• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ନୂଆ କୃଷି ନୀତିକୁ ନେଇ ଚାଷୀ ଅସନ୍ତୋଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଚାଷୀଙ୍କୁ ୮ ପୃଷ୍ଠାର ଏକ  ଖୋଲାଚିଠି ଲେଖିଛନ୍ତି। ଏହି ଚିଠିରେ କୃଷିମନ୍ତ୍ରୀ ନୂଆ କୃଷି ଆଇନରୁ ଚାଷୀଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ନେଇ ଚାଷୀଙ୍କୁ ପୁଣି ବୁଝାଇବାକୁ ଚେଷ୍ଟା କରିଛନ୍ତି।
  2. ଚୀନ, ତାଇୱାନ ଦେଶ ସହିତ ଭାରତକୁ କରେନ୍ସି ମ୍ୟାନିପୁଲେଟର୍ସ ଅର୍ଥାତ୍ ମୁଦ୍ରା ହେରଫେର କରୁଥିବା ଦେଶଗୁଡ଼ିକର ‘ତଦାରଖ ତାଲିକାରେ ଆମେରିକ  ସାମିଲ କରିଛି।
  3. ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ସକାଳେ  ୪୬୭୭୭ ଖୋଲିବା ପରେ ଆଜି ରେକର୍ଡ଼ ୪୬୮୨୫.୭୪ସ୍ତରରେ ପହଞ୍ଚିଛି । ଅନୁରୂପ ଭାବରେ ନେସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୧ ପଏଣ୍ଟ ବୃଦ୍ଧି ପାଇ ୧୩୭୧୩.୫୫ ପଏଣ୍ଟରେ ବନ୍ଦ ହୋଇଛି ।
  4. ବହୁ ଚର୍ଚ୍ଚିତ TRP ସ୍କାମ୍ ମାମଲାରେ ବ୍ରଡକାଷ୍ଟ୍ ଅଡିଆନ୍ସ୍ ରିସର୍ଚ୍ଚ କାଉନସିଲର ପୂର୍ବତନ ମୁଖ୍ୟ ପରିଚାଳନା ଅଧିକାରୀ ରୋମିଲ ରାମଗରିହାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।
  5. ୨୨ ଦିନ ଧରି ଚାଲିଥିବା କୃଷକମାନଙ୍କ ଆନ୍ଦୋଳନ ସମ୍ପର୍କରେ ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୃଷକମାନେ ନୂତନ କୃଷି ଆଇନକୁ ନେଇ ଅସନ୍ତୁଷ୍ଟ ତେବେ ବିରୋଧ ପ୍ରଦର୍ଶନ କରିବା ସେମାନଙ୍କ ସାମ୍ବିଧାନିକ ଅଧିକାର ଅଟେ।
  6. ସୂଚନା ଅନୁଯାୟୀ, ୨୦୨୧ମସିହାରେ ପ୍ରତିବର୍ଷ ପରି ହ୍ବାଟସଆପ ଆପ୍ ମଧ୍ୟ ଏହାର ଫିଚର ଅପଡେଟ୍ କରିବ | ଏଭଳି ହେବା ଦ୍ବାରା ହ୍ବାଟସଆପ ପୁରୁଣା ଆଣ୍ଡ୍ରଏଡ୍ ଭର୍ଜନରେ କାମ କରିବା ବନ୍ଦ କରିଦେବ। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କୌଣସି ଫୋନରେ ୪.୦.୩ର ପୂର୍ବ ଆଣ୍ଡ୍ରଏଡ୍ ଭର୍ଜନ ଅଛି, ତେବେ ସେଥିରେ ହ୍ବାଟସଆପ ଆପ୍ କାମ କରିବ ନାହିଁ। ଯଦି ଆପଣ ୨୦୨୧ରେ ହ୍ବାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ୪.୦.୩ର ପର ଭର୍ଜନ ଇନଷ୍ଟଲ କରନ୍ତୁ|
  7. ଭାରତୀୟ ମହାକାଶ ଗବେଷଣା ସଂସ୍ଥା  (ଇସ୍ରୋ) ପକ୍ଷରୁ ଗୁରୁବାରଦିନ ଅତ୍ୟାଧୁନିକ ଯୋଗାଯୋଗ ଉପଗ୍ରହ ସିଏମଏସ-୦୧କୁ ମହାକାଶକୁ ପ୍ରେରଣ କରାଯାଇଛି । ଇସ୍ରୋର ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ (ପିଏସଏଲଭି-ସି୫୦) ମାଧ୍ୟମରେ ଏହାକୁ କକ୍ଷପଥରେ ସ୍ଥାପନ କରାଯାଇଛି
