• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ଜିଡିପି ଆସନ୍ତା ଆର୍ଥିକ ବର୍ଷ ୨୦୨୧-୨୨ର ଶେଷ ଆଡକୁ କୋଭିଡ୍-୧୯ ପୂର୍ବ ଭଳି ସ୍ଥିତିରେ ପହଞ୍ଚିଯିବ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଶନିବାର କହିଛନ୍ତି ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୮ ପ୍ରତିଶତରୁ କମ ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଜିଡିପି ମାଇନସ ୭.୫ ପ୍ରତିଶତ ରହିବ ବୋଲି ଅନୁମାନ କରିଛି ।
  2. ହିନ୍ଦୀ ତଥା ମରାଠୀ ସିନେମା ଓ ଥିଏଟର ଜଗତର ସୁପ୍ରସିଦ୍ଧ ଅଭିନେତା ରବି ପଟବର୍ଦ୍ଧନଙ୍କର ଆଜି ପରଲୋକ ହୋଇଥିବାର ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। 
  3. କେନ୍ଦ୍ରର ନୂତନ କୃଷି ଆଇନକୁ ବିରୋଧ କରି ପ୍ରାୟ ଦୁଇ ସପ୍ତାହ ଧରି ଦିଲ୍ଲୀ ସୀମାନ୍ତରେ ଏକତ୍ରିତ ହୋଇଥିବା କୃଷକ ସଂଗଠନ ପକ୍ଷରୁ ଡକାଯାଇଥିବା ମଙ୍ଗଳବାରର ‘ଭାରତ ବନ୍ଦ’କୁ ସମର୍ଥନ କରିବାକୁ ଅନେକ ବିରୋଧୀ ଦଳ ଘୋଷଣା କରିଛନ୍ତି। କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି , ବାମପନ୍ଥୀ ଦଳ, ତାମିଲନାଡୁର ଡିଏମକେ ଏବଂ ତେଲେଙ୍ଗାନାର ଶାସକ ଟିଆରଏସ ଭଳି ରାଜନୈତିକ ଦଳଗୁଡ଼ିକ କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।
  4. ଗତ ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୬.୪ ଲକ୍ଷରେ ପହଞ୍ଚିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୦୧୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୮୨ ମୃତ୍ୟୁ ରେକର୍ଡ କରାଯାଇଛି। 
  5. କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ ଏବେ ସେମାନଙ୍କୁ ହାଡ଼ଭଙ୍ଗା ଶୀତରୁ ରକ୍ଷା ଦେବା ପାଇଁ ଦିଲିଜିତ୍ ୧କୋଟି ଟଙ୍କା ଦେଇଛନ୍ତି, ‌ହେଲେ ଏ ବିଷୟରେ ସେ ପ୍ରଚାର ନକରି ଚୁପଚାପ ଏଭଳି କରିଥିବା ଜଣା ପଡ଼ିଛି। 
  6. ଘରୋଇ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଅନଲାଇନ ଗେମିଂ, ଫାଣ୍ଟାସି ସ୍ପୋର୍ଟସ ଆଦି ସହିତ ଜଡ଼ିତ ସମସ୍ତ ବିଜ୍ଞାପନରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ) ପକ୍ଷରୁ ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।
  7. ‘ଏଚ୍‌ଏଲ୍‌-୨ଏମ୍‌ ଟୋକାମାକ୍‌’ ନାମକ ଚୀନର ସର୍ବାଧୁନିକ ତଥା ବୃହତ୍ତମ ରିଆକ୍ଟରରେ ସଂଘଟିତ ଏହି ପ୍ରକ୍ରିୟା ଦ୍ବାରା ଏକ ବିଶାଳ ସବୁଜ ଶକ୍ତିକ୍ଷେତ୍ରର ଦ୍ବାର ଉନ୍ମୁକ୍ତ ହୋଇପାରିବ ବୋଲି ଚୀନୀ ବୈଜ୍ଞାନିକମାନେ ଆଶା ପୋଷଣ କରିଛନ୍ତି। ଏଥିରେ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସାହାଯ୍ୟରେ ଉତ୍ତପ୍ତ ପ୍ଲାଜ୍‌ମାକୁ ଗଳନ ହେବାକୁ(ମିଶିବାକୁ) ଦିଆଯାଇଛି ଏବଂ ଏଥିରୁ ୧୫ କୋଟି ଡିଗ୍ରି ସେଲ୍‌ସିଅସ୍‌ ଭଳି ଅତ୍ୟୁଚ୍ଚ ତାମମାତ୍ରା ହାସଲ କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ଆମ ସୌରମଣ୍ଡଳର ସୃଷ୍ଟିକର୍ତ୍ତା ସୂର୍ଯ୍ୟର କେନ୍ଦ୍ରସ୍ଥଳର ତାପମାତ୍ରାର ଏହା ଦଶ ଗୁଣ ଅଧିକ ହେବ ବୋଲି କୁହାଯାଉଛି।
  8. ଭାରତରେ ୨ଟି କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ୨୦୨୧ ଜାନୁଆରି ସୁଦ୍ଧା ଏହି ୨ଟି ଟିକାର ଜରୁରୀ ବ୍ୟବହାର ହୋଇପାରେ ବୋଲି ଏମ୍ସ ନିର୍ଦ୍ଦେଶକ ଡା ରଣଦୀପ ଗୁଲେରିଆ କହିଛନ୍ତି।
  9. କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ହରିୟାଣାର ଖାପ ନେତାମାନେ ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଏବଂ ହିସାରରୁ ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂଙ୍କୁ ସାମାଜିକ ବହିଷ୍କାର ଘୋଷଣା କରିଛନ୍ତି।
