ରତିଷ୍ଠାତା ଜେପ୍ ବେଜୋସଙ୍କ ଏରୋସ୍ପେସ୍ କମ୍ପାନୀ ବ୍ଲୁ  ଅରିଜିନ୍ ନିଜର ଚନ୍ଦ୍ର ମିଶନ ଆରମ୍ଭ କରିଛି । କମ୍ପାନୀ ଚନ୍ଦ୍ରକୁ ପ୍ରଥମ ମହିଳା ମହାକାଶଚାରୀ ପଠାଇବା ପାଇଁ ଯୋଜନା କରୁଛି । ଏହି ମିଶନରେ କମ୍ପାନୀ ଚନ୍ଦ୍ରକୁ ପ୍ରଥମ ମହାକାଶଚାରୀ ପଠାଇ ଏକ ରେକର୍ଡ ସ୍ଥାପନା କରିବ ।

7.୫୦ ବର୍ଷ ପୂର୍ବେ ଆମେରିକା ଚନ୍ଦ୍ରପୃଷ୍ଠରେ ନିଜର ଧ୍ବଜା ଉତ୍ତୋଳନ କରିଥିଲା। ଆମେରିକା ପରେ ଚୀନ ଦ୍ବିତୀୟ ଦେଶ ଭାବେ ଏହି ସଫଳତା ହାସଲ କରିଛି। ଚାଇନା ନ୍ୟାସନାଲ୍ ଆଡମିନିଷ୍ଟେ୍ରସନ୍ ଦ୍ବାରା ଚନ୍ଦ୍ରରେ ଉଡ଼ାଯାଇଥିବା ପତାକାର ଫଟୋ ସେୟାର କରାଯାଇଛି। ଚୀନ ଦ୍ବାରା ପଠାଯାଇଥିବା ଚାଙ୍ଗ-୫ ସ୍ପେସ୍କ୍ରାଫ୍ଟ ଦ୍ବାରା ଏହି ପତାକା ଚନ୍ଦ୍ରପୃଷ୍ଠରେ ଲଗାଇଛି।

8.ଚୀନ୍ ବୈଜ୍ଞାନିକମାନେ ଏକ କ୍ୱାଣ୍ଟମ୍ କମ୍ପ୍ୟୁଟର୍ ତିଆରି କରିଥିବା ଦାବି କରିଛନ୍ତି । ଏହି କ୍ୱାଣ୍ଟମ୍ କମ୍ପ୍ୟୁଟର ଅନ୍ୟ ଉନ୍ନତମାନର କମ୍ପ୍ୟୁଟର ଅପେକ୍ଷା ୧୦୦ ଟ୍ରିଲିୟନ ଗୁଣା ଅଧିକ ବେଗରେ ଗଣନା କରିପାରେ । ଯାହାକୁ ଚାଇନା ଏକ ମାଇଲ ଷ୍ଟୋନ୍ ବୋଲି କହିଛି ।

9.ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଶିଳାନ୍ୟାସ୍ କରିବା ସହ ଭୂମିପୂଜନ କରିବେ।

10.ବ୍ରିଟେନର କିଛି ସାଂସଦ କୃଷି  ବିଲ୍ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।

11.ଆଇପିଏଲ୍-୨୦୨୦ରେ ୮ ଦଳ ମଧ୍ୟରେ ଟକ୍କର ହୋଇଥିଲା। କିନ୍ତୁ ୨୦୨୧  ଆଇପିଏଲ୍ରେ ପଡ଼ିଆରେ ୧୦ ଟିମ୍ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିପାରେ।

12.ଚଳିତ ବର୍ଷ ଶେଷ ସୁଦ୍ଧା ଜିଓ ୧୦୦ ମିଲିୟନ୍ ଶସ୍ତା ୪ଜି ସ୍ମାର୍ଟଫୋନ୍ ଲଞ୍ଚ କରିବ। ଏହା ମଧ୍ୟ ଦାବି କରାଯାଇଥିଲା ଯେ, ଜିଓ ପ୍ରାରମ୍ଭିକ ମୂଲ୍ୟରେ ୨୫୦୦ ଟଙ୍କା ମୂଲ୍ୟରେ ୫ଜି ସ୍ମାର୍ଟଫୋନ୍ ଆଣିବ,