  8. ବିବାହ ପରେ ନିଜ ପରିବାର ସହ ସମ୍ପର୍କ ତୁଟୁ ନ ଥିବାରୁ ଅନୁକମ୍ପା କ୍ଷେତ୍ରରେ ପିତାମାତାଙ୍କ ଚାକିରି ଉପରେ ବିବାହିତା ଝିଅଙ୍କର ଦାବି ଅଛି ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି।
  9. କରୋନା ଭାଇରସ ପାଇଁ ଭାରତ ସରକାର ଏକ ବିଶାଳ ଟିକାକରଣ କାର୍ଯ୍ୟକ୍ରମର ଯୋଜନା କରୁଛନ୍ତି । ତେବେ ଏକ ଅଟକଳ ଅନୁସାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ଭାରତ ସରକାରଙ୍କୁ ପ୍ରାୟ ୧.୪ ବିଲିୟନ ଡଲାରରୁ ୧.୮ ବିଲିୟନ ଡଲାର ( ପ୍ରାୟ ୧୦ ହଜାରରୁ ୧୩ ହଜାର କୋଟି ଟଙ୍କା) ବ୍ୟୟକରିବାକୁ ପଡ଼ିପାରେ ।
  10. ଭାରତୀୟ ବାୟୁସେନା ପାଇଁ  ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ୬ଟି ନୂଆ ଏୟାରବୋର୍ନ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏରୋପ୍ଲେନ (ଏଇଡବ୍ଲୁଏଣ୍ଡସି) ନିର୍ମାଣ କରିବ
  11. ବର୍ଷକୁ ଚାରିଥର  ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ ଏବଂ ମେରେ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଫେବ୍ରୁଆରି୨୩ରୁ ୨୬ ମଧ୍ୟରେ ପ୍ରଥମ ପରୀକ୍ଷା ଅନୁଷ୍ଠିତ ହେବ।
  12. ଦୁନିଆର ଲୋକପ୍ରିୟ ମାଗାଜିନ୍ ଫୋର୍ବ୍ସ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସବୁଠାରୁ ଅଧିକ ରୋଜଗାର କରୁଥିବା ସେଲିବ୍ରିଟିଜଙ୍କ ତାଲିକା ଜାରି କରିଛି। ତାଲିକାରେ ସର୍ବ ପ୍ରଥମେ  ଆମେରିକାର ରିୟାଲିଟି ଟିଭି ସୁପରଷ୍ଟାର ଓ ବିଜନେସ୍ ଟାଇକୁନ୍ କାଇଲି ଜେନରଙ୍କ (Kylie Jenner) ନାଁ ଅଛି।
  13. ବିଶ୍ୱବ୍ୟାଙ୍କ ବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ବୈଠକରେ ବୁଧବାର ଭାରତର ୮୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଭାରତର ଏହି ସବୁ ପ୍ରକଳ୍ପ ଦୀର୍ଘ ବିକାଶମୂଳକ କାର୍ଯ୍ୟର ବିସ୍ତୃତ ଶୃଙ୍ଖଳା। ଏହି ସବୁ ପ୍ରକଳ୍ପ ଦ୍ୱାରା ଛତିଶଗଡ଼ ରାଜ୍ୟରେ ଆଦିବାସୀ ପରିବାରଙ୍କୁ ପୋଷଣ ସହାୟକ କୃଷି ଲାଗି ପ୍ରୋତ୍ସାହନ ସାଙ୍ଗକୁ ନାଗାଲ୍ୟାଣ୍ଡରେ ଗୁଣାତ୍ମକ ଶିକ୍ଷା ଓ ଦେଶର ବିଭିନ୍ନ ନଦୀ ବନ୍ଧ ପ୍ରକଳ୍ପର ଦୃଢିକରଣ ସହ ଦୀର୍ଘମିଆଦି ବିକାଶକୁ ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି।
  14. ବୁଧବାର ଦିନ ଦିଲ୍ଲୀର ସିଙ୍ଗୁ ସୀମାରେ ହରିୟାଣାର କର୍ଣ୍ଣଲ ଅଂଚଳର ଜଣେ ଶିଖ  ଧର୍ମପ୍ରଚାରକ ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ ନଥିବାରୁ ଏହାର ପ୍ରତିବାଦରେ ଆତ୍ମହତ୍ୟା କରିଛନ୍ତି ।