  10. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାସ୍ତ କରିଛି ଭାରତ । 
  11. ୭୬ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେବା ଯୋଗାଇବାର ଗୌରବମୟ ଇତିହାସ ବହନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଦେଶର ପୁରାତନ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ, ଏପରିକି ବିଶ୍ୱର ଅନେକ ସ୍ୱାସ୍ଥ୍ୟାନୁଷ୍ଠାନ ମଧ୍ୟରେ ପୁରାତନ।
  12. ଫାଇଜର ପ୍ରଥମ କମ୍ପାନୀ ଯିଏ ସିଧା ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କୁ ଅନୁମତି ମାଗିଛନ୍ତି।  ସେପଟେ ବ୍ରିଟେନ ସମେତ ବାହାରିନ୍ ଫାଇଜରଙ୍କୁ ଏଥିଲାଗି ଅନୁମତି ଦେଇସାରିଥିବା ଜଣାପଡ଼ିଛି।
  13. ବୃହସ୍ପତି ଓ ଶନି ଅତ୍ୟନ୍ତ ନିକଟତର ହେବା ଓ ଆକାଶରେ ତାରା ଭଳି ଦେଦିପ୍ୟମାନ ଦେଖାଯିବାର ବିରଳ ଦୃଶ୍ୟ ଆକାଶରେ ଡିସେମ୍ବର ୨୧ ତାରିଖରେ ଦେଖାଯିବ। ଦୀର୍ଘ ୪୦୦ ବର୍ଷ ପରେ ବୃହସ୍ପତି ଓ ଶନି ପରସ୍ପରର ଏତେ ନିକଟତର ହେଉଥିବା ଏମ.ପି. ବିରଳା ତାରାମଣ୍ଡଳର ନିର୍ଦ୍ଦେଶକ ଦେବୀ ପ୍ରସାଦ ଦୁଆରୀ ରବିବାର କହିଛନ୍ତି।
  14. ୨୦୨୧ ଜାନୁଆରୀରୁ ଦେଶରେ ସିଏଏ ଲାଗୁ ହୋଇପାରେ ବୋଲି କହିଛନ୍ତି କୈଳାଶ ବିଜୟବର୍ଗିୟ। ଏହା ଦ୍ବାରା କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ଥିବା ବହୁ ଶରଣାର୍ଥୀଙ୍କୁ ନାଗରିକତା ଦେଇପାରନ୍ତି ବୋଲି ସେ କହିଛନ୍ତି।
  15.  କେହିବି ଗୋଟିଏ ଇଞ୍ଚ୍ ଜମି କିମ୍ବା ଟଙ୍କା ଦେବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜର୍ମାନୀରେ ଜଣେ ମହିଳା ତାଙ୍କର ୫୫ କୋଟି ଟଙ୍କାର ସମ୍ପତ୍ତିକୁ ପଡୋଶୀଙ୍କ ନାମରେ କରିଦେଇଛନ୍ତି ।
  16. ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ରହୁଥିବା ୬ ବର୍ଷ ଶିଶୁ ବରେଣ୍ୟମ ଶର୍ମା ଏତେ କମ୍ ବୟସରେ ପ୍ରତିଦିନ ୫ କିଲୋମିଟରରୁ ଅଧିକ ଦୌଡୁଛନ୍ତି।
  17.  ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢୁଛି-କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୬,୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେତେବେଳେକି ଶନିବାର ଦିନ ୩୬,୬୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ତୁଳନାରେ ରବିବାର ଦିନ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି ।
  18. ୯୭୧ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ ହେଉଥିବା ନୂତନ ସଂସଦ ଭବନର ଭୂମିପୂଜନ ଡିସେମ୍ବର ୧୦ରେ ଅପରାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ହେବ।ନୂତନ ସଂସଦ ଭବନରେ ଲୋକସଭା ସଦସ୍ୟ ପାଇଁ ପ୍ରାୟ ୮୮୮  ଆସନ ଓ ରାଜ୍ୟସଭା ସଦସ୍ୟ ପାଇଁ ୩୨୬ରୁ ଅଧିକ ଆସନ ରହିବ। 
  19. ବୁରେଭି ଓ ନିବାର ପରେ ତାମିଲନାଡୁରେ ଆଉ ଏକ ସାମୁଦ୍ରିକ ବାତ୍ୟାର ପ୍ରକୋପ ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାର ନାମ ‘ଅର୍ଣ୍ଣବ’ ବୋଲି ଜଣାଯାଇଛି। ଏହାଦ୍ୱାରା ତାମିଲନାଡୁ ବିଶେଷ ପ୍ରଭାବିତ ହୋଇପାରେ।
  20. ବାରମ୍ବାର ଆହତ ସମସ୍ୟାରେ ଛନ୍ଦି ହେଉଥିବା ନ୍ୟୁଜିଲାଣ୍ଡର ଅଲ୍‌ରାଉଣ୍ଡର କୋରି ଆଣ୍ଡରସନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଣ୍ଡରସନ ମାତ୍ର ୨୯ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.