13.ଅନ୍ ଲାଇନ  ଗେମିଙ୍ଗ୍, ‘ଫାଣ୍ଟାସି ସ୍ପୋର୍ଟସ୍ ଇତ୍ୟାଦି ବିଜ୍ଞାପନ ସଂକ୍ରାନ୍ତରେ ‘ଆଡ୍ଭାର୍ଟାଇଜିଙ୍ଗ୍ ଷ୍ଟାଣ୍ଡାର୍ଡ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ଏଏସ୍ସିଆଇ) ଜାରି କରିଥିବା ମାର୍ଗଦର୍ଶିକା ଅନୁସରଣ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସମସ୍ତ ଘରୋଇ ଟେଲିଭିଜନ୍ ଚାନେଲ୍ଙ୍କୁ କହିଛନ୍ତି।

14.ଝାଡଖଣ୍ଡ ସରକାର ସରକାରୀ ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ । ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରି ପାଇଁ ଆଶାୟୀ ସେମାନେ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ କି  ଯେ ସେମାନେ ଆଗରୁ କେବେ ତମାଖୁ ସେବନ କରୁ ନଥିଲେ ଓ ଚାକିରି କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ ।

15.ଯୁକ୍ତରାଷ୍ଟ୍ର ଆମେରିକା ପରେ ବିଶ୍ବର ଦ୍ବିତୀୟ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ଚୀନ୍ ତାର ଜାତୀୟ ପତାକା ଲଗାଇଛି।

16.ପୂର୍ବରୁ ୧୯୬୯ ମସିହାରେ ‘ଆପୋଲୋ ଅଭିଯାନ ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ପତାକା ଲଗାଇଥିଲା। ‘ଆପୋଲୋ ଅଭିଯାନରେ ମଣିଷ ସର୍ବ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା। ଏହା ପର ଠାରୁ ଅର୍ଥାତ୍ ୧୯୬୯ ମସିହାରୁ ୧୯୭୨ ମସିହା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୬ଟି ମହାକାଶଯାନରେ ୧୨ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇ ସେଠାରୁ ୩୮୨ କିଲୋଗ୍ରାମ୍ ଶିଳା ଓ ମୃତ୍ତିକା ଆଣିଛି।

17.ଇଂଲଣ୍ଡର ରାଣୀ ଏଲିଜାବେଥ-୨ଙ୍କଠାରୁ ଅକ୍ଷତାଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି। ଇଂଲଣ୍ଡର ରାଣୀ ମୋଟ ୩,୪୦୦କୋଟି ଟଙ୍କାର ମାଲିକାଣୀ ଥିବା ବେଳେ ଅକ୍ଷତା ୪,୨୦୦କୋଟି ଟଙ୍କାର ମାଲିକାଣୀ ବୋଲି ଜଣାପଡ଼ିଛି।

18.ପାକିସ୍ତାନରୁ ୧୩୦୦ ବର୍ଷ ତଳର ଏକ ପୁରୁଣା ହିନ୍ଦୁ ମନ୍ଦିର ଠାବ ହୋଇଛି। ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାତ୍ ଜିଲ୍ଲାର ବାରିକୋଟଠାରେ ଥିବା ଏକ ପାହାଡ଼ରୁ ଇଟାଲୀୟ ଏବଂ ପାକିସ୍ତାନୀ ପ୍ରତ୍ନତତ୍ତ୍ବବୀତ୍ ଏହି ପ୍ରାଚୀନ ହିନ୍ଦୁ ମନ୍ଦିର ଠାବ କରିଛନ୍ତି।

19.ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କୁ ’ଏସିଆନ୍ ଅଫ୍ ଦି ଇୟର ଭାବରେ ମନୋନୀତ କରାଯାଇଛି । ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଅଫ୍ ସିଙ୍ଗାପୁର ଦ୍ୱାରା ଆଦର ପୁନାୱାଲାଙ୍କ ସମେତ ଛଅ ଜଣଙ୍କୁ ’ଏସିଆନ୍ ଅଫ୍ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି ।

 

20.ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-ଟ୍ବୋଣ୍ଟି ମ୍ୟାଚ୍‍ ଆସନ୍ତାକାଲି ସିଡ୍ନୀାରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ଗୋଟାଏ ୪୦ ମିନିଟରେ ମ୍ୟାଚ ଖେଳାଯିବ। ଦୁଇ ଦଳମଧ୍ୟରେ ମୋଟ୍‍ ୩ଟି ଟି-ଟ୍ବୋଣ୍ଟି ମ୍ୟାଚ୍‍ ଖେଳାଯାଉଛି। ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଥିଲା। ବର୍ତ୍ତମାନ ଭାରତ ୧-୦ ରେ ଆଗୁଆ ଅଛି।

(ବିଭିନ୍ନ ଗଣମାଧ୍ୟମରୁ ସଂଗୃହିତ)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.