  15. ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଦ୍ୱାରା ନିର୍ମିତ ଏବଂ ଉନ୍ମୋଚିତ ହୋଇଥିବା ସାଟେଲାଇଟ୍ କେବଳ ଡୋମେନ୍ ମଧ୍ୟରେ ଭାରତର ଘରୋଇ ଆବଶ୍ୟକତା ପୂରଣ କରୁଛି । କେବଳ ସେତିକି ନୁହେଁ ଏହାର ତଥ୍ୟ ଆମେରିକା ଏବଂ ଅଷ୍ଟ୍ରେଲିଆ ପାଣିପାଗ ସତର୍କ ସୂଚନା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ବୋଲି ISROର ୟୁଆର ରାଓ ସାଟେଲାଇଟ କେନ୍ଦ୍ର ପୂର୍ବତନ ନିର୍ଦ୍ଦେଶକ ଡଃ ମିଲସ୍ୱାମୀ ଆନ୍ନାଦୁରାଇ କହିଛନ୍ତି।
  16. ବିଜେପି ଏବେ କୃଷକ ଆନ୍ଦୋଳନ ଓ କୃଷି ଆଇନକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଦେଶର ଭିନ୍ନ ଭିନ୍ନ ସହରରେ ସମ୍ମିଳନୀ କରୁଛି । ଇନ୍ଦୋରରେ କୃଷକ ଆନ୍ଦୋଳନର ଦାୟିତ୍ୱ କୈଳାଶ ବିଜୟବର୍ଗୀୟା ଓ ନରୋତ୍ତମ ମିଶ୍ରଙ୍କୁ ଦିଆଯାଇଥିଲା ।
  17. ରାଜ୍ୟ ଶ୍ରମ ଓ ଇଏସ୍ଆଇ ବିଭାଗ ଦ୍ବାରା ଆରମ୍ଭ କରାଯାଇଥିବା ପରିଶ୍ରମ ପୋର୍ଟାଲ ଓ ୨୨ ପ୍ରକାର ସେବା ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ। ଏହା ସହିତ ରାଜ୍ୟରେ ସାମଗ୍ରିକ ଶିଳ୍ପ ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ।
  18. ଅଭୟକାନ୍ତ ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର । ତେଣୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  19. ପିଙ୍କ୍ ବଲରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ପ୍ରଥମ ଦିବା-ରାତ୍ର ଟେଷ୍ଟ୍ ମ୍ୟାଚ୍ ଜାରି ରହିଛି । ପ୍ରଥମ ଦିନ ଉଭୟ ଟିମ ପ୍ରାୟତଃ ସମାନ ପ୍ରଦର୍ଶନ କରିଛନ୍ତି । ଧିମା ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଷ୍ଟମ୍ପ୍ ଅପସାରଣ ବେଳକୁ ୨୩୩/୬ ରନ କରିଛି । କୋହଲିଙ୍କ ଚମତ୍କାର ବ୍ୟାଟିଂ ବଳରେ ଏକ ସମ୍ମାନଜନତ ସ୍ଥିତିରେ ପହଞ୍ଚିଛି ଭାରତ ।
  20. ସୂଚନା ଅନୂଯାୟୀ କୋଭିଡ୍-୧୯ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ହଜାର ୩୧୨ କୋଟିରୁ ୧୩ ହଜାର ୨୫୯ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୬ ରୁ ୮ ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟୀକାକରଣ କରାଇବାକୁ ଯୋଜାନା ପ୍ରସ୍ତୁତ କରୁଛନ୍ତି । ଭାରତରେ ଆଷ୍ଟ୍ରାଜେନିକା, ସ୍ଫୁଟନିକ୍, ଜାଇଡସ୍ କେଡିଲା ଏବଂ ଭାରତ ବାୟୋଟେକର ଟୀକା ଦିଆଯାଇପାରେